କନକ ବ୍ୟୁରୋ : ଉପାନ୍ତ ଅଞ୍ଚଳରେ ସ୍କୁଲ ଯିବା ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରୀ । ସ୍କୁଲରେ ପହଞ୍ଚିବାକୁ ହଷ୍ଟେଲରୁ ଚାଲିଚାଲି ଦୁଇ କିଲୋମିଟର ଯାଉଛନ୍ତି ଛାତ୍ରୀ । ଖାଲି ସେତିକି ନୁହେଁ ବିଦ୍ୟାଳୟରେ ପିଇବା ପାଣି, ବିଜୁଳି ଭଳି ଅନେକ ସମସ୍ୟା ରହିଛି । ଯାହାର ସମାଧାନ ହୋଇପାରୁନି ।
ପାଠ ପଢ଼ିବା ପାଇଁ କୋମଳମତି ଶିଶୁଙ୍କ ସଂଘର୍ଷ । ବିଦ୍ୟାଳୟଟି ଚିତ୍ରକୋଣ୍ଡା ବ୍ଲକ ଜାନିଗୁଡ଼ାରେ ଥିବା ବେଳେ ୨ କିମି ଦୂର ଟନେଲ୍କ୍ୟାମ୍ପ ଗାଁରେ ରହିଛି ହଷ୍ଟେଲ୍ । ତେଣୁ ୧୬ ବର୍ଷ ହେଲାଣି ଏହିଭଳି ଭାବେ ରାଜ୍ୟ ରାଜପଥରେ ଲାଇନ୍ ଲଗାଇ ସ୍କୁଲ ଯାଉଛନ୍ତି ଛାତ୍ରୀ । ତଥାପି ପ୍ରଶାସନର ନଜର ପଡ଼ୁନି ।
ସେହିଭଳି ଟନେଲ କ୍ୟାମ୍ପରେ ଥିବା ଛାତ୍ରୀ ନିବାସରେ ପିଇବା ପାଣି, ବିଦ୍ୟୁତ ଭଳି ଅନେକ ସମସ୍ୟା ରହିଛି । ଏନେଇ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ଚୁପ ବସିଛନ୍ତି ! ଖାଲି ସେତିକି ନୁହେଁ, ପ୍ରଧାନ ଶିକ୍ଷକଙ୍କ ବଦଳରେ ହଷ୍ଟେଲ୍ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କ ଇଙ୍ଗିତ୍ରେ ବିଦ୍ୟାଳୟ ପରିଚାଳିତ ହେଉଥିବା ଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକ ।
ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଅଛନ୍ତି । ଫଳରେ ପାଠପଢ଼ାରେ ସମସ୍ୟା ସୃଷ୍ଟି ହେଉଛି । ଏସବୁ ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/31/struggles-of-tribal-girls-2025-10-31-18-48-12.jpg)