କନକ ବ୍ୟୁରୋ :  ସରକାର ଦେଇଥିବା କଂଟ ସରିଗଲା । ଯେଉଁମାନେ ଇ-କେୱାଇସି ଅପଡେଟ୍ କରିନାହାନ୍ତି ସେମାନଙ୍କୁ ଆଉ ମିଳିବନି ରାସନ ଚାଉଳ। ଅର୍ଥାତ୍ ଆସନ୍ତାକାଲି ଠାରୁ ଏସବୁ ହିତାଧିକାରୀଙ୍କ ରାସନ୍ କାର୍ଡ ବି ଅଚଳ ହୋଇଯିବ । କାହିଁକି ଲକ୍ଷ ଲକ୍ଷ ଇ-କେୱାଇସି ଅପଡେଟ୍ ହୋଇପାରିଲା ନାହିଁ, ଗ୍ରାଉଣ୍ଡରେ ସ୍ଥିତି ପରଖିଛି କନକ ନ୍ୟୁଜ୍‌ ।

Advertisment

 
ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟାରେ ସ୍ବଛତା ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଇ-କେୱାଇସି ଅପଡେଟର ଆଜି ଶେଷ ତାରିଖ। ମିଳିଥିବା ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ  ୧୫ଲକ୍ଷରୁ ଅଧିକ ହିତାଧିକାରୀ ସେମାନଙ୍କ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ସରକାରଙ୍କ ଘୋଷଣା ଅନୁସାରେ, ଯେଉଁମାନେ ଇ-କେୱାଇସି ଅପଡେଟ୍ କରିନଥିବେ, ସେମାନଙ୍କୁ କାଲିଠୁ ଆଉ ମିଳିବନି ରାସନ ଚାଉଳ ।

ବରଗଡ଼ ଧନୁଯାତ୍ରା ପାଇଁ ଚାଲିଛି କଳାକାର ଚୟନ ପ୍ରକ୍ରିୟା; ଇ-ମେଲରେ ମଧ୍ୟ କରିପାରିବେ ଆବେଦନ

ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧ଲକ୍ଷ ୫୦ ହଜାରରୁ ଅଧିକ ଲୋକ ରାସନକାର୍ଡ ଅପଡେଟ୍ କରିନାହାନ୍ତି । ଏତେ ସଂଖ୍ୟାରେ ହିତାଧିକାରୀ କାହିଁକି ଇ-କେୱାଇସି ଅପଡେଟ୍ କରିନାହାନ୍ତି । ଜଣାପଡିଛି, ଅନେକ ହିତାଧିକାରୀ ପେଟ ପାଇଁ ଦାଦନ ଖଟିବାକୁ ଯାଇଛନ୍ତି ଅନ୍ୟ ରାଜ୍ୟକୁ। ଏଣୁ ଅପଡେଟ୍‌ କରିପାରିନାହାନ୍ତି କେଓ୍ବାଇସି । 

ଠିକାଦାର ଖୋଳିଦେଲେ ରାସ୍ତା; ହୀନସ୍ତା ହେଉଛନ୍ତି ଜନତା

ଇ-କେୱାଇସି ଅପଡେଟର ଉଦ୍ଦେଶ୍ୟ ଭଲ ହୋଇଥିଲେ ବି ଅନେକ ସମସ୍ୟା ରହିଛି  । ସେହି ସବୁ ସମସ୍ୟା ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ରାସନ ସୁବିଧା ପାଇବାରୁ ବଂଚିତ ହୋଇଥିବା କୁହାଯାଉଛି ।  ସରକାର ରାସନ ଚାଉଳ ବନ୍ଦ କରିବା ପୂର୍ବରୁ ଇ-କେୱାଇସି ଅପଡେଟ୍ ପାଇଁ ଥିବା ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । 

  • ଇ-କେୱାଇସି ଅଭିଯାନର 
  • ଭୂତ ହିତାଧିକାରୀ ଚିହ୍ନଟ 
  • ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା 
  • ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା 
  • ରାସନ କାର୍ଡ ହିତାଧିକାରୀ ଚୟନରେ ସ୍ବଚ୍ଛତା 
  • ରାସନ ସାମଗ୍ରୀ ବଣ୍ଟନରେ ସ୍ବଚ୍ଛତା 
  • ଗରିବଙ୍କ ଚାଉଳ ବାଟମାରଣାକୁ ରୋକିବା 

ଇ-କେଇୱାଇସି ଅପଡେଟରେ ସମସ୍ୟା     

  • ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସମସ୍ୟା 
  • ବାୟୋମେଟ୍ରିକ ଯାଞ୍ଚରେ ସମସ୍ୟା 
  • ବୟସ୍କ ଲୋକଙ୍କ ଫିଙ୍ଗରଫ୍ରିଣ୍ଟ ମ୍ୟାଚ୍ କରୁନି 
  • ଆଖି ସ୍କାନରେ ସମସ୍ୟା ଉପୁଜୁଛି 
  • ପଛୁଆ ଅଞ୍ଚଳର ହିତାଧିକାରୀ ଏବେ ବି ଜାଣିନାହାନ୍ତି 
  • ଅନେକ ଲୋକଙ୍କ ପାଖରେ ମୋବାଇଲ ନାହିଁ