ନୂଆବର୍ଷକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ସରକାରୀ ଅଫିସରେ ପାଳନ ହେବନି ନୂଆବର୍ଷ, ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇବା ପାଇଁ ନଆସିବାକୁ ଅନୁରୋଧ

Advertisment

ସରକାରୀ ଭାବେ ପାଳନ ଉପରେ ଅଙ୍କୁଶ ଲଗାଯାଇଥିଲେ ବି ଧୁମଧାମରେ ନୂଆବର୍ଷ ପାଳନ ପାଇଁ ଟୁଇନସିଟିରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଦ୍ୱୈତନଗରୀରେ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଜିରୋନାଇଟ୍ ସେଲିବ୍ରେସନ ଉପରେ ଜୋର ଦେଇଛି କମିସନରେଟ ପୁଲିସ। ଏନେଇ ହୋଟେଲ, ବାର, ରେଷ୍ଟୁରାଣ୍ଟ, କ୍ଲବ ପାଇଁ ପରାମର୍ଶବଳୀ ଜାରି କରାଯାଇଛି ।

ସରକାରୀ ଭାବେ ପାଳନ ଉପରେ ଅଙ୍କୁଶ ଲଗାଯାଇଥିଲେ ବି ଧୁମଧାମରେ ନୂଆବର୍ଷ ପାଳନ ପାଇଁ ଟୁଇନସିଟିରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଦ୍ୱୈତନଗରୀରେ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଜିରୋନାଇଟ୍ ସେଲିବ୍ରେସନ ଉପରେ ଜୋର ଦେଇଛି କମିସନରେଟ ପୁଲିସ। ଏନେଇ ହୋଟେଲ, ବାର, ରେଷ୍ଟୁରାଣ୍ଟ, କ୍ଲବ ପାଇଁ ପରାମର୍ଶବଳୀ ଜାରି କରାଯାଇଛି ।

NEW YEAR

କନକ ବ୍ୟୁରୋ : ସବୁଠି ନୂଆବର୍ଷକୁ ଧୁମଧାମରେ ସ୍ୱାଗତ ପାଇଁ ପ୍ରସ୍ତୁତି ଚାଲିଛି । ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସୁଛି ଇଂରାଜୀ ନୂଆବର୍ଷ ୨୦୨୬ । ଡିସେମ୍ୱର ୩୧ରୁ ଜାନୁଆରି ୨ ତାରିଖ ଯାଏଁ ପୁରୀର ଭକ୍ତ ଓ ପର୍ଯ୍ୟଟକଙ୍କ  ପ୍ରବଳ ଭିଡ଼ ହେବ । ଏହାକୁ ଆଖିରେ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯ।ଇଛି । ଏପଟେ ୩୧ ରାତିରେ ମହାପ୍ରଭୁଙ୍କୁ ଅନିଦ୍ରା ନରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଅଧିକ ପଢ଼ନ୍ତୁ : ନୂଆବର୍ଷରେ ରାତି ଅନିଦ୍ରା ହେବେନି ମହାପ୍ରଭୁ,  ମାତ୍ର ୩ ଘଣ୍ଟା ପାଇଁ ଶୋଇବେ ମହାପ୍ରଭୁ

 
ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ମୁହାଁ ହୋଇଥିବାବେଳେ, ବର୍ଷ ଶେଷ ରାତିରେ ମହାପ୍ରଭୁଙ୍କୁ ଅନିଦ୍ରା ନରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ପରିଚାଳନା କମିଟି ସଦସ୍ୟ ରାତି ସାରା ଦର୍ଶନକୁ ନେଇ ପ୍ରଶ୍ନ ଉଠାଇ ଚିଠି ଲେଖିବା ପରେ ଉଚ୍ଚସ୍ତରୀୟ ବୈଠକରେ ନୂଆବର୍ଷ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ନିଷ୍ପତ୍ତି ଅନୁସାରେ, ରାତି ୧୧ଟାରେ ହେବ ମହାପ୍ରଭୁଙ୍କ ପହୁଡ଼, ରାତି ୨ଟାରେ ହେବ ଦ୍ବାର ଫିଟା ନୀତି । ଏହି ତିନି ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।  ଏଥିସହ ଶୃଙ୍ଖଳିତ ଦର୍ଶନ ପାଇଁ ୫ ଥାକିଆ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ, ପାନୀୟ ଜଳ ସୁବିଧା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । 

ଅଧିକ ପଢ଼ନ୍ତୁ : ନୂଆବର୍ଷରେ ଏହି ୭ଟି ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ ରହିବ ସୁପ୍ରିମକୋର୍ଟଙ୍କ ନଜର

ସରକାରୀ ଭାବେ ପାଳନ ଉପରେ ଅଙ୍କୁଶ ଲଗାଯାଇଥିଲେ ବି ଧୁମଧାମରେ ନୂଆବର୍ଷ ପାଳନ ପାଇଁ ଟୁଇନସିଟିରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଦ୍ୱୈତନଗରୀରେ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଜିରୋନାଇଟ୍ ସେଲିବ୍ରେସନ ଉପରେ ଜୋର ଦେଇଛି କମିସନରେଟ ପୁଲିସ। ଏନେଇ ହୋଟେଲ, ବାର, ରେଷ୍ଟୁରାଣ୍ଟ, କ୍ଲବ ପାଇଁ ପରାମର୍ଶବଳୀ ଜାରି କରାଯାଇଛି । ମହିଳା ଓ ଶିଶୁଙ୍କ ପାଇଁ ଅଲଗା ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଛି। ଯୁବପିଢ଼ି ନିଶା ସେବନ କରି ଅନ୍ୟଙ୍କ ପାଇଁ ଦୁଃଖର କାରଣ ନସାଜିବାକୁ ପରାମର୍ଶ ଦେଇଛି ପୁଲିସ। ସୁରକ୍ଷା ସୁନିଶ୍ଚିତ କରିବାକୁ କଟକ-ଭୁବନେଶ୍ୱରରେ ୧୮ ପ୍ଲାଟୁନ ଫୋର୍ସ, ୨୯ ଯାଗାରେ ୱାଚ ଟିମ ସହ ସହରର ବିଭିନ୍ନ ସ୍ଥାନରେ ନାକା ଲାଗିବ ।

ଅଧିକ ପଢ଼ନ୍ତୁ : ନୂଆବର୍ଷରେ ନୂଆ ଆଞ୍ଚଳିକ ଦଳ ! ଓଡ଼ିଶା ରାଜନୀତିରେ ବଡ଼ ହଲଚଲ

ସେପଟେ  ସରକାରୀ ଭାବେ ପାଳନ ହେବ ନାହିଁ ଇଂରାଜୀ ନବ ବର୍ଷ । ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା। ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ନୂଆବର୍ଷରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅନ୍ୟ ଦିନ ଭଳି କାମ ଚାଲିବ। ସରକାରୀ କାର୍ଯ୍ୟାଳୟକୁ  ନୂଆବର୍ଷ ପାଳନର ପେଣ୍ଠସ୍ଥଳୀ ନକରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ନୂଆବର୍ଷ ଶୁଭକାମନା ଜଣାଇବାକୁ ତାଙ୍କ କାର୍ଯ୍ୟାଳୟକୁ  ନଆସିବା ପାଇଁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଗତ ବର୍ଷ ଗୁଡିକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଥିଲା। ନୂଆବର୍ଷ ଆଳରେ ସରକାରୀ ଅଫିସରେ ଜମୁଥିଲା ଭୋଜିଭାତର ଆସର। ଅଫିସ କାର୍ଯ୍ୟକୁ  ପଛ କରି କର୍ମଚାରୀ ମଉଜରେ ମାତୁଥିଲେ । ଲୋକଙ୍କ ସରକାର ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe