କନକ ବ୍ୟୁରୋ : ଆସନ୍ତା ନୂଆ ବର୍ଷରେ ସୁପ୍ରିମକୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବାକୁ ଯାଉଛି । ଏଥିମଧ୍ୟରେ SIR ବିରୋଧରେ ଆବେଦନ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରଦୂଷଣ, ବହୁବିବାହ ଓ ବିବାହ ହଲାଲା ବିରୋଧରେ ଆବେଦନ ଏବଂ 'ତଲାକ-ଏ-ହସନ' ପରି ପ୍ରଥା ବିରୋଧରେ କରାଯାଇଥିବା ଆବେଦନ ସାମିଲ ଅଛି । ଏହା ବ୍ୟତୀତ ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ମଧ୍ୟ ନୂଆ ବର୍ଷରେ ନିଷ୍ପତ୍ତି ଆସିପାରେ ।
ଆସନ୍ତୁ ଜାଣିବା ସେହି ୭ଟି ମୁଖ୍ୟ ମାମଲା ବିଷୟରେ:
୧. ଦିଲ୍ଲୀ ପ୍ରଦୂଷଣ:
ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରଦୂଷଣ ସ୍ଥିତି ଅତି ଗମ୍ଭୀର ରହିଛି । ଅନେକ ବ୍ୟବସ୍ଥା ସତ୍ତ୍ୱେ ପରିସ୍ଥିତିରେ ବିଶେଷ ସୁଧାର ଆସୁନାହିଁ । କୋର୍ଟ କହିଛନ୍ତି ଯେ ଏବେ ସେ ପ୍ରତି ମାସରେ ଏହି ମାମଲାର ଶୁଣାଣି କରିବେ, ଯେପରି ପ୍ରଦୂଷଣ ରୋକିବା ପାଇଁ ଠୋସ୍ ପଦକ୍ଷେପ ନିଆଯାଇପାରିବ ।
୨. SIR ମାମଲା:
ଅନେକ ରାଜ୍ୟରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି । ସୁପ୍ରିମକୋର୍ଟ ବିଶେଷ କରି ତାମିଲନାଡୁ, କେରଳ ଏବଂ ପଶ୍ଚିମବଙ୍ଗ ସମ୍ବନ୍ଧିତ SIR ମାମଲାର ଶୁଣାଣି ପାଇଁ ତାରିଖ ସ୍ଥିର କରିଛନ୍ତି । ଆସନ୍ତା ବର୍ଷ ଏହି ମାମଲାରେ ବିସ୍ତୃତ ଶୁଣାଣି ହେବ ।
ଅଧିକ ପଢ଼ନ୍ତୁ---ଘୋଷଣା ହେଲା କମିଟି, ବାହାରିଲା ଅସନ୍ତୋଷ: ଇସ୍ତଫା ଦେଲେ ଛାତ୍ରନେତା
୩. ଏସିଡ୍ ଆକ୍ରମଣ:
ଏସିଡ୍ ଆକ୍ରମଣ ମାମଲାରେ ମଧ୍ୟ ଆସନ୍ତା ବର୍ଷ ଶୁଣାଣି ହେବ । କୋର୍ଟ କହିଛନ୍ତି ଯେ ଏସିଡ୍ ଆକ୍ରମଣ ପରି ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ସମାଜ, ସାଧାରଣ ନାଗରିକ ଏବଂ ଆଇନ ପାଇଁ ଏକ ବିପଦ । ସେମାନଙ୍କ ଉପରେ କିଛି କଠୋର ସର୍ତ୍ତ ଲାଗୁ କରାଯିବା ଆବଶ୍ୟକ ।
୪. ତଲାକ-ଏ-ହସନ:
ଏହି ପ୍ରଥାରେ ଜଣେ ମୁସଲିମ ବ୍ୟକ୍ତି ନିଜ ପତ୍ନୀଙ୍କୁ ତିନି ମାସ ମଧ୍ୟରେ ପ୍ରତି ମାସରେ ଥରେ 'ତଲାକ' କହି ଛାଡପତ୍ର ଦେଇପାରନ୍ତି । ପୂର୍ବ ଶୁଣାଣି ସମୟରେ ଅଦାଲତ ପ୍ରଶ୍ନ କରିଥିଲେ ଯେ ଏକ ସଭ୍ୟ ସମାଜରେ ଏପରି ପ୍ରଥା କିପରି ଚାଲିପାରିବ ? ଯାହା ଉପରେ କି ରୋକ୍ ଲାଗିବା ନିହାତି ଆବଶ୍ୟକ ।
୫. ବିବାହ ହଲାଲା ଏବଂ ବହୁବିବାହ:
ବିବାହ ହଲାଲା ଏବଂ ବହୁବିବାହର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ନିକଟରେ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ବିଷୟ ଉତ୍ଥାପନ କରାଯାଇଥିଲା ।
୬. ଭୋଟରଙ୍କୁ ମାଗଣା ଉପହାର :
ନିର୍ବାଚନ ସମୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦିଆଯାଉଥିବା 'ମାଗଣା ଉପହାର' ବା ଲୋକ ଲୋଭାଣିଆ ଘୋଷଣା ବିରୋଧରେ ଦାୟର ଆବେଦନ ଉପରେ ଶୁଣାଣି ପାଇଁ କୋର୍ଟ ସହମତି ପ୍ରକାଶ କରିଛନ୍ତି । ନିର୍ବାଚନ କମିଶନ ଏହି କ୍ଷେତ୍ରରେ ଉଚିତ ପଦକ୍ଷେପ ନେବାକୁ ଆବେଦନରେ ଦାବି କରାଯାଇଛି ।
୭. ଉନ୍ନାଓ ମାମଲା:
ଉନ୍ନାଓ ଦୁଷ୍କର୍ମ ମାମଲାର ଦୋଷୀ କୁଲଦୀପ ସିଂ ସେଙ୍ଗରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖି ଦିଲ୍ଲୀ ହାଇକୋର୍ଟ ଦେଇଥିବା ଜାମିନ ଆଦେଶକୁ ସିବିଆଇ (CBI) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ହାଇକୋର୍ଟ ସେଙ୍ଗରଙ୍କୁ ଦେଇଥିବା ଆଶ୍ୱସ୍ତି ବିରୋଧରେ ଶୀର୍ଷ ଅଦାଲତରେ ଶୁଣାଣି ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/29/high-court-2025-12-29-12-44-08.jpg)