କନକ ବ୍ୟୁରୋ: ନୂଆବର୍ଷରେ ରାତି ଅନିଦ୍ରା ହେବେନି ମହାପ୍ରଭୁ । ମାତ୍ର ୩ ଘଣ୍ଟା ପାଇଁ ଶୋଇବେ ମହାପ୍ରଭୁ । ରାତି ୧୧ଟାରୁ ରାତି ୨ଟା ପର୍ଯ୍ୟନ୍ତ ଦର୍ଶନ ରହିବ ବନ୍ଦ । ନୂଆବର୍ଷରେ ରାତି ଅନିଦ୍ରା ହେବେନି ମହାପ୍ରଭୁ । ତେବେ ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଆତିଥେୟତା କୁ ନଜରରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ନୂଆବର୍ଷରେ ବ୍ୟାପକ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର । ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ସହରରେ ୭୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସମଗ୍ର ସହରକୁ ସିସିଟିଭି ବଳୟ ମଧ୍ୟରେ ରଖାଯାଇଛି l ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି ଲଗାଯାଇଛି। ୨ ଜଣ କମାଣ୍ଡାଣ୍ଟ, ୧୩ ଅତିରିକ୍ତ ଏସପି, ୪୩ ଜଣ ଡିଏସପି, ୮୭ ଇନ୍ସପେକ୍ଟର, ୨୪୬ ଏସ୍ଆଇ ଏବଂ ଏଏସ୍ଆଇ ମୁତୟନ ରହିବେ ।
ଅଧିକ ପଢନ୍ତୁ: ପୁରୀରେ ଏବେଠୁ ଲାଗିଲାଣି ଭିଡ଼ : ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏବେ ପୁରୀମୁହାଁ
ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରବେଶ କରିବାକୁ ଥିବା ବେଳେ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ କରାଯାଇଛି ବ୍ୟାରିକେଡ଼ ବ୍ୟବସ୍ଥା । ଶ୍ରୀମନ୍ଦିର ଭିତରେ ହେଉ କି ପୁରୀ ବେଳାଭୂମିରେ ହେଉ ଭକ୍ତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ପ୍ରାଥମିକ ଚିକିତ୍ସା ସହ ଆମ୍ବୁଲାନ୍ସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୁରୀ ଏସ୍ପି କହିଛନ୍ତି । ସେପଟେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ଲାଇଫଗାର୍ଡଙ୍କ ସହ ସମନ୍ୱୟ ରଖାଯାଇଛି । ପୁରୀର ସମସ୍ତ ପ୍ରବେଶପଥରେ କଡାକଡି ଯାଞ୍ଚ ସହ ପାର୍କିଂ ଉପରେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇଛି । ମନ୍ଦିର ଭିତରେ ୫ଟି ଜୋନ ଓ ମନ୍ଦିର ବାହାରେ ୬ ଟି ଜୋନରେ ପୋଲିସ ଟିମ ଭିଡ ନିୟନ୍ତ୍ରଣ କରୁଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ବି ଇନ୍ସାଇଡ ଓ ଆଉଟ୍ସାଇଡ ଦୁଇ ଭାଗରେ ଟ୍ରାଫିକ କଣ୍ଟ୍ରୋଲ କରାଯାଉଛି । ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ନାକା ବା ଅବରୋଧ କରାଯାଇଥିବା ବେଳେ ପାର୍କିଂରେ ବି ପୋଲିସ ମୁତୟନ ହୋଇଛନ୍ତି। ୨୪ ଘଣ୍ଟା କାମ କରିବା ପାଇଁ ପ୍ରସ୍ତୁତ ରହିଛି ଇଣ୍ଟିଗ୍ରେଟେଡ ବା ସମନ୍ୱିତ କଣ୍ଟ୍ରୋଲ ରୁମ୍ । ସମୁଦ୍ର କୂଳରେ ସ୍ବତନ୍ତ୍ର ଆଉଟ୍ ପୋଷ୍ଟ ବା ଫାଣ୍ଡି ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/30/sri-jagannath-2025-12-30-17-22-41.jpg)