ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ୬ ତାରିଖରେ ପଡ଼ିବ ଭୋଟ ।

Bihar election

Bihar election Photograph: (KanakNews)

 କନକ ବ୍ୟୁରୋ;  ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର। ଶେଷ ଦିନରେ ଜୋରଦାର ପ୍ରଚାର କରିବେ ବିଭିନ୍ନ ଦଳର ହେଭିୱେଟ୍ । ସନ୍ଧ୍ୟା ୫ଟା ପରେରେ ନିର୍ବାଚନ କମିଶନ ଲାଗୁ କରିବେ ଧାରା ୧୨୬ ।  ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ମତଦାନ । ୧୩୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ।

ବିହାର ରାଜନୀତିର ଜାତି ଗଣତି ; ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବ କି MY ଫର୍ମୁଲା?

 ମତଦାନର ଠିକ୍ ୪୮ ଘଣ୍ଟା ପୂର୍ବରୁ, ଆଜି ସନ୍ଧ୍ୟା ୫ଟାରୁ, ନିର୍ବାଚନ କମିଶନ ଧାରା ୧୨୬ ଲାଗୁ କରିବେ। ଏହି ବ୍ୟବସ୍ଥାର ମୂଳ ଅର୍ଥ ହେଉଛି ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଆଉ କୌଣସି ପ୍ରକାରର ତୀବ୍ର ପ୍ରଚାରରେ ନିୟୋଜିତ ହୋଇପାରିବେ ନାହିଁ । ଏହାର ଉଦ୍ଦେଶ୍ୟ ହେଉଛି ଏକ 'ନୀରବତା ଅବଧି' ସୁନିଶ୍ଚିତ କରିବା ଯେଉଁଠାରେ ଭୋଟରମାନେ କୌଣସି ବାହ୍ୟ ଚାପ କିମ୍ବା ଶବ୍ଦ ବିନା ସେମାନଙ୍କର ନିଷ୍ପତ୍ତି ବିଚାର କରିପାରିବେ । ଏହି ସମୟ ମଧ୍ୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଇଛି ।

ଏନଡିଏର ସଙ୍କଳ୍ପ ପତ୍ର : ୧ କୋଟି ଚାକିରି, ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ପ୍ରତିଶ୍ରୁତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe