କନକ ବ୍ୟୁରୋ: ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର । ଆଜିକୁ ଛାଡ଼ି ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ଆଉ ଗୋଟିଏ ଦିନ ବାକିଥିବା ବେଳେ ଏନଡିଏ ଏବଂ ମହାଠବନ୍ଧନର ତୁଙ୍ଗ ନେତାମାନେ ଧୂଆଁଧାର ପ୍ରଚାର ଚଳାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହର୍ସା ଓ କଟିହାରରେ ନିର୍ବାଚନୀ ସଭାରେ ଯୋଗଦେଉଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଶିବହର ଚନ୍ଦୌଲି, ସୀତାମଢ଼ୀର ରାଗି ଓ ମଧୁବନର ଖୁଟୌନାରେ ରାଲି ରହିଛି । ସେହିପରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବାଙ୍କା, ଭାଗଲପୁର ଓ ମଧେପୁରା ଜିଲ୍ଲାରେ ପ୍ରଚାର କରୁଛନ୍ତି । 

Advertisment

ବଢ଼ୁଛି ନୂଆପଡ଼ା ଉପ-ନିର୍ବାଚନ ତାତି,  ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର ମଇଦାନରେ ସୁପ୍ରିମୋ ନବୀନ ପଟ୍ଟନାୟକ

ସେପଟେ ମହାଗଠବନ୍ଧନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କର ସୋନବରସା ଓ ଲଖୀ ସରାଇରେ ନିର୍ବାଚନୀ ସଭା ଥିବେ ବେଳେ ଅପରାହ୍ଣରେ ସମସ୍ତିପୁର ରୋସଡାରେ ସେ  ରୋଡ୍‌ ସୋ କରିବେ । ଆରଜେଡି ନେତା ତେଜସ୍ବୀ ଯାଦବ ପାଟନା, ଆରା, ବକ୍ସର ଓ ସାରନ ଜିଲ୍ଲାରେ ପ୍ରଚାର କରୁଛନ୍ତି । ସେହିପରି ଜନ ସୁରାଜ୍ ପାର୍ଟିର ନେତା ପ୍ରଶାନ୍ତ କିଶୋର ଆଜି ସାରନ, ଗୋପାଳଗଞ୍ଜ ଓ  ସିୱାନ ଜିଲ୍ଲାରେ ପ୍ରଚାର କରୁଛନ୍ତି । ଦୁଇ ମେଣ୍ଟ-ଏନଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ଏହାର ନେତାମାନେ ଜୋରଦାର ପ୍ରଚାର କରୁଛନ୍ତି ।