ଇସ୍ପାତ ନଗରୀ ରାଉରକେଲାରେ ବସ୍‌ଷ୍ଟାଣ୍ଡ ଅବସ୍ଥା ବେହାଲ୍ : ଯାତ୍ରୀଙ୍କ ବସିବା ପାଇଁ ନାହିଁ ଜାଗା

ଶିଳ୍ପ ନଗରୀ ରାଉରକେଲା! ସ୍ମାର୍ଟ ସିଟି ରାଉରକେଲା! ହେଲେ ଏଠାରେ ବସ୍ ଷ୍ଟାଣ୍ଡରେ ନାହିଁ ସ୍ମାର୍ଟ ବ୍ୟବସ୍ଥା ।  ଶିଳ୍ପ ନଗରୀ ରାଉରକେଲାରେ ବେହାଲ ହୋଇପଡ଼ିଛି ବସଷ୍ଟାଣ୍ଡ ।

4

Photograph: (KANAKNEWS)

କନକବ୍ୟୁରୋ : ଶିଳ୍ପ ନଗରୀ ରାଉରକେଲା! ସ୍ମାର୍ଟ ସିଟି ରାଉରକେଲା! ହେଲେ ଏଠାରେ ବସ୍ ଷ୍ଟାଣ୍ଡରେ ନାହିଁ ସ୍ମାର୍ଟ ବ୍ୟବସ୍ଥା ।  ଶିଳ୍ପ ନଗରୀ ରାଉରକେଲାରେ ବେହାଲ ହୋଇପଡ଼ିଛି ବସଷ୍ଟାଣ୍ଡ । ରାସ୍ତା ସାରା କାଦୁଅ ପଚପଚ। ବସ୍ ଷ୍ଟାଣ୍ଡର ମୁଖ୍ୟ ବିଲଡିଂର ବିଭିନ୍ନ ସ୍ଥାନରୁ ସିଲିଂ ଖସୁଛି ।  ପିଇବା ପାଇଁ ପାଣି ସଂଯୋଗ ଅଛି ହେଲେ ପାଣି ଆସୁନି ।

ବ୍ୟକ୍ତିଗତସ୍ତରକୁ ଗଲା ନୂଆପଡା ରାଜନୀତି : ଜୟଙ୍କୁ ନେଇ ବର୍ଷିଥିଲେ ନବୀନ ପୁଅର ସୁରକ୍ଷାରେ ବାହାରିଲେ ମାଆ

ଏପରିକି ଯାତ୍ରୀଙ୍କ ବସିବା ପାଇଁ ଭଲ ଜାଗାଟେ ବି ନାହିଁ ।  ଏପଟେ ଟଏଲେଟ୍ ବ୍ୟବସ୍ଥା ନ ଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ସାରା ବସ୍ ଷ୍ଟାଣ୍ଡ। ଇଏ ହେଉଛି ସ୍ମାର୍ଟ ସିଟି ରାଉରକେଲାର ବସ୍ ଷ୍ଟାଣ୍ଡର ନଗ୍ନ ଚିତ୍ର ।   ପ୍ରତ୍ୟେକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ  ଏପରିକି ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟରୁ ହଜାର ହଜାର ଯାତ୍ରୀ ଗମନାଗମନ ପାଇଁ ଭରସା କରିଥାଆନ୍ତି  ଏହି ବସ ଷ୍ଟାଣ୍ଡ ଉପରେ। ହେଲେ ନା ଯାତ୍ରୀ  ନା  ବସ୍ ଷ୍ଟାଣ୍ଡରେ ଦୋକାନ କରୁଥିବା ଦୋକାନୀଙ୍କ ସମସ୍ୟା ପ୍ରତି ଯେମିତି ଆଖି ବୁଜି ଦେଇଛି ପ୍ରଶାସନ ।  

ଆଜି ସରୁଛି ପ୍ରଚାର, କମ୍ପୁଛି ବିହାର ; ମୋଦୀ, ଶାହ, ଯୋଗୀଙ୍କ ଜୋରଦାର ପ୍ରଚାର

୧୯୯୦ ମସିହାରେ ତିଆରି ହୋଇଥିଲା ରାଉରକେଲା ବସ୍‌ ଷ୍ଟାଣ୍ଡ। ହେଲେ ଆଜିଯାଏଁ ଅଲଟ୍ରା ମର୍ଡନ ବସ୍ ଟର୍ମିନାଲ ହୋଇପାରିନାହିଁ। ଏବେ ଲୋକ ସଂଖ୍ୟା ସହ ବଢ଼ିଛି ବସ ସଂଖ୍ୟା l ପୂର୍ବରୁ ବସ୍ ଷ୍ଟାଣ୍ଡକୁ ବିସ୍ରା ଛକରୁ ସ୍ଥାନାନ୍ତର କରି ଅନ୍ୟତ୍ର କରିବା ନେଇ ବୈଠକ ପରେ ବୈଠକ ବସିଥିଲା।  ଏନେଇ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ, ରାଉରକେଲା ଡେଭଲପମେଣ୍ଟ ଅଥରିଟି ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ମଧ୍ୟରେ ଜାଗାକୁ ନେଇ ବିଭିନ୍ନ ସମୟରେ ଆଲୋଚନା ବି ହୋଇଥିଲା l ହେଲେ ଆଗକୁ ବଢ଼ି ପାରିଲାନି ବସ୍ ଷ୍ଟାଣ୍ଡର ଭାଗ୍ୟ ।

ଟକମକ ଫୁଟୁଥିବା ନଦୀ : ଥରେ ଭିତରକୁ ଗଲେ ବଞ୍ଚିବା ଅସମ୍ଭବ

ଏଠି ପ୍ରଶ୍ନ ଉଠୁଛି ସବୁ ଭିତ୍ତି ଭୂମି ଥାଇ କାହିଁକି ବସ୍ ଷ୍ଟାଣ୍ଡକୁ ନେଇ ଆନ୍ତରିକତା ଦେଖାଉନି ପ୍ରଶାସନ ? ବସଷ୍ଟାଣ୍ଡ ଭଳି ଏକ ମୁଖ୍ୟ ପ୍ରସଙ୍ଗରେ କାହିଁକି ଚୁପ୍ ବିଧାୟକ ଓ ସାଂସଦ? ତେବେ ଗତ ଏପ୍ରିଲ ମାସରେ ବସ୍ ଷ୍ଟାଣ୍ଡକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଖୁବ ଶୀଘ୍ର ବସଷ୍ଟାଣ୍ଡର କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ଏ ଯାଏଁ ଇଟା ଖଣ୍ଡ ବି ପଡ଼ିନି ବୋଲି କହିଛନ୍ତି ମୋଟର କର୍ମଚାରୀ ସଂଘର ସଦସ୍ୟ  l 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe