କନକବ୍ୟୁରୋ : ଜୟ ଢୋଲକିଆ ବିଜେପିରେ ସାମିଲ ହେବାକୁ ବେଇମାନୀର ଆଖ୍ୟା ଦେଇଥିଲେ ନବୀନ । ପ୍ରଚାର ସମୟରେ ଉଭୟ ବିଜେପି ଓ ଜୟଙ୍କୁ ନିଶାନା କରିଥିଲେ ବିଜେଡି ସୁପ୍ରିମୋ । ବ୍ୟକ୍ତିଗତ ସ୍ତରକୁ ଯାଇ ନବୀନ ଏଭଳି ଟାର୍ଗେଟ କରିବା କ୍ବଚିତ୍ ଦେଖିବାକୁ ମିଳେ । ତେବେ କାହିଁକି ବଦଳିଲା ନବୀନଙ୍କ ଆଭିମୁଖ୍ୟ ? ଜୟଙ୍କୁ ନେଇ ଅପପ୍ରଚାର ଭିତରେ ସୁରକ୍ଷା ପାଇଁ ସାମ୍ନାକୁ ଆସିଛନ୍ତି ତାଙ୍କ ମାଆ ତଥା ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ।
ସାତକୋଶିଆକୁ ଭଗବାନ ସାହା : ୨ ଅଧିକାରୀଙ୍କୁ ୫ ରେଞ୍ଜ ଦାୟିତ୍ବ
କହିଛନ୍ତି, ରାଜେନ୍ଦ୍ର ଅସୁସ୍ଥ ଥାଇ ହସ୍ପିଟାଲରେ ଚିକିତ୍ସିତ ବେଳେ ବିଜେଡି କିଛି ବୁଝିନଥିଲା । ଦୀର୍ଘ ବର୍ଷର ସମ୍ପର୍କ ସତ୍ତ୍ବେ ବି ବିଜେଡିର ଏଭଳି ଆଭିମୁଖ୍ୟ ତାଙ୍କୁ ମାନସିକ ଭାବେ ଭାଙ୍ଗିଦେବା ସହ ମୃତ୍ୟୁର ବଡ଼ କାରଣ ପାଲଟିଥିଲା । ଏହାସତ୍ତ୍ବେ ବି ରାଜେନ୍ଦ୍ରଙ୍କ ଫଟୋକୁ ବିଜେଡି କିଭଳି ବ୍ୟବହାର କରୁଛି ବୋଲି ପ୍ରଶ୍ନ କରିଛନ୍ତି କଳ୍ପନା ।
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା : ରିମାଣ୍ଡରେ ଗଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସ
ଜୟଙ୍କ ନାଁରେ ମିଛ ଅପପ୍ରଚାର କରି ବିଜେଡି ହୀନ ରାଜନୀତି କରୁଛି । ପିତୃତୂଲ୍ୟ ନବୀନଙ୍କ ବେଇମାନ ଉପଖ୍ୟାନକୁ ନେଇ କ୍ଷୋଭ ପ୍ରକାଶ ସହ ମୁହଁତୋଡ ଜବାବ ମଧ୍ୟ ଦେଇଛନ୍ତି ଜୟ । କହିଛନ୍ତି, ବାପାଙ୍କ ଅସମୟରେ ଦେଖିବାକୁ ନା ଦଳ ଆସିଥିଲା ନା ନିଜେ ନବୀନ । ଏବେ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି । ଦେହାନ୍ତ ପରେ ଫୋନ୍ କରି କେବଳ ଶୋକପ୍ରକାଶରେ ନିଜକୁ ସୀମିତ ରଖିଥିଲେ । ଭୋଟର ସବୁ ଜାଣନ୍ତି, ଜବାବ ଦେବେ । ଜୟଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଢୋଲକିଆ ପରିବାର ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ନୂଆପଡା ରାଜନୀତିକୁ ଉଷ୍ମ କରିଛି। ହେଲେ ପ୍ରଶ୍ନ ଉଠୁଛି, ବ୍ୟକ୍ତିଗତସ୍ତରର ରାଜନୀତିକୁ ଗ୍ରହଣ କରିବେ ତ ନୂଆପଡ଼ାବାସୀ ?
ଏଣେ କାହିଁକି ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଥିଲେ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରିଥିଲା । ଆଜି କୋମନା ବ୍ଲକ୍ ଅନ୍ତର୍ଗତ ବୁଧି କୋମନା ଗାଁରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଏହାର ଜବାବ୍ ରଖିଛନ୍ତି ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା ।
ଶେଷ ଅବସ୍ଥାରେ ଯେତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେତେବେଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ଆଉ ବାପାଙ୍କ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି। ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା।
 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/04/2-2025-11-04-16-31-23.jpg)