କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର। ଶେଷ ଦିନରେ ଜୋରଦାର ପ୍ରଚାର କରିବେ ବିଭିନ୍ନ ଦଳର ହେଭିୱେଟ୍। ସନ୍ଧ୍ୟା ୫ଟା ପରେ ନିର୍ବାଚନ କମିସନ ଲାଗୁ କରିବେ ଧାରା ୧୨୬। ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ମତଦାନ। ୧୩୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି।
ଆହୁରି ପଢ଼ନ୍ତୁ : ୯ଟି ପରମାଣୁ ଶକ୍ତି ବିଶିଷ୍ଟ ଦେଶ, ଭାରତର ସ୍ଥାନ କେଉଁଠି?
ମତଦାନର ଠିକ୍ ୪୮ ଘଣ୍ଟା ପୂର୍ବରୁ, ଆଜି ସନ୍ଧ୍ୟା ୫ଟାରୁ ନିର୍ବାଚନ କମିସନ ଧାରା ୧୨୬ ଲାଗୁ କରିବେ। ଏହି ବ୍ୟବସ୍ଥାର ମୂଳ ଅର୍ଥ ହେଉଛି ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଆଉ କୌଣସି ପ୍ରକାରର ତୀବ୍ର ପ୍ରଚାରରେ ନିୟୋଜିତ ହୋଇପାରିବେ ନାହିଁ। ଏହାର ଉଦ୍ଦେଶ୍ୟ ହେଉଛି ଏକ 'ନୀରବତା ଅବଧି' ସୁନିଶ୍ଚିତ କରିବା, ଯେଉଁଠାରେ ଭୋଟରମାନେ କୌଣସି ବାହ୍ୟ ଚାପ କିମ୍ବା ଶବ୍ଦ ବିନା ସେମାନଙ୍କର ନିଷ୍ପତ୍ତି ବିଚାର କରିପାରିବେ। ଏହି ସମୟ ମଧ୍ୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଇଛି ।
- ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନରେ ଭୋଟ୍
 - ପ୍ରଥମ ପର୍ଯ୍ୟାୟରେ ୧, ୩୧୪ ଜଣ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା
 - ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ
 - ନଭେମ୍ବର ୧୨୨ ଆସନରେ ପଡ଼ିବ ଭୋଟ୍
 - ନଭେମ୍ବର ୧୪ରେ ଆସିବ ବିହାର ଫଳାଫଳ
 
ସେପଟେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ ହୋଇଥିବାରୁ ବିଭିନ୍ନ ଦଳର ନେତା ମାରାଥନ ପ୍ରଚାର କରୁଛନ୍ତି। ବିଭନ୍ନ ସ୍ଥାନରେ ନିର୍ବାଚନୀ ସଭା, ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଉଛି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦରଭଙ୍ଗାରେ ନିର୍ବଚନୀ ରାଲିରେ ଯୋଗଦେଇଛନ୍ତି। ଆରଜେଡି ଓ କଂଗ୍ରେସକୁ ସମାଲୋଚନା କରି ଶାହ କହିଛନ୍ତି, ଲାଲୁଙ୍କ ପୁଅ ମୁଖ୍ୟମନ୍ତ୍ରୀ କି ସୋନିଆଙ୍କ ପୁଅ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଲାଲୁ ଓ ରାବଡୀଙ୍କ ୧୫ ବର୍ଷର ଜଙ୍ଗଲରାଜ ଆପଣ ଫେରାଇ ଆଣିବାକୁ ଚାହାନ୍ତି କି ବୋଲି ବିହାରବାସୀଙ୍କୁ ଅମିତ ଶାହ ପ୍ରଶ୍ନ କରିଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିହାରରେ ଏନଡିଏ ପାଇଁ ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନଡିଏର ମହିଳା କର୍ମୀମାନଙ୍କ ସହିତ ଆଲୋଚନା କରିବେ । ବିଜେପିର ମେରା ବୁଥ୍ ସବସେ ମଜଭୁତ୍ କାର୍ଯ୍ୟକ୍ରମ ଅଧୀନରେ ଆଲୋଚନା କରାଯିବ । ଅନ୍ୟପଟେ ବିରୋଧୀ ମହାମେଣ୍ଟ ମଧ୍ୟ ପ୍ରଚାରରେ ପଛରେ ପଡ଼ିନାହିଁ। ଆରଜେଡି ନେତା ତେଜସ୍ବୀ ଯାଦବ ଓ ଅନ୍ୟମାନେ ବିହାରରେ ଘମାସନ ପ୍ରଚାର ଚଳାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/04/bihar-election-2025-11-04-14-36-00.jpg)