ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ବୋମା, କେନ୍ଦ୍ରୀୟ ବିଦ୍ୟାଳୟ-୩ ନିକଟରେ ବିସ୍ଫୋରଣ, ଥରି ଉଠିଲା ସ୍କୁଲ

ସ୍କୁଲ୍ ହତା ପାଖରେ ବୋମାମାଡ଼ ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି । ବୋମାମାଡ଼ରେ ପାଚେରୀ କାନ୍ଥ ଫାଟିଛି । ଲୁହା ଗ୍ରୀଲ୍ ଫାଟି ଆଁ କରିଛି । କୁହାଯାଉଛି, କିଛି ଦୁର୍ବୃତ୍ତ ଏକ ବାଇକରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । କନ୍ତୁ ଏବେ ବି ରହସ୍ୟ ଘେରରେ ରହିଛି ବୋମାମାଡ଼ ପଛର ସତ ।

bbsr

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ପୁଣି ଫୁଟିଲା ବୋମା । ଧରିଉଠିଲା ସ୍କୁଲ୍‌ । କେନ୍ଦ୍ରୀୟ ବିଦ୍ୟାଳୟ-ଥ୍ରୀ ନିକଟରେ ବୋମାମାଡ଼ ହୋଇଛି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ବୋମାମାଡ଼କୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୁଲିସ୍ ଏବଂ ଏନଆଇଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି ।

ଅଧିକ ପଢ଼ନ୍ତୁ :  ଭୁବନେଶ୍ବର ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ : ୩୦ ଅଟକ

ସମୟ ସକାଳ ପ୍ରାୟ ୮ଟା । ସ୍ଥାନ- ଭୁବନେଶ୍ବର ଗାଡ଼କଣସ୍ଥିତ କେଭି-୩ ପ୍ରାଥମିକ ବିଦ୍ୟାଳୟ । ସ୍କୁଲ୍ ପାଚେରୀ ପାଖରେ ହଠାତ୍ ହେଲା ବିସ୍ଫୋରଣ । ଚାରିଆଡ଼ ଧୂଆଁମୟ । ଲୋକଙ୍କ ମଧ୍ୟରେ ଧାଁ ଦଉଡ଼ ପରିସ୍ଥିତି । କିଏ କିଛି ବୁଝିବା ଆଗରୁ ସ୍ତବ୍ଧ ହୋଇଗଲା ଚତୁର୍ଦ୍ଦିଗ । ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି ମଞ୍ଚେଶ୍ବର ଥାନା ପୁଲିସ । ଡିସିପି ଏବଂ ପୁଲିସ କମିସନର ମଧ୍ୟ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି । ଆଉ ଏନଆଇଏ ଟିମ୍ ପହଞ୍ଚିବା ପରେ ଏ ଘଟଣାର ଗୁରୁତ୍ବ ଆହୁରି ବଢ଼ିଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ସହ ଫୁଟିଥିବା ବାରୁଦର ସାମ୍ପଲ ସଂଗ୍ରହ କରିଛି ଏନଆଇଏ। ବୋମାରେ କେଉଁ ବାରୁଦ ବ୍ୟବହାର ହୋଇଛି, ୨୪ ଘଣ୍ଟାରେ ତାର ଟିକିନିଖି ତଥ୍ୟ ଦେବ ସାଇଣ୍ଟିଫିକ୍ ଟିମ୍ । 

ଅଧିକ ପଢ଼ନ୍ତୁ :  କୋଣାର୍କରେ ଫିଲ୍ମ ଷ୍ଟାଇଲ୍‌ରେ ଯୁବକଙ୍କୁ ଅପହରଣ : ଭୁବନେଶ୍ବରର ଯୁବକଙ୍କୁ ଜୋର ଜବରଦସ୍ତ ଉଠାଇନେଲେ ୨ ଦୁର୍ବୃତ୍ତ

ସ୍କୁଲ୍ ହତା ପାଖରେ ବୋମାମାଡ଼ ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି । ବୋମାମାଡ଼ରେ ପାଚେରୀ କାନ୍ଥ ଫାଟିଛି । ଲୁହା ଗ୍ରୀଲ୍ ଫାଟି ଆଁ କରିଛି । କୁହାଯାଉଛି, କିଛି ଦୁର୍ବୃତ୍ତ ଏକ ବାଇକରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । କନ୍ତୁ ଏବେ ବି ରହସ୍ୟ ଘେରରେ ରହିଛି ବୋମାମାଡ଼ ପଛର ସତ ।

ଅଧିକ ପଢ଼ନ୍ତୁ :  ମାଓବାଦୀ ହଟିବା ପରେ ବି ହଟିଲାନି ଅନ୍ଧାର, ଡାଇନିଚୁଆରୁ ଆସିଲା ଉପାନ୍ତ ଲୋକଙ୍କ ସଂଘର୍ଷର ଚିତ୍ର

 ସ୍କୁଲ୍‌ ପାଚେରୀ ପାଖରେ କିଏ ଓ କାହିଁକି କଲା ବୋମାମାଡ଼ ? ରେଳବାଇ କଲୋନି ଭିତରେ ଥିବା ଏ ସ୍କୁଲ୍‌ ନିକଟରେ ବୋମାମାଡ଼ କରିବାକୁ କେମିତି ସାହସ କଲେ ଦୁର୍ବୃତ୍ତ ? ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଯିବାର ୧୫ ମିନିଟ୍ ପରେ ହିଁ ବିସ୍ଫୋରଣ ହୋଇଛି । ଏବେ ଦେଖିବାର କଥା ଫେରାର ଅଭିଯୁକ୍ତଙ୍କୁ କେବେ ଧରୁଛି ପୁଲିସ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe