କନକବ୍ୟୁରୋ : ଉଚ୍ଛେଦ ହେଲା ସାଲିଆ ସାହି। ଏଥିପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।  ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଛନ୍ତି ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ସାଲିଆ ସାହିର କିଛି ଅଞ୍ଚଳ ଉଚ୍ଛେଦ କରୁଛନ୍ତି  ।  ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରିବାକୁ ଯାଉଛି ବିଏମସି ଓ ବିଡିଏ  ।

Advertisment

ଅଧିକ ପଢନ୍ତୁ.. Bihar Politics : ନୀତିଶ ମୁଖ୍ୟମନ୍ତ୍ରୀ : ଉପମୁଖ୍ୟମନ୍ତ୍ରୀ ହେବେ କିଏ ?

ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ ।  ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ଉଛେଦ କରିବ ମିଳିତ ଟିମ। ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ,   ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ରହିଛନ୍ତି । ସେପଟେ ଉଚ୍ଛେଦକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା ।  ସେପଟେ ବୁଦ୍ଧବିହାର ଟ୍ରାଂଜିଟ ହାଉସରେ ୭ ଦିନର ରହିବା ଖାଇବା ବ୍ୟବସ୍ଥା କରିଛି ବିଏମ୍‌ସି  

ଅଧିକ ପଢନ୍ତୁ...  ଚିରାଗ ହେବେ କି ଡେପୁଟି ସିଏମ୍? ବଡ଼ ଦାୟିତ୍ୱ ଦେଇପାରେ ବିଜେପି!