କନକ ବ୍ୟୁରୋ :  କେବେ ସୁଧୁରିବ ଉପାନ୍ତ ଗାଁର ଅବସ୍ଥା? କିଛି ଦିନ ତଳେ ଗଞ୍ଜାମର ସୁବର୍ଣ୍ଣପୁର ଗାଁ କଥା ତ’ ଜାଣିଥିବେ। କେମିତି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୁଖ୍ୟମନ୍ତ୍ରୀଙ୍କ ନଜର ପଡ଼ିଲା। ଗାଁକୁ ବିଜୁଳି ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ତାହେଲେ କ’ଣ କେବଳ ଖବର ବାଜିଲେ ସରକାର ନିଦରୁ ଉଠନ୍ତି । ଏ ପ୍ରଶ୍ନ ଉଠିବାର କାରଣ ହେଉଛି ଆଜିର ଏ ଖବର। ସେମିତି ଆଉ ଏକ ଉପାନ୍ତ ଗାଁ ହେଉଛି କୋରାପୁଟ ଜିଲ୍ଲା ବୈପାରିଗୁଡାର ଡାଇନିଚୁଆ। ସ୍ବାଧୀନତାର ୭୮ ବର୍ଷ ପରେ ବି ବିକାଶ ତ’ ଛାଡ଼ ବିଶୁଦ୍ଧ ପାଣି ଓ ପକ୍କା ରାସ୍ତା ବି ଏମାନଙ୍କ ପାଇଁ ସାତସପନ। 

Advertisment

ଅଧିକ ପଢ଼ନ୍ତୁ :  ଆମ୍ବ ଶଡ଼ା ଦେଇଛି ରୋଜଗାର । ବୈପାରୀଗୁଡ଼ା ବ୍ଲକର ଦୋରାଗୁଡ଼ା ଗାଁର ମହିଳାଙ୍କ ଉଦ୍ୟମ । ଆମ୍ବ ତୋଳି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆମ୍ବ ଶଡା

ଦିନ ଥିଲା ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତର ଡାଇନିଚୁଆ ଥିଲା ମାଓ ଗଡ଼ । ମାଓବାଦୀଙ୍କ ଭୟରେ ଗାଁରେ ସରକାରୀ ବାବୁଙ୍କ ପାଦ ପଡ଼ୁ ନଥିଲା । ପହଞ୍ଚି ପାରୁନଥିଲା ବିକାଶ । ହେଲେ ବର୍ତ୍ତମାନ ଏହି ଅଞ୍ଚଳ ମାଓମୁକ୍ତ। ତଥାପି ବିକାଶ ଛୁଇଁପାରୁନି ଗାଁ। ଘନ ଜଙ୍ଗଲ ମଧ୍ୟରେ ପାହାଡ଼ିଆ ପଥୁରିଆ ରାସ୍ତା ଗମନାଗମନର ଏକମାତ୍ର ମାଧ୍ୟମ। ୪ କିମି ଦୂର ପଞ୍ଚାୟତ ସଦର ମହକୁମାକୁ ଯିବାକୁ ହେଉ କି ସ୍କୁଲ୍‌ । ଏପରିକି ଭତ୍ତା ଠୁ ଆରମ୍ଭ କରି ରାସନ ଚାଉଳ ସବୁ ପାଇଁ ଏହି ରାସ୍ତା ଭରସା। ବର୍ଷା ଦିନ ଆସିଲେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ :  କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲାଣି କପା ଅମଳ, ହେଲେ ଏଯାଏଁ ଖୋଲୁନି ମଣ୍ଡି

 ଖାଲି ରାସ୍ତା ନୁହେଁ, ଗାଁ ଲୋକ ଆଜି ପର୍ଯ୍ୟନ୍ତ  ନଳକୂପ ଦେଖି ନାହାନ୍ତି । ପାହାଡ଼ରୁ ବହି ଆସୁଥିବା ଝରଣା ପାଣିରେ ହିଁ ଏମାନଙ୍କ ଶୋଷ ମେଣ୍ଟେ। ଗାଁ ଠୁ ଅଧ କିଲୋମିଟର ଦୂରକୁ ଯାଇ ଝରଣାରୁ ପାଣି ଆଣିବାକୁ ପଡ଼େ। ମୌଳିକ ସମସ୍ୟା ଭିତରେ ଜର୍ଜରିତ ହେଉଥିବା ଗାଁ ପ୍ରତି ପ୍ରଶାସନର ଦୃଷ୍ଟି ନ ପଡ଼ିବା ପରିତାପର ବିଷୟ ପାଲଟିଛି ।ତୁରନ୍ତ ପ୍ରଶାସନ ଗାଁରେ ପହଞ୍ଚି ଗାଁରେ ସମସ୍ତ ପ୍ରକାର ମୌଳିକ ସୁବିଧା କରିବା ପାଇଁ ଦାବି ହୋଇଛି।