ସରକାରଙ୍କ ଫୋକସ୍‌ରେ ମୟୂରଭଞ୍ଜ ; ପଛୁଆ ଜିଲ୍ଲାର ବିକାଶ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ

ଦୀର୍ଘ ଦିନ ଧରି ପଛୁଆ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜକୁ ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଏନେଇ ଗତ ଅକ୍ଟୋବର ୨୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାର ବିକାଶ ପାଇଁ ଏକ ସ୍ୱତନ୍ତ୍ର 'ବ୍ଲୁ-ପ୍ରିଣ୍ଟ' ପ୍ରସ୍ତୁତ କରାଯାଇଛି ।

Mayurbhanj

Mayurbhanj Photograph: (Kanak news)

କନକ ବ୍ୟୁରୋ :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଜିଲ୍ଲା ମୟୂରଭଞ୍ଜ ଏବେ ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି । ଦୀର୍ଘ ଦିନ ଧରି ପଛୁଆ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜକୁ ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଏନେଇ ଗତ ଅକ୍ଟୋବର ୨୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାର ବିକାଶ ପାଇଁ ଏକ ସ୍ୱତନ୍ତ୍ର 'ବ୍ଲୁ-ପ୍ରିଣ୍ଟ' ପ୍ରସ୍ତୁତ କରାଯାଇଛି । ଏହି ବୈଠକରେ ଅର୍ଥ ବିଭାଗ ସଚିବ, କୃଷି ବିଭାଗ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ, ଉଚ୍ଚ ଶିକ୍ଷା ବିଭାଗ ସଚିବ, ଗଣଶିକ୍ଷା ବିଭାଗ ସଚିବ, ପର୍ଯ୍ୟଟନ ସଚିବ, ମୁଖ୍ୟ ବଣ୍ୟପ୍ରାଣୀ ସଂଗ୍ରକ୍ଷକ ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ବିକାଶର ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । 

ଅଧିକ ପଢ଼ନ୍ତୁ--ରେଳମନ୍ତ୍ରୀଙ୍କ ବଡ଼ ସୂଚନା ; ଗଡ଼ିବ ଦେଶର ପ୍ରଥମ ବନ୍ଦେଭାରତ ସ୍ଲିପର ଟ୍ରେନ୍‌

ଏହି ଯୋଜନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଏକ ଆୟୁର୍ବେଦିକ ମେଡିକାଲ କଲେଜ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଆଇଟି (IIIT) ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ପର୍ଯ୍ୟଟନ ବିଭାଗର ସଚିବମାନେ ମିଳିତ ଭାବେ ଏହି ରୋଡମ୍ୟାପ୍ ତିଆରି କରିଛନ୍ତି, ଯାହା ମୟୂରଭଞ୍ଜର ବିକାଶ ଧାରାକୁ ତ୍ୱରାନ୍ୱିତ କରିବ । ମୟୂରଭଞ୍ଜ ରାଇରଙ୍ଗପୁରର ଝିଅ ଦେଶର ପ୍ରଥମ ନାଗରିକ ହେବା ପରେ ସାରା ବିଶ୍ବରେ ଚର୍ଚ୍ଚାକୁ ଆସିଥିଲା ଏହି ଜିଲ୍ଲା । ଏବେ ଜିଲ୍ଲାର ଏହି ଝିଅ ପାଇଁ ବଦଳିବ ମୟୂରଭଞ୍ଜର ଚିତ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe