କନକ ବ୍ୟୁରୋ : ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ବନ୍ଦେଭାରତ ସ୍ଲିପର ଟ୍ରେନ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ, ଚଳିତ ବର୍ଷ ଡିସେମ୍ବର ମାସରୁ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚାଲିବା ଆରମ୍ଭ ହେବ । ଏହି ଅତ୍ୟାଧୁନିକ ଟ୍ରେନ୍ରେ ଯାତ୍ରୀମାନେ ଏବେ ଆରାମଦାୟକ ତଥା ବିଶ୍ୱସ୍ତରୀୟ ସୁବିଧା ସହ ଯାତ୍ରା କରିବାର ସୁଯୋଗ ପାଇବେ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ଦେଶର ପ୍ରଥମ ବନ୍ଦେଭାରତ ସ୍ଲିପର ଟ୍ରେନ୍ରେ ବାକିଥିବା ଅଳ୍ପ କିଛି କାମ ଚାଲିଛି । ଏହି ରେଟ୍ରୋଫିଟିଂ ପରେ, ଡିସେମ୍ବରରେ ଟ୍ରେନ୍ଟି ଯାତ୍ରୀମାନଙ୍କ ପାଇଁ କାର୍ଯ୍ୟକ୍ଷମ ହେବ । ପୂର୍ବରୁ ପ୍ରଥମ ଟ୍ରେନ୍ର ପରୀକ୍ଷଣ ସମୟରେ ବିଶେଷକରି ବଗି ଏବଂ ସିଟ୍କୁ ନେଇ କିଛିଟା ଛୋଟ ଛୋଟ ସମସ୍ୟା ସାମ୍ନାକୁ ଆସିଥିଲା । ସେଗୁଡ଼ିକର ସମାଧାନ କରାଯାଉଛି । ଏକ ବିଳାସପୂର୍ଣ୍ଣ ଟ୍ରେନ୍ ନିର୍ମାଣ କରି ଯାତ୍ରୀମାନଙ୍କ ଯାତ୍ରାକୁ ଆରାମଦାୟକ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।"
ଆହୁରି ପଢ଼ନ୍ତୁ : ବିହାରରେ ନୀତୀଶ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ
ଟ୍ରାଏଲ୍ ରନ୍ କରାଯାଇଛି ଅନେକ ପରିବର୍ତ୍ତନ
ଜରୁରୀକାଳୀନ ଆଲାର୍ମ ବଟନ୍କୁ ଉପର ବର୍ଥ ପଛରୁ ଏପରି ଏକ ସ୍ଥାନକୁ ଘୁଞ୍ଚାଯାଇଛି ଯେଉଁଠାରେ ଯାତ୍ରୀମାନେ ସହଜରେ ଏହାକୁ ଦବାଇପାରିବେ ।
ଅଗ୍ନିକାଣ୍ଡକୁ ରୋକିବା ପାଇଁ ସ୍ୱତନ୍ତ୍ର କେବୁଲ୍ ଏବଂ ଆର୍କ୍ ଫଲ୍ଟ ଚିହ୍ନଟ ଡିଭାଇସ୍ ଲଗାଯାଇଛି ।
CCTV ପାଇଁ ଅଗ୍ନିପ୍ରତିରୋଧୀ କେବୁଲ୍ କନେକ୍ଟ କରାଯାଇଛି ।
ସୁରକ୍ଷାମାନ ଯାଞ୍ଚ କରିବ ତୃତୀୟ ପକ୍ଷ ।
ଆହୁରି ପଢ଼ନ୍ତୁ : ନୀତୀଶଙ୍କ ମନ୍ତ୍ରିମଣ୍ଡଳ, ସାମ୍ନାକୁ ଆସିଲା ଲିଷ୍ଟ; ଏହି ନେତା ହେବେ ବିହାରରେ ମନ୍ତ୍ରୀ
ପୂର୍ବରୁ ଅନେକ ଥର ବନ୍ଦେଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ ସ୍ଥଗିତ ରଖାଯାଇଛି । ପ୍ରଥମେ ଅକ୍ଟୋବର 15 ତାରିଖ ପାଇଁ ଲଞ୍ଚ ତାରିଖ ସ୍ଥିର କରାଯାଇଥିଲା, କିନ୍ତୁ ଏବେ ଏହା ନିଶ୍ଚିତ ହୋଇଛି ଯେ ଟ୍ରେନଟି ଡିସେମ୍ବରରେ ଟ୍ରାକରେ ଆସିବ । BEML ବର୍ତ୍ତମାନ ୧୦ ଟି ସ୍ଲିପର ବନ୍ଦେଭାରତ ଟ୍ରେନ ନିର୍ମାଣ କରୁଛି । କମ୍ପାନିର ଜଣେ ଅଧିକାରୀଙ୍କ ଅନୁଯାୟୀ, ପ୍ରଥମ ଟ୍ରେନଟି ଏକ ପ୍ରୋଟୋଟାଇପ୍ ଥିଲା, ତେଣୁ ଏହାର ପ୍ରତ୍ୟେକ ପାରାମିଟରରେ ବ୍ୟାପକ ପରୀକ୍ଷଣ କରାଯାଇଥିଲା । ବର୍ତ୍ତମାନ, ସମସ୍ତ ପରାମର୍ଶିତ ପରିବର୍ତ୍ତନ କରି ଟ୍ରେନକୁ ଆହୁରି ଉନ୍ନତ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/20/bandevarat-2025-11-20-12-51-32.jpg)