କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଗସ୍ତ । କଲେଜରେ ଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା । ମହାମହିମଙ୍କୁ ପାଖରେ ପାଇ ଉତ୍ସାହିତ ହୋଇଛନ୍ତି ଛାତ୍ରୀ । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମହାବିଦ୍ୟାଳୟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହାପରେ ବାସଭବନ ନିକଟରେ ଥିବା ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରରେ ସନ୍ଧ୍ୟା ଆରତୀ କରିବାର କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଛନ୍ତି । ରାତିରେ ନିଜ ଘରେ ପରିବାର ଲୋକଙ୍କ ସହ ରାତ୍ରି ଯାପନ କରିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଆଜି ଜନ୍ମମାଟିରେ ପହଞ୍ଚିବା ପରେ ମହାମହିମଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ଅଞ୍ଚଳବାସୀ । ଗାଁ ଦାଣ୍ଡରେ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିରେ ରାଷ୍ଟ୍ରପତି ମଧ୍ୟ ମହିଳାଙ୍କ ସହ ତାଳ ଦେଇ ନାଚିଥିଲେ । ମହାମହିମଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୪୦ ପ୍ଲାଟୁନ ର୍ଫୋସ ମୁତୟନ ହୋଇଛନ୍ତି ।  

Advertisment