କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ କ୍ରମରେ ବିହାରର ୨୪୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୦୧ ଟି ଆସନରେ ନିର୍ବାଚନ ଲଢ଼ିବାକୁ ଯାଉଛି । ଏହି ୧୦୧ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା ମଧ୍ୟ କରିସାରିଛି । ଏବେ ସମସ୍ତଙ୍କ ନଜର ୬ ଓ ୧୧ ତାରିଖ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ଉପରେ । ହେଲେ ତା ଭିତରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଏହି ଖବର ମୁତାବକ ମତଦାନ ପୂର୍ବରୁ ବିହାର ୬ ଜିଲ୍ଲା ବିଜେପି ମୁକ୍ତ ହୋଇଛି । 

Advertisment

ବିହାର ବିଧାନସଭାର ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୦୧ ଆସନରେ ଲଢ଼ୁଛି । ହେଲେ ଏହି ୧୦୧ ଆସନ ଲଢ଼ିବା ଭିତରେ ରାଜ୍ୟର ୬ ଟି ଜିଲ୍ଲାରେ ବିଜେପି ପ୍ରାର୍ଥୀ ଦେଇନାହିଁ । ଅର୍ଥାତ ଏହି ୬ ଜିଲ୍ଲାର ସମସ୍ତ ଆସନରେ ଇଣ୍ଡିଆ ମେଣ୍ଟକୁ ଟକ୍କର ଦେଉଛନ୍ତି ବିଜେପିର ସହଯୋଗୀ ଦଳମାନଙ୍କର ପ୍ରାର୍ଥୀ । ଏହି ୬ ଜିଲ୍ଲା ମଧ୍ୟରେ ରହିଛି ମଧେପୁରା, ଖଗାଡିଆ, ଶେଖପୁରା, ଶିହର, ଜହାନାବାଦ ଓ ରୋହତାସ । ଏହାର ଅର୍ଥ ହେଉଛି ଏହି ୬ ଜିଲ୍ଲାରେ ବିଜେପିର କୌଣସି ପ୍ରାର୍ଥୀ ନିର୍ବାଚନ ଲଢ଼ୁ ନାହାନ୍ତି । ସେହିଭଳି କିଛି ଜିଲ୍ଲାରେ ବିଜେପି କେବଳ ଗୋଟିଏ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛି । ସେସବୁ ଜିଲ୍ଲା ଭିତରେ ରହିଛି ସହରସା, ଲଖିସରାଇ, ନାଳନ୍ଦା, ବକ୍ସର, ଜମ୍ମୁଇ । 

ବିହାର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କପୁରି ଠାକୁରଙ୍କ ଗାଁରୁ ଆରମ୍ଭ କରିବେ ଜନସଭା

ବିଜେପି କହିଛି କି, ଦଳ ନିଜର ଆସନ ସଂଖ୍ୟା କମ୍ କରି ଏସବୁ ଜିଲ୍ଲାରେ ସହଯୋଗୀ ଦଳମାନଙ୍କୁ ଲଢ଼ିବାର ସୁଯୋଗ ଦେଇଛି । ଚଳିତ ନିର୍ବାଚନ ନୁହେଁ ବରଂ ୨୦୨୦ ବିଧାନସଭା ନିର୍ବାଚନରେ ବିହାରର ୫ ଟି ଜିଲ୍ଲାରେ ବିଜେପି ପ୍ରାର୍ଥୀ ଦେଇନଥିଲା । ବିଜେପି ନେତାଙ୍କ କହିବା ମୁତାବକ ବିହାରରେ ବିଜେପି ତାର ସହଯୋଗୀ ଦଳମାନଙ୍କୁ ପ୍ରାଥମିକତା ଦେଇଛି । 

ଓଡ଼ିଶାରୁ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ ; ଚଢାଉ କରି ଧରିଲେ ଏନସିବି ଓ ସୁନ୍ଦରଗଡ଼ ସିମଡେଗା ପୁଲିସ

ରାଜନୈତିକ ବିଶ୍ଳେଷକଙ୍କ କହିବା ମୁତାବକ ବିଜେପି ଏହି ସଂଶାଧନ ବିତରଣ କରି ମେଣ୍ଟକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରିଛି । ଯେଉଁସବୁ ଜିଲ୍ଲାରେ ବିଜେପି ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ଲଢ଼ୁଛି ସେଠାରେ ବିଜେପି ସହଜରେ ବିଜୟୀ ହେବ ବୋଲି ଆଶା କରିଛି । 

ବିହାର ନିର୍ବାଚନରେ ପୁଣିଥରେ ଦେଖିବାକୁ ମିଳିବ ପରିବାରବାଦ ରାଜନୀତି, ୪୨ ଜଣ ପ୍ରାର୍ଥୀଙ୍କ ସମ୍ପର୍କୀୟ ପୂର୍ବରୁ ରହିଆସିଛନ୍ତି ସାଂସଦ ଓ ବିଧାୟକ

ସୂଚନା ଥାଉ କି, ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟ ମଧ୍ୟରେ ବଡ଼ ଚତୁରତାର ସହ ଆସନ ବୁଝାମଣା ହୋଇଛି । ବିଜେପି ୧୦୧ ଆସନରେ ଲଢ଼ୁଥିବା ବେଳେ ଜେଡିୟୁ ମଧ୍ୟ ୧୦୧ ଆସନରେ ନିର୍ବାଚନ ଲଢ଼ୁଛି । ମେଣ୍ଟର ଅନ୍ୟ ସହଯୋଗୀ ଦଳ ଏଲଜେପି ୨୯, ହମ୍ ୬, ଆରଏଲଏମ୍ ୬ ଆସନରେ ନିର୍ବାଚନ ଲଢ଼ୁଛି ।