କନକ ବ୍ୟୁରୋ : ବିହାର ନିର୍ବାଚନକୁ ନେଇ ପ୍ରଚାର ମଇଦାନ ସରଗରମ ହେଉଛି । ଆଜି ନିର୍ବାଚନ ପ୍ରଚାର ପାଇଁ ବିହାର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ବିହାରର ଜନନାୟକ କର୍ପୁରି ଠାକୁରଙ୍କ ଗାଁରୁ ପ୍ରଚାର ଆରମ୍ଭ କରିବେ । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଏହା ତାଙ୍କର ପ୍ରଥମ ସଭା । ଏହି ସଭାରେ ସେ ବିହାର ନିର୍ବାଚନ ପାଇଁ ଏଜେଣ୍ଡା ଘୋଷଣା କରିପାରନ୍ତି । ପରିବାରବାଦ, ଜଙ୍ଗଲରାଜ ପ୍ରସଙ୍ଗ ଉଠାଇ ବିରୋଧୀ ମେଣ୍ଟକୁ ଘେରିପାରନ୍ତି ପ୍ରଧାନମନ୍ତ୍ରୀ । 

Advertisment

ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ,ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଥମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଅମିତ୍ ଶାହ ନିର୍ବାଚନ ପରିଚାଳନା କରିବା ସହ ଅସନ୍ତୁଷ୍ଟ ପ୍ରର୍ଥୀଙ୍କୁ ମନାଇବା କାମରେ ଲାଗିଥିବା ବେଳେ ବକ୍ସର ଓ ସିବାନରେ ନିର୍ବାଚନ ରାଲି କରିବେ । 

ଆଇନଜୀବୀ ପୀତବାସ ହତ୍ୟା ମାମଲା; ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ବିପଦ

ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ସମସ୍ତିପୁର ଜିଲ୍ଲାର କପୁରି ଠାକୁରଙ୍କ ଗାଁରୁ ନିର୍ବାଚନ ପ୍ରଚାର କରିବେ । ବିହାରର ଅତି ପଛୁଆ ଜାତିର ଲୋକଙ୍କ ପାଇଁ ସଂଗ୍ରାମ କରିଥିବା କପୁରି ଠାକୁରଙ୍କ ଜନ୍ମସ୍ଥଳୀ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଦେବେ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କପୁରି ଠାକୁରଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିସାରିଛନ୍ତି । 

  • ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମ୍ପୂର୍ଣ୍ଣ ବିବରଣୀ
  • ଦିନ ୧୦ ଟାରେ ଦରଭଙ୍ଗାରେ ପହଂଚିଲେ 
  • ଜେକେପିଡି କଲେଜ ମୈଦାନରୁ କପୁରି ଠାକୁରଙ୍କ ଗାଁକୁଯିବେ
  • କର୍ପୁରି ଠାକୁରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ 
  • ଦିନ ୧୨ ରେ ସମସ୍ତିପୁର ପୁଲିସ ଲାଇନରେ ଜନସଭାକୁ ସମ୍ବୋଧିତ କରିବେ 
  • ଦିନ ୧.୪୦ ରେ ଅନ୍ୟ ଏକ ନିର୍ବାଚନୀ ରାଲିରେ ସାମିଲ ହେବେ
  • ପୁଣି ଦରଭଙ୍ଗା ଫେରି ଦିଲ୍ଲୀ ଯାତ୍ରା କରିବେ 

ଏସବୁ ଭିତରେ କିନ୍ତୁ ମହାମେଣ୍ଟର ନେତା ତେଜସ୍ୱୀ ଯାଦବ ଏନଡିଏ ମେଣ୍ଟକୁ ପ୍ରଶ୍ନ କରି ଘାଇଲା କରିଛନ୍ତି । ଗତକାଲି ମହାମେଣ୍ଟ ଏକ ସାମ୍ବାଦିକ ସମ୍ମିଳନୀ କରି ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ପରେ ଅଡ଼ୁଆରେ ପଡ଼ିଛି ଏନଡିଏ ମେଣ୍ଟ । ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ୱୀ । କାରଣ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢ଼ୁଛି ଏନଡିଏ । ହେଲେ ଯଦି ନିର୍ବାଚନରେ ଏନଡିଏକୁ ବହୁମତ ମିଳେ ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ବିବାଦ ରହିଛି । ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ନିର୍ବାଚନରେ ବହୁମତ ମିଳିଲେ ବିଧାୟକ ଦଳ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ । ସେପଟେ ଚିରାଗ ପାସୱାନ ମଧ୍ୟ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ନାହାନ୍ତି । କାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ନୀତିଶ ସରକାରଙ୍କୁ କଟାକ୍ଷ କରୁଛନ୍ତି ଚିରାଗ ।