କନକ ବ୍ୟୁରୋ : ବିହାର ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଭାରୀ ପରିମାଣର ଗଞ୍ଜେଇ ଓଡିଶାରୁ ସିମଡେଗା ମାର୍ଗରେ ବିହାରକୁ ଚାଲାଣ ହେଉଥିଲା । ଏନସିବି ଏବଂ ସିମଡେଗା ପୁଲିସ ମିଳିତ ଭାବରେ ବଡ଼ ଧରଣର କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ୩ କୋଟି ଟଙ୍କା ମୂଲ୍ୟର ସାଢେ ଚାରି କୁଇଣ୍ଟାଲ ଗଞ୍ଜେଇ ସହିତ ଗୋଟିଏ ଚାଲାଣକାରୀ ଗିରଫ କରାଯାଇଛି ।
ଏନସିବିର ବିହାର-ଝାରଖଣ୍ଡ ଜୋନାଲ ଡାଇରେକ୍ଟର ଅଭିଷେକ ଆନନ୍ଦ ଏବଂ ସିମଡେଗାର ଏସପି ଏମ୍. ଅର୍ଶି ଯୁଗ୍ମ ଭାବରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଓଡିଶାରୁ ସିମଡେଗା ମାର୍ଗରେ ଭାରୀ ପରିମାଣର ଗାଞ୍ଜା ବିହାର ଦିଗକୁ ଯାଉଥିବା ସୂଚନା ମିଳିଥିଲା । ସେହି ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିବି ଏବଂ ସିମଡେଗା ପୁଲିସ ମିଳିତ ଭାବରେ କୋଲେବିରା ଥାନା ଅଞ୍ଚଳର ଛଗରବନ୍ଧା ନିକଟରେ ଏନଏଚ୍-୧୪୩ ରେ ଗୋଟିଏ ହରିୟାଣା ନମ୍ବର ଟ୍ରକ୍କୁ ଅଟକାଇଥିଲେ ।
ହ୍ୱାଇଟ୍ ହାଉସରେ ବୁଲଡୋଜର ଚଲାଇଲେ ରାଷ୍ଟ୍ରପତି ଟ୍ରମ୍ପ, ୯୯୯ ଲୋକଙ୍କ ପାଇଁ ନିର୍ମାଣ ହେବ ଭବ୍ୟ ପ୍ରାସାଦ
ଟ୍ରକ୍ରେ ଖୋଜାଖୋଜି କଲାପରେ ଗୋଟିଏ ଗୁପ୍ତ କେବିନ୍ରୁ ୮୫ ପ୍ୟାକେଟ୍ରେ ମୋଟ ୪୪୧ କିଲୋ ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇ ସହିତ ଟ୍ରକ୍ ଚାଳକଙ୍କୁ ଗିରଫ କରାଯାଇଛି। ଏନସିବିର ଜୋନାଲ ଡାଇରେକ୍ଟର ଜଣାଇଛନ୍ତି ଯେ ଜବତ ହୋଇଥିବା ଗାଞ୍ଜାର ଅନୁମାନିତ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା । ଏସପି ଅର୍ଶି କହିଛନ୍ତି ଯେ ଛୋଟ ସ୍ତରରେ ଗାଞ୍ଜାର ମୂଲ୍ୟ ଆହୁରି ବେଶି ହୋଇଯାଏ । ଏନସିବି ପକ୍ଷରୁ କୁହାଯାଇଛି ଯେ ଗଞ୍ଜେଇ ଓ ଅନ୍ୟାନ୍ୟ ମାଦକ ପଦାର୍ଥ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲଗାତାର ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/23/marijuana-2025-10-23-16-28-57.jpg)