କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୬ ତାରିଖରେ ହେବ । ହେଲେ ଏହା ପୂର୍ବରୁ ଏନଡିଏ ମେଣ୍ଟର ଜେଡିୟୁ ନେତା ଲଲନ ସିଂଙ୍କ ଏକ ବୟାନ ବେଶ୍ ଭାଇରାଲ ହେଉଛି । ଏହାସହ ଏହି ବୟାନକୁ ନେଇ ନିର୍ବାଚନ ଆୟୋଗ ଲଲନ ସିଂଙ୍କ ନାମରେ ମାମଲା ରୁଜୁ କରିଛି । ଏହାସହ ଲଲନ ସିଂଙ୍କୁ ନିର୍ବାଚନ ଆୟୋଗ ନୋଟିସ ଜାରି କରିଛନ୍ତି ।
ବିହାର ମୋକାମାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ଲଲନ ସିଂ କହିଛନ୍ତି କି, ଯେଉଁମାନେ ଏନଡିଏ ସମର୍ଥନରେ ଭୋଟ ଦେବେନି ସେମାନଙ୍କୁ ଭୋଟ ଦିନ ଘରୁ ବାହାରକୁ ବାହାରିବାକୁ ଦିଅନି । ଏହାସହ ଯେଉଁମାନେ କାକୁତି ମିନତି ହୋଇ କହିବେ ସେମାନଙ୍କୁ ଏନଡିଏ ସମର୍ଥକମାନେ ଭୋଟଦାନ କେନ୍ଦ୍ରକୁ ନେଇକି ଯାଅ, ସେମାନଙ୍କ ଭୋଟ ତୁମେ ଦିଅ । ତା ପରେ ସେମାନଙ୍କୁ ଧରି ସେମାନଙ୍କ ଘରେ ଆଣି ଛାଡିଦିଅ ।
ଜିଲ୍ଲା ଗରିବ କିନ୍ତୁ ବାବୁ ଧନୀ : ଜୟପୁର ଭିଜିଲାନ୍ସ ରିପୋର୍ଟରେ ଚକିତ କଲା ଭଳି ତଥ୍ୟ
ଲଲନ ସିଂଙ୍କ ଏଭଳି ବୟାନକୁ ନେଇ ବିହାର ରାଜନୀତି ସରଗରମ ହୋଇଛି । ବିରୋଧୀ ମହାଗଠବନ୍ଧନର ମୁଖ୍ୟ ଦଳ ଆରଜେଡି କହିଛି, ଏଭଳି ବୟାନ ଦେଇ ଲଲନ ସିଂ ସିଧାସଳଖ ନିର୍ବାଚନ ଆୟୋଗଙ୍କ ଛାତି ଉପରେ ବୁଲଡୋଜର ଚଳାଇଛନ୍ତି । ମତଦାନ ଦିନ ବିରୋଧୀ ଭୋଟରଙ୍କୁ ଘରେ ହାତ ଗୋଡ ବାନ୍ଧି ବନ୍ଦି କରି ରଖିବା ଭଳି ବୟାନ ଦେବା ଲଲନ ସିଂଙ୍କ ଭଳି ନେତାଙ୍କ ପାଇଁ ଉପଯୁକ୍ତ ବୟାନ ନୁହେଁ । ଏହାସହ ଏନଡିଏ ମେଣ୍ଟ ପରାଜିତ ହେବାକୁ ଯାଉଥିବାରୁ ଏଭଳି ଆଚରଣ ଆରମ୍ଭ କରିଥିବା କଥା ଆରଜେଡି କଟାକ୍ଷ କରିଛି । କେବଳ ଆରଜେଡି ନୁହେଁ ମେଣ୍ଟର ସହଯୋଗୀ ଦଳ କଂଗ୍ରେସ ମଧ୍ୟ ଲଲନ ସିଂଙ୍କ ଏହି ବୟାନକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛି । କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିବା ସହ ନିର୍ବାଚନ ଆୟୋଗ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା : ରିମାଣ୍ଡରେ ଗଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସ
ସୂଚନା ଥାଉ କି, ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ୬ ତାରିଖରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସମାପ୍ତ ହେଉଛି । ଏଣୁ ସବୁ ରାଜନୈତିକଦଳର ନେତାମାନେ ଆଜି ବିହାରରେ ଜୋରଦାର ପ୍ରଚାର କରୁଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୋଜପୁର ଜିଲ୍ଲାର ବଡ଼ହରା ବିଧାନସଭା ନିର୍ବାଚନମଣ୍ଡଳୀରେ ପଅଚାର କରିଛନ୍ତି । ଏହି କ୍ରମରେ ସେ ବିରୋଧୀ ମେଣ୍ଟକୁ ଜୋରଦାର ଆକ୍ରମଣ କରିଛନ୍ତି । ଏହାସହ ବିହାରରେ ପୁଣି ଏନଡିଏ ସରକାର ଆସିଲେ କେଉଁ କେଉଁ କାମକୁ ଅଗ୍ରାଧିକାର ଦିଆଯିବ ତାର ବିବରଣୀ ପ୍ରଦାନ କରିଛନ୍ତି ।
Follow Us