କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଆଜି ‘ସଂକଳ୍ପ ପତ୍ର’ ବା  ନିର୍ବାଚନୀ ଇସ୍ତାହାର ଜାରି କରିଛି । ବିହାର ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏହି ‘ସଂକଳ୍ପ ପତ୍ର’ରେ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଛି । ଏନଡିଏ ପୁଣି ରାଜ୍ୟରେ କ୍ଷମତା ଦଖଲ କଳେ ବିପୁଳ ସଂଖ୍ୟାରେ ନିଯୁକ୍ତି ଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ ଓ ବିଭିନ୍ନ କ୍ଷେତ୍ରରେ କଲ୍ୟାଣମୂଳକ ଯୋଜନା ଲାଗୁ କରିବ ବୋଲି କହିଛି। ଠିକ ଦୁଇ ଦିନ ପୂର୍ବରୁ ମହାଗଠବନ୍ଧନ ପ୍ରଣପତ୍ର ନାଁରେ ନିର୍ବାଚନୀ ଇସ୍ତାହାର ଜାରି କରି ବିହାରବାସୀଙ୍କ ମନଜିତିବାକୁ ଚେଷ୍ଟାର କରିସାରିଛି ।ଆସନ୍ତୁ ଦେଖିବା ଉଭୟମେଣ୍ଟର ନିର୍ବାଚନୀ ଇସ୍ତହାରକୁ ତୁଳନା କରିବା ଓ ଦେଖିବା କିଏ ଦେଇଛି କେଉଁ ପ୍ରତିଶ୍ରୁତି 

Advertisment

 ବିହାର ନିର୍ବାଚନୀ ଇସ୍ତାହାର
ଏନଡିଏ 

-୧ କୋଟି ଚାକିରି ଓ ବିପୁଳ ସଂଖ୍ୟାରେ କର୍ମନିଯୁକ୍ତି 
-ଲକ୍ଷପତି ଦିଦି ଓ ମିସନ କୋଟିପତି 
-୧୨୫ ୟୁନିଟ୍ ଯାଏ ମାଗଣା ବିଜୁଳି
-୫ ଲକ୍ଷ ପର୍ୟ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା
-ଅତ୍ୟନ୍ତ ପଛୁଆ ବର୍ଗଙ୍କୁ ଅଧିକ ସଂରକ୍ଷଣ ଓ ସହାୟତା
-ମାଗଣା ଓ ଉତ୍ତମ ସ୍କୁଲ 
-ଏକ୍ସପ୍ରେସୱେ, ରେଳ ଓ ମେଟ୍ରୋ ସମ୍ପ୍ରସାରଣ 
-ପ୍ରତିଟି ଜିଲ୍ଲାରେ କାରଖାନା ପ୍ରତିଷ୍ଠା 
-ଗରିବଙ୍କ ପାଇଁ ପଞ୍ଚାମୃତ ଗ୍ୟାରେଣ୍ଟି
-ଯୋଗ୍ୟ ପରିବାରକୁ ସାମାଜିକ ସୁରକ୍ଷା ପେନସନ୍ 
-କର୍ପୂରୀ ଠାକୁର କିଷାନ ସମ୍ମାନ ନିଧି 
-ବିହାର ଦୁଗ୍ଧ ଓ ମତ୍ସ୍ୟ ମିସନ 

ମହାଗଠବନ୍ଧନ
-୨୦ ମାସ ଭିତରେ ପ୍ରତ୍ୟେକ ପରିବାରର ଜଣଙ୍କୁ ସରକାରୀ ଚାକିରି 
-ମାଇବେହେନ ଯୋଜନାରେ ମହିଳାଙ୍କୁ ମାସକୁ ଅଢ଼େଇ ହଜାର
-ପ୍ରତି ଘରକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌,
-ପ୍ରତି ନାଗରିକଙ୍କ ନିମନ୍ତେ ୨୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା
-ଦୁର୍ନୀତିମୁକ୍ତ ବିହାର ଗଠନ, ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା 
-ପ୍ରତିଯୋଗିତାମୂଳକ ପରୀକ୍ଷାରେ ମାଗଣା ଫର୍ମ ଓ ଖର୍ଚ୍ଚ
-ମନରେଗା ଶ୍ରମିକଙ୍କୁ ଦୈନିକ ୩୦୦ ଟଙ୍କା ପାରିଶ୍ରମିକ 
-ବର୍ଷକୁ ଅତିକମ୍‌ରେ ୨୦୦ ଦିନ କର୍ମଯୋଗାଣ
-ଦିବ୍ୟାଙ୍ଗଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ
-ସଂରକ୍ଷଣ ସୀମା ୫୦%ରୁ ୬୦%କୁ ବୃଦ୍ଧି
-ପୁରୁଣା ପେନସନ ଯୋଜନା ଲାଗୁ
-ଚୁକ୍ତିଭିତ୍ତିକ ଚାକିରି ବଦଳରେ ସ୍ଥାୟୀ 

 
ଗୋଟେ ପଟେ ଉଭୟ ମେଣ୍ଟ ଲୋଭନୀୟ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବାବେଳେ ସେପଟେ ବୟାନବାଜି ବଢ଼ିବାରେ ଲାଗିଛି ।

ପ୍ରତିଥର ପରି ଏଥରକ ମଧ୍ୟ ମହିଳା, ଚାଷୀ ଓ ଯୁବବର୍ଗକୁ ଅଧିକ ଫୋକସ କରିଛନ୍ତି ଉଭୟ ମେଣ୍ଟ ।ଏଥିସହ ମୂଳ ସମସ୍ୟାକୁ ପ୍ରସଙ୍ଗ କରି ଏହା ସ୍ଥାୟୀ ସମାଧାନ ପ୍ରତିଶୃତି ଦେଇ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ସବୁ ପ୍ରକାର ଉଦ୍ୟମ କରିଛନ୍ତି ଏନଡିଏ ଓ ମହାଗଠବନ୍ଧନ ।ତେବେ ନଭେମ୍ବର ୧୪ ଫଳାଫଳ କହିବ ବିହାର ବାଜି କିଏ ଜିତିବ?କିଏ ହେବ ରାଜ୍ୟର ନୂଆ ସରକାର ।