କନକବ୍ୟୁରୋ : କିଏ ଘର ଖଣ୍ଡିଏ ପାଇଁ ସନ୍ତୁଳି ହେଉଛି ତ ଆଉ କିଏ ରାସନ କାର୍ଡ ପାଇଁ ବ୍ଲକ ଅଫିସ ଆଗରେ ଲମ୍ବା ଧାଡ଼ିରେ ଜଗୁଥିବା ଖବର ଆମେ ନିତିଦିନ ଦେଖୁଛେ । ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇ କଷ୍ଟରେ ଦିନ କାଟୁଛନ୍ତି। ହେଲେ ସରକାରୀ ବାବୁ କିନ୍ତୁ ହେଉଛନ୍ତି ମାଲାମାଲ ।
ଆଜି ସରୁଛି ପ୍ରଚାର, କମ୍ପୁଛି ବିହାର ; ମୋଦୀ, ଶାହ, ଯୋଗୀଙ୍କ ଜୋରଦାର ପ୍ରଚାର
ଜୟପୁର ଭିଜିଲାନ୍ସ ରିପୋର୍ଟରୁ ଏମିତି ସତ ସାମନାକୁ ଆସିଛି । ଗତ ୧୦ ମାସର ଭିଜିଲାନ୍ସ ରିପୋର୍ଟ କହୁଛି, ଜିଲ୍ଲାର ୫୬ ଜଣ ବାବୁ ଧରାପଡ଼ିଛନ୍ତି। ସେଥିମଧ୍ୟରୁ ୮ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ରହିଥିବା ବେଳେ ୧୨ ଜଣ ଦ୍ୱିତୀୟ, ୩୬ ଜଣ ତୃତୀୟ ଓ ୧୦ ଜଣଙ୍କ ନାଁରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଛି ।
Pakistan: ଯୁଦ୍ଧ ବିମାନ ପରେ ଦେବ ସବ୍ମେରାଇନ୍, ପାକିସ୍ତାନ ପ୍ରେମ ଛାଡ଼ି ପାରୁନି ଚୀନ
ଏହି ବାବୁଙ୍କଠାରୁ ମିଳିଛି ମୋଟ ୨୨ କୋଟି ୫୧ ଲକ୍ଷ ଟଙ୍କା । ପଛୁଆ ତଥା ଗରିବ ଜିଲ୍ଲାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଦେଉଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ କୋରାପୁଟ ଜିଲ୍ଲାରେ ହାତ ଖୋଲା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ସରକାରୀ ଯୋଜନା ଯୋଗାଇବା ଦାୟିତ୍ୱରେ ଥିବା ବାବୁମାନେ କିପରି ଅର୍ଥ ଆତ୍ମସାତ୍ କରୁଛନ୍ତି ଜୟପୁର ଭିଜିଲାନ୍ସ ତାହାର ସ୍ପଷ୍ଟ ଚିତ୍ର ଦେଇଛି ।
ଏଠାରେ ବର୍ଷ କେଇଟାରେ ବାବୁମାନେ ହେଇଯାଉଛନ୍ତି କୋଟିପତି । କେବଳ ଗତ ୧୦ ମାସରେ ୩୩ ଟି ମାମଲାରେ ୫୬ ଜଣ ଅଧିକାରୀ ବନ୍ଧା ହେଲେଣି । ଆଉ ୨୨ କୋଟି ୫୧ ଲକ୍ଷ୍ୟ ଟଙ୍କା ସାଙ୍ଗକୁ ଅନେକ ସମ୍ପତ୍ତି ଜବତ ହୋଇଛି । ଆଗକୁ ଅଧିକାରୀ ନ ଚେତିଲେ ଆହୁରି ବନ୍ଧା ହେବେ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ଭିଜିଲାନ୍ସ ଏସ୍ପି। ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/04/3-2025-11-04-16-21-27.jpg)