କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ନେଇ ରାଜନୀତି ବଦଳିବାରେ ଲାଗିଛି । ପ୍ରେସର ପଲିଟିକ୍ସ ବା ଚାପ ପକାଇ ଫାଇଦା ନେବା କାଇଦା ଏବେ ମେଣ୍ଟ ରାଜନୀତିରେ ଛୋଟ ଛୋଟ ଦଳଙ୍କ ପାଇଁ ଅମୋଘ ଅସ୍ତ୍ର ସାଜିଛି । ତେଣୁ ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା ଆସନ ବୁଝାମଣା । ଏଥିରେ ଉଭୟ ମେଣ୍ଟ ଭିତରେ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା । ଏନଡିଏ ମେଣ୍ଟରୁ ପ୍ରେସର ପଲିଟିକ୍ସ ଆପଣାଇ ଚିରାଗ ପାସୱାନ ୨୯ ଟି ଆସନ ହାତେଇନେଲେ ।
ଛଟ୍ ପରେ ଜୋରଦାର ବିହାର ପ୍ରଚାର; ମୋର୍ଚ୍ଚା ସମ୍ଭାଳିବେ ପ୍ରିୟଙ୍କା, ୨୯ରୁ ଯୋଡ଼ିହେବେ ରାହୁଲ ଗାନ୍ଧୀ
ସେପଟେ ଇଣ୍ଡିଆମେଣ୍ଟ ରେ ମୁକେଶ ସାହାଣୀ ମଧ୍ୟ ୧୫ ଟି ଆସନ ହାତେଇନେଇଛନ୍ତି । ସେପଟେ ସମସ୍ତଙ୍କୁ ସନ୍ତୋଷ୍ଟ କରିବା ପରେ ଇଣ୍ଡିଆ ମେଣ୍ଟର ମୁଖ୍ୟଦଳ ଆରଜେଡି ବି ପ୍ରେସର ପଲିଟିକ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଚେହେରା ହାତେଇନେଲା । ସେହି ମେଣ୍ଟରେ ପୁଣି ଏକ ପ୍ରେସର ପିଲିଟିକ୍ସ ଆପଣାଇ ମୁକେଶ ସାହାଣୀ ଉପମୁଖ୍ୟମନ୍ତ୍ରୀ ଚେହେରା ବି ଘୋଷଣା ହୋଇଗଲେ । ଏବେ ଏନଡିଏ ମେଣ୍ଟର ପ୍ରେସର ପଲିଟିକ୍ସ ମାଧ୍ୟମରେ ଚିରାଗ ପାସୱାନ ୨୯ ଆସନ ହାତେଇଥିବା ବେଳେ ଆଜି ସେହି ସମାନ ପ୍ଲାନରେ ନୀତିଶକୁମାର ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରିଛନ୍ତି ।
କିଏ ଏହି ଦିବ୍ୟା ଗୌତମ? ବିହାର ନିର୍ବାଚନରେ ଉଠୁଛି ନାଁ , ସୁଶାନ୍ତ ରାଜପୁତଙ୍କ ସହ ଥିଲା କନେକ୍ସନ୍
ଅର୍ଥାତ ଏନଡିଏର ମୁଖ୍ୟ ସହଯୋଗୀଦଳ ଭାବେ ବିଜେପି ଓ ଜେଡିୟୁ ରହିଛି । ବିଜେପି ପାଖରେ ଏବେ ବି ୭୫ ଟି ବିଧାନସଭା ଆସନ ଥିବା ବେଳେ ଜେଡିୟୁ ପାଖରେ ମାତ୍ର ୪୪ ଟି ବିଧାୟକ ରହିଛନ୍ତି । ହେଲେ ଏବେ କେନ୍ଦ୍ରରେ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ ଜେଡିୟୁ ସହାୟତାରେ ସରକାର ଗଠନ କରିଛି । ତେଣୁ ବିଜେପି ଉପରେ ଚାପ ପକାଇବାରେ ସଫଳ ହୋଇଥାଇପାରନ୍ତି ନୀତିଶ କୁମାର । ଅନ୍ୟପଟେ ବିହାରର ରାଜନୀତିକୁ ଦୃ୍ଷ୍ଟିରେ ରଖିଲେ ଜେଡିୟୁ ପାଖରେ ବିଧାୟକ ସଂଖ୍ୟା ବିଜେପି ଠାରୁ କମ୍ ଥାଇପାରେ । ହେଲେ ବିହାରରେ ନୀତିଶଙ୍କ ଆଦର୍ଶଗତ ପ୍ରବାହ ଭଲ ରହିଛି ।
କଲ୍ ସେଣ୍ଟରରୁ ଆରମ୍ଭ, ଏବେ ବିହାର ରାଜନୀତିରେ ନୂଆ ମୁହଁ
ଏବେ ପଢ଼ିବା ଆଜିର ବିହାର ରାଜନୀତି ଉପରେ । ବିହାର ରାଜନୀତିରେ ଆଜି ଦୁଇଟି ଘଟଣା ଘଟିଛି । ଗୋଟିଏ ଘଟଣା ହେଉଛି ଆଜି ଇଣ୍ଡିଆ ମେଣ୍ଟ ତରଫରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି, ଯାହାକୁ ଏହି ମେଣ୍ଟ "ତେଜସ୍ୱୀ ପ୍ରଣ' ନାମରେ ଉନ୍ମୋଚନ କରିଛି । ଏହି ଉନ୍ମୋଚନୀ ସଭା ମଞ୍ଚରୁ ଇଣ୍ଡିଆମେଣ୍ଟର ନେତୃତ୍ୱମାନେ ଏନଡିଏକୁ ଚ୍ୟାଲେଞ୍ଜ ଦେଇଥିଲେ । ଏହି ଚ୍ୟାଲେଞ୍ଜକୁ ତୁରନ୍ତ ଗ୍ରହଣ କରିଛି ଏନଡିଏ ମେଣ୍ଟ । ବିହାର ବିଜେପିର ବଡ଼ ଚେହେରା, କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଜଣେ ଜଣାଶୁଣା ପ୍ରବକ୍ତା ରବିଶଂକର ପ୍ରସାଦ କହିଛନ୍ତି କି, ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥିଲେ, ଅଛନ୍ତି ଓ ଆଗାମୀ ଦିନରେ ରହିବେ । ଏହା କହିବା ସହ ସେ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ନିଜ ଘର ସମ୍ଭାଳି ପାରୁନଥିବା ନେତା ଦେଶ ସମ୍ଭାଳିବାକୁ ଗୋଡ଼ କାଢ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/28/29-2025-10-28-23-20-45.jpg)