୨୩ ନା’ ୨୪ ? କେବେ ପଡୁଛି ସରସ୍ବତୀ ପୂଜା?

Advertisment

ମା’ ଶାରଦାଙ୍କ ବସନ୍ତ ପଞ୍ଚମୀକୁ ସରସ୍ବତୀ ପୂଜା ରୂପେ ସ୍କୁଲ,କଲେଜ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ, ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ଦିନରେ ଦେବୀ ସରସ୍ୱତୀ ଆବିର୍ଭାବ ହୋଇଥିଲେ ତେଣୁ ଏହି ଦିନକୁ ତାଙ୍କର ଜନ୍ମଦିନ ବୋଲି ମଧ୍ୟ କୁହାଯାଏ ।

ମା’ ଶାରଦାଙ୍କ ବସନ୍ତ ପଞ୍ଚମୀକୁ ସରସ୍ବତୀ ପୂଜା ରୂପେ ସ୍କୁଲ,କଲେଜ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ, ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ଦିନରେ ଦେବୀ ସରସ୍ୱତୀ ଆବିର୍ଭାବ ହୋଇଥିଲେ ତେଣୁ ଏହି ଦିନକୁ ତାଙ୍କର ଜନ୍ମଦିନ ବୋଲି ମଧ୍ୟ କୁହାଯାଏ ।

saraswati-puja

saraswati-puja Photograph: (KanakNews)

କନକ ବ୍ୟୁରୋ : ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପଡ଼େ । ବାଗଦେବୀଙ୍କୁ ସମର୍ପିତ ଏହି ପର୍ବରେ ବିଦ୍ୟାର୍ଥୀମାନେ ଉତ୍ସାହିତ ଥାଆନ୍ତି । ଦେବୀ ସରସ୍ୱତୀଙ୍କୁ ଜ୍ଞାନ, ବିଦ୍ୟା, ସଙ୍ଗୀତ ଏବଂ କଳାର ଦେବୀ ବୋଲି କୁହାଯାଏ । ଏହି ଦିନ ମା’ଙ୍କୁ ପୂଜା କରିବା ଦ୍ୱାରା ମନରେ ଶାନ୍ତି , ଜ୍ଞାନରେ ବୃଦ୍ଧି ଏବଂ ବିବେକ ଶକ୍ତି ବୃଦ୍ଧି ହୁଏ ବୋଲି ବିଶ୍ବାସ ରହିଛି । ଏହି ଦିନଟି ଅଧ୍ୟୟନ, ସଙ୍ଗୀତ, କଳା କିମ୍ବା ଶିକ୍ଷା ସହିତ ଜଡ଼ିତ ଲୋକଙ୍କ ପାଇଁ ଖାସ୍ । ମା’ ଶାରଦାଙ୍କ ବସନ୍ତ ପଞ୍ଚମୀକୁ ସରସ୍ବତୀ ପୂଜା ରୂପେ ସ୍କୁଲ,କଲେଜ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ, ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ଦିନରେ ଦେବୀ ସରସ୍ୱତୀ ଆବିର୍ଭାବ ହୋଇଥିଲେ ତେଣୁ ଏହି ଦିନକୁ ତାଙ୍କର ଜନ୍ମଦିନ ବୋଲି ମଧ୍ୟ କୁହାଯାଏ । ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବସନ୍ତ ପଞ୍ଚମୀର ତିଥି ଜାନୁଆରି ୨୩ ତାରିଖ ସକାଳ ୨:୨୮ ରେ ଆରମ୍ଭ ହେବ ଏବଂ ଜାନୁଆରି ୨୪ ରାତି ୧:୪୬ ରେ ଶେଷ ହେବ । 

Basant Panchami
Basant Panchami Photograph: (google)

କାହା ଉପରେ ପାଦ ରଖିଥିଲେ ପ୍ରଭୁ ନଟରାଜ ? କ’ଣ କୁହେ ପୁରାଣ ?

ସରସ୍ୱତୀ ପୂଜା ପାଇଁ ସବୁଠାରୁ ଶୁଭ ସମୟ ହେଉଛି ସକାଳ ୭:୧୫ ରୁ ଅପରାହ୍ନ ୧୨:୫୦ । ଏହି ସମୟରେ ପୂଜା କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେବେ ବସନ୍ତ ପଞ୍ଚମୀରେ ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ । ସ୍ନାନ ଜଳରେ ଟିକିଏ ଗଙ୍ଗା ଜଳ ମିଶାଇ ସ୍ନାନ କରିବା ସମୟରେ ହର ହର ଗଙ୍ଗା, ହର ହର ଯମୁନା ଏବଂ ହର ହର ସରସ୍ୱତୀ ଜପ କରନ୍ତୁ । ଏକ ଚୌକିରେ ପୀତ କପଡ଼ା ବିଛାଇ ସେଥିରେ ଦେବୀ ସରସ୍ୱତୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖନ୍ତୁ । ଦେବୀଙ୍କ ସମ୍ମୁଖରେ ଘିଅ ଦୀପ ଜାଳନ୍ତୁ ଏବଂ ହଳଦିଆ ଫୁଲ ଅର୍ପଣ କରନ୍ତୁ । ହଳଦୀ କିମ୍ବା ହଳଦିଆ ତିଳକ ଲଗାନ୍ତୁ ଓ ହଳଦିଆ ମିଠା ଅର୍ପଣ କରନ୍ତୁ । ଯଦି ଆପଣ ଦେବୀ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କୌଣସି ମନ୍ତ୍ର ଜାଣନ୍ତି ତେବେ ତାହା ଜପ କରନ୍ତୁ ; ନଚେତ୍ କେବଳ ତାଙ୍କର ଆଳତି କରନ୍ତୁ । ଶେଷରେ ବାଗଦେବୀଙ୍କୁ ପ୍ରଣାମ କରି ଆଶୀର୍ବାଦ ଲୋଡ଼ନ୍ତୁ । 

ବସନ୍ତ ପଞ୍ଚମୀ ବସନ୍ତ ଋତୁର ଆଗମନକୁ ସୂଚାଏ । ଏହି ପର୍ବ ପ୍ରେମ ଏବଂ ଆନନ୍ଦର ପର୍ବ ସହିତ ଜଡ଼ିତ । ଶୁଭ ସମୟ କିମ୍ବା ଶୁଭ କାର୍ଯ୍ୟ ପାଇଁ ଏହି ସମୟ ଅତ୍ୟନ୍ତ ଭଲ ବୋଲି କୁହାଯାଏ । ପିଲାଙ୍କ ଶିକ୍ଷା ଆରମ୍ଭ କରିବା, ନୂତନ ଚାକିରି କିମ୍ବା ବ୍ୟବସାୟ ଆରମ୍ଭ କରିବା, ମୁଣ୍ଡନ ଉତ୍ସବ, ଅନ୍ନପ୍ରାଶନ ଏବଂ ଗୃହ ପ୍ରବେଶ ଭଳି ଶୁଭ କାମଗୁଡ଼ିକୁ ଏହି ଦିନରେ ଶୁଭ ବୋଲି କୁହାଯାଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe