କନକ ବ୍ୟୁରୋ : ଆଜିକାଲି ଆମ ଜୀବନରେ ଋଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । କୌଣସି ଲୋକ ଘର ନିର୍ମାଣ କରିବା ହେଉ କି ବ୍ୟବସାୟ ଆରମ୍ଭ କରିବା ହେଉ କିମ୍ବା ଆବଶ୍ୟକ ପୂରଣ କରିବା କଥା ହେଉ ସର୍ବାଧିକ ଲୋକେ ଋଣ ଉପରେ ଭରସା କରିଥାନ୍ତି । ଋଣ ପାଇବାକୁ ହେଲେ ବ୍ୟାଙ୍କ କିଛି ନା କିଛି ବନ୍ଧକ ରଖିଥାଏ । ବିଶେଷ କରି ଜମି ଓ ସୁନା ଦେଇ ଲୋକମାନେ ଋଣ ନେଇଥାନ୍ତି । ହେଲେ ଏବେ ଆପଣ ରୁପା ଦେଇ ମଧ୍ୟ ବ୍ୟାଙ୍କରୁ ଋଣ ଆଣିପାରିବେ । 

Advertisment

ଅବହେଳିତ ପ୍ରାଚୀନ ବୌଦ୍ଧପୀଠ

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁତାବକ ଏବେ ଲୋକମାନେ ବ୍ୟାଙ୍କରେ ରୁପା ଅଳଙ୍କାର ଦେଇ ଋଣ ନେଇପାରିବେ । ଏହି ନିୟମ ୨୦୨୬ ଏପ୍ରିଲ ମାସରୁ ଲାଗୁ ହେବାକୁ ଯାଉଛି । ଯାହାର ଲାଭ ଲକ୍ଷ ଲକ୍ଷ ଗ୍ରାମାଞ୍ଚଳ ଲୋକ ଓ ସହରାଞ୍ଚଳ ଲୋକଙ୍କୁ ମିଳିବ । ନିଜ ଘରେ ଥିବା ରୁପାକୁ ବ୍ୟବହାର କରି ଲୋକମାନେ ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିପାରିବେ । ଏବେ ଆସନ୍ତ ଜାଣିବା ଏହି ରୁପା ଋଣ ନେଇ କ'ଣ ରହିଛି ନିୟମ । 

ଲଗାତାର ଥକ୍କା ଲାଗୁଥିଲେ ସାବଧାନ! : ହୋଇପାରେ କିଡନି ସମସ୍ୟାର ଲକ୍ଷଣ

ଏବେ ଦେଶର ଲୋକମାନେ ରୁପା ବନ୍ଧକ ରଖି ଋଣ ନେବାର ସୁବିଧା ପାଇପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ କରିଥିବା ନିୟମ ମୁତାବକ ଜଣେ ଗ୍ରାହକ ସର୍ବାଧିକ ୧୦ କିଲୋ କିମ୍ବା ସର୍ବନିମ୍ନ ୫୦୦ ଗ୍ରାମ ରୁପା ବନ୍ଧକ ଦେଇ ବ୍ୟାଙ୍କରୁ ଋଣ ନେଇପାରିବେ । ଏହି ସୁବିଧା ସମସ୍ତ ବ୍ୟାଙ୍କ, ସରକାରୀ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାରୁ ପାଇପାରିବେ । 

ନେତାଙ୍କ ଭବିଷ୍ୟବାଣୀ: ବିଜେଡି କହିଲା ୧୦ ହଜାର ଭୋଟରେ ଜିତିବୁ, ବିଜେପି କହିଲା ଜୟ ଜିତିବେ, କଂଗ୍ରେସ କହୁଛି ଘାସିରାମଙ୍କ ବିଜୟ ନିଶ୍ଚିତ

ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ମୁତାବକ ସୁନା ଭଳି ପାରଦର୍ଶିତା ପ୍ରକ୍ରିୟା ଆପଣାଇ ବନ୍ଧକ ରୁପାର ଠିକ୍ ମୂଲ୍ୟାଙ୍କନ କରିବେ । ଏହାସହ ଋଣ ବାବଦରେ ଗ୍ରାହକଙ୍କୁ ସମସ୍ତ ନିୟମ ଜଣାଇବାକୁ ରିଜର୍ଭ ବ୍ୟାଙ୍କ ଋଣଦାତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

South Africa Vs India At Barabati Match : ବାରବାଟୀ ଟି-୨୦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଦିଲ୍ଲୀ ବିସ୍ଫୋରଣ ପରେ ଫୋକସରେ ସୁରକ୍ଷା ବ୍ୟବସ୍ଥା

ରିଜର୍ଭ ବ୍ୟାଙ୍କର ନିୟମ ମୁତାବକ ରୁପା ଦେଇ ଗ୍ରାହକ ନେଇଥିବା ଋଣ ୭ ବର୍ଷ ମଧ୍ୟରେ ପରିଶୋଧ କରିବାକୁ ପଡ଼ିବ । ସୁଧହାର ବ୍ୟାଙ୍କ ସ୍ଥିର କରିବ । ଅର୍ଥାତ ଯେଭଳି ସୁନା ଋଣ ଉପରେ ସୁଧ ଲାଗୁଛି, ସେହିଭଳି ରୁପା ଋଣ ଉପରେ ମଧ୍ୟ ସୁଧ ସ୍ଥିର କରାଯିବ । ଯଦି ଗ୍ରାହକ ଠିକ୍ ସମୟରେ ଋଣ ପରିଶୋଧ ନକରେ ତେବେ ବ୍ୟାଙ୍କ ବନ୍ଧକ ରୁପାକୁ ନିଲାମ କରିପାରିବ । ଏହି କ୍ରମରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରସେସିଙ୍ଗ ଶ୍ଳୁକ ଋଣଦାତା ସଂସ୍ଥା ନେଇପାରିବ ।