କନକ ବ୍ୟୁରୋ : ଏଇ କିଛିଦିନ ମଧ୍ୟରେ ହୁ ହୁ ହୋଇ ବଢୁଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ ହେବାରେ ଲାଗିଛି । ଗତ ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛି , ସେଥିରୁ ଦୁଇଦିନ ଥିଲା ଛୁଟି । ଅର୍ଥାତ ମାତ୍ର ଚାରୋଟି କାରବାର ଦିନରେ ରୁପାରେ ଏଭଳି ହ୍ରାସ ଘଟିଛି । ଭୁବନେଶ୍ବରରେ ରୁପା କେଜି ମଙ୍ଗଳବାର ୮୦୦୦ ଟଙ୍କା ହ୍ରାସ ପାଇ ୧,୮୨,୦୦୦ ଟଙ୍କା ହୋଇଛି । ଗତ ରବିବାର ଓ ସୋମବାର ଛୁଟିଥିବା କାରଣରୁ ଏହାର ଦାମ୍ରେ କୌଣସି ପରିବର୍ତ୍ତନ ଘଟିନଥିଲା । ବଜାର ତଥ୍ୟ ଅନୁସାରେ ଚଳିତ ମାସ ୧୫ ତାରିଖରେ ରୁପା କେଜି ଏହାର ସର୍ବୋଚ୍ଚ ସ୍ତର ୨,୦୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହାପର ଠାରୁ ସେଥିରେ ଲଗାତାର ଭାବେ ହ୍ରାସ ଘଟୁଛି । କେବଳ ଧନତେରସ୍ ଦିନ ରୁପା କେଜି ୧୩ ହଜାର ଟଙ୍କା ଶସ୍ତା ହୋଇଥିଲା , ଯାହା ଫଳରେ ବିକ୍ରି ମଧ୍ୟ ଅଧିକ ହୋଇଥିଲା ।
ମୋଦୀଙ୍କ ମନ ଜିଣିଲା ଓଡ଼ିଶା ଉପହାର; ଉପହାର ପାଇ ଚିଠିଲେଖି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ...
ରୁପାର ଚାହିଦା ବଢ଼ିବାରୁ ତାହାର ଦାମ୍ ବଢ଼ୁଥିଲା । ଦରରେ ଏହି ହ୍ରାସ ଆଗାମୀ ଦିନରେ ଜାରି ରହିବା ଆଶା କରାଯାଉଛି । କେବଳ ରୁପା ନୁହେଁ, ସୁନା ଦର ବି ହ୍ରାସ ପାଇବାରେ ଲାଗିଛି । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୦ ଟଙ୍କା କମ୍ ହୋଇ ୧,୧୯,୭୦୦ ଟଙ୍କାକୁ ହ୍ରାସ ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୧୧୦ ଟଙ୍କା କମ୍ ହୋଇ ୧,୩୦,୫୮୦ ଟଙ୍କା ହୋଇଛି । ଧନତେରସ୍ ଦିନ ୨୨ କ୍ୟାରେଟ୍ ସୁନା ଦାମ୍ ୧୭୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ୧୯୧୦ ଟଙ୍କା କମ୍ ହୋଇଥିଲା ।
କମିଲା ରୁପା ଦର-
- ହୁ ହୁ ହୋଇ ବଢୁଥିବା ରୁପା ମୂଲ୍ୟରେ ଲାଗିଲା ବ୍ରେକ୍
- ଦ୍ରୁତଗତିରେ କମୁଛି ରୁପାଦର
- ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛିମଙ୍ଗଳବାର ୮୦୦୦ ଟଙ୍କା ହ୍ରାସ ପାଇ ୧,୮୨,୦୦୦ ଟଙ୍କା ହୋଇଛି
- ଚଳିତ ମାସ ୧୫ ତାରିଖରେ ରୁପା କେଜି ଏହାର ସର୍ବୋଚ୍ଚ ସ୍ତର ଛୁଇଁଥିଲା
- ୧୫ ତାରିଖରେ ୨,୦୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା ରୁପା
- ଧନତେରସ୍ ଦିନ ରୁପା କେଜି ୧୩ ହଜାର ଟଙ୍କା ଶସ୍ତା ହୋଇଥିଲା
- ଆଗାମୀ ଦିନରେ ଦର ହ୍ରାସ ହେବା ଆଶଙ୍କା
- ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଦାମ୍ ୧୦୦ ଟଙ୍କା କମ୍ ହୋଇ ୧,୧୯,୭୦୦ ଟଙ୍କାକୁ ହ୍ରାସ ପାଇଛି
- ୨୪ କ୍ୟାରେଟ୍ ସୁନା ଦାମ୍ ୧୧୦ ଟଙ୍କା କମ୍ ହୋଇ ୧,୩୦,୫୮୦ ଟଙ୍କା ହୋଇଛି
- ଧନତେରସ୍ ଦିନ ୨୨ କ୍ୟାରେଟ୍ ସୁନା ଦାମ୍ ୧୭୫୦ ଟଙ୍କା କମିଥିଲା
- ୨୪ କ୍ୟାରେଟ୍ ସୁନା ୧୯୧୦ ଟଙ୍କା କମ୍ ହୋଇଥିଲା