କନକବ୍ୟୁରୋ : ମଣିଷର ଗୁରୁତ୍ବପୂର୍ଣ୍ଣ ଅଙ୍ଗ କିଡ଼ନି । ଏଥିରେ କିଛି ସମସ୍ୟା ହେଲେ ତୁରନ୍ତ ଏହାର ପ୍ରଭାବ ସାରା ଶରୀରରେ ଦେଖାଯାଏ । ଲକ୍ଷଣ ଦେଖାଯାଏ । ତେଣୁ ଶରୀରରେ କିଛି ଅନିୟମିତତା ଦେଖାଗଲେ ଏହାକୁ ଅଣଦେଖା ନକରି ଯଥା ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ଅଧିକ ପଢନ୍ତୁ .. South Africa Vs India At Barabati Match : ବାରବାଟୀ ଟି-୨୦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଦିଲ୍ଲୀ ବିସ୍ଫୋରଣ ପରେ ଫୋକସରେ ସୁରକ୍ଷା ବ୍ୟବସ୍ଥା
କିଡନି ଶରୀରର ଏଭଳି ଏକ ଅଙ୍ଗ ଯାହା ୨୪ ଘଣ୍ଟା ଅନବରତ କାମ କରେ । ରକ୍ତ, ଜଳୀୟ ଅଂଶ ଓ ଟକ୍ସିସକୁ ଫିଲ୍ଟର କରି ବର୍ଜ୍ୟ ଉପାଦାନକୁ ଶରୀରରୁ ନିଷ୍କାସନ କରେ । ଏହାସହ ହର୍ମୋନ୍ସ ସୃଷ୍ଟି କରିବା ସହ ରକ୍ତଚାପକୁ ନିୟନ୍ତ୍ରଣ କରେ । ଲୋହିତ ରକ୍ତ କଣିକା ସୃଷ୍ଟି କରି ହାଡ଼କୁ ଶକ୍ତ କରେ ।
କିଡନି କେବଳ ଫିଲ୍ଟର କରିବାର କାମ କରେନି ବରଂ ଶରୀରର ଏକାଧିକ ମହତ୍ତ୍ବପୂର୍ଣ୍ଣ କାମରେ ସହଯୋଗ କରେ । ପରିସ୍ରାରେ ପ୍ରୋଟିନର ମାତ୍ରା ଅଧିକ ହେଲେ ସମସ୍ୟା ହୁଏ । ଅବଶ୍ୟ ଏହାର ଲକ୍ଷଣ ଶରୀରର ହାତ , ପାଦ, ଚର୍ମ ସବୁଠି ଦେଖାଯାଏ । ହାତ ପାପୁଲିର ରଙ୍ଗ ବଦଳିବାଠାରୁ ଆରମ୍ଭ କରି , ନଖ ର ଆକାରରେ ପରିବର୍ତ୍ତନ, ଆଙ୍ଗୁଠିର ଆକାର ରେ ପରିବର୍ତ୍ତନ , ଚର୍ମରେ ସଂକ୍ରମଣ, ପାଦ ଫୁଲିବା ପରେ ସମସ୍ୟାରୁ ସାଧାରଣତଃ ଏହାର ଲକ୍ଷଣ ଜଣାପଡ଼ିଥାଏ ।
ଆମେରିକାର ନ୍ୟାସନାଲ କିଡନି ଫାଉଣ୍ଡେସନ୍ ୱେବସାଇଟ୍ ରିପୋର୍ଟ ମୁତାବକ, କିଡନି ଖରାପ ହେବାର ଅନେକ ଲକ୍ଷଣ ଦେଖାଯାଏ । କିନ୍ତୁ ଲୋକେ ଏହାକୁ ଅନ୍ୟ ରୋଗ ସହ ଯୋଡ଼ିଦିଅନ୍ତି । ବେଳେ ଅବହେଳା କରି ରହିଯାଆନ୍ତି , ସ୍ଥିତି ଅଣାୟତ୍ତ ହେବାବେଳେ ଡାକ୍ତର ପାଖକୁ ଯିବାବେଳକୁ ବହୁତ ଡେରି ହୋଇଯାଏ ।
ବେଳେ ବେଳେ କାହାକାହାରିକୁ ଥକ୍କା ଲାଗିବା ସ୍ବାଭାବିକ, କିନ୍ତୁ ଲଗାତାର ଥକ୍କାପଣ ସାମାନ୍ୟ ନୁହେଁ । ଯଦି ଲଗାତାର ଆପଣ ଥକ୍କାପଣକୁ ସାମ୍ନା କରୁଛନ୍ତି ତାହେଲେ ଏହା ହେୟଜ୍ଞାନ କରନ୍ତୁନି । ଏହା କିଡନି ଖରାପ ହେବାର ଲକ୍ଷଣ ହୋଇଥାଇପାରେ । ତେଣୁ ଡାକ୍ତର ପରାମର୍ଶ କରନ୍ତୁ ।
ଅଧିକ ପଢନ୍ତୁ... BaliJatra : ଆଜି ସରୁଥାଆନ୍ତା, କାଲି ସରିବ
ରକ୍ତରେ ଟକ୍ସିସ୍ ତଥା ବର୍ଜ୍ୟ ଉପଦାନ ଜମା ହେବାରୁ ଶରୀରରେ ଥକ୍କାପଣ ଭଳି ସମସ୍ୟା ଦେଖାଯାଏ । ସୁସ୍ଥ କିଡନି ଏରିଟ୍ରୋପୋଏଲଟିନ୍ ନାମକ ହର୍ମୋନ୍ ତିଆରି କରେ , ଯାହା ଲୋକହିତ ରକ୍ତକଣିକା ତିଆରିରେ ସାହାଯ୍ୟ କରେ । କିନ୍ତୁ କିଡନି ଖରାପ ହେଲେ ଏହି ହର୍ମୋନ୍ ବନିବା ଧୀମା ହୋଇଯାଏ । ଫଳରେ (ଆରବିସି) ହେବାରେ ମଧ୍ୟ ହ୍ରାସ ପାଏ । ଫଳରେ ଶରୀରରେ ଏନିମିଆ ବା ରକ୍ତହୀନତା ସମସ୍ୟା ଦେଖାଯାଏ ।
କିଡନି ଖରାପ ହେଲେ ଉଚ୍ଚ ରକ୍ତଚାପ ସମସ୍ୟା ବି ହୋଇପାରେ । ତେଣୁ ଯଦି ଆପଣଙ୍କଠାରେ ଦୀର୍ଘ ଦିନର ଥକ୍କାପଣ ଦେଖାଯାଏ କିମ୍ବା , ହାଇ ବ୍ଲଡପ୍ରେସର, ଡାଏବେଟିସ୍ କିମ୍ବା ଫ୍ୟାମିଲି ହିଷ୍ଟ୍ରିରେ କାହାରି କିଡନି ସମସ୍ୟା ଥାଏ ତାହେଲେ କାଳ ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନଚେତ୍ ହେଲା କଲେ ଭେଳା ବୁଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/12/5-2025-11-12-16-41-40.jpg)