କନକ ବ୍ୟୁରୋ : ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର ରହିଛି । ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ।
ଆଇନ ମନ୍ତ୍ରୀଙ୍କ କହିବାନୁଯାୟୀ, ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ, ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ ଏବଂ ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି । ଏନେଇ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରର ଯେଉଁ ଭୂମିକା ରହିଛି, ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି ।
ଆହୁରି ପଢ଼ନ୍ତୁ : ଅଫେରା ରାଇଜରେ ହ୍ୟୁମାନ୍ : ଝୁରୁଛନ୍ତି ଶ୍ରୋତା
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ସବୁବେଳେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଓଡିଶାବାସୀଙ୍କୁ ଆହୁରି ସୁରକ୍ଷିତ ରଖିବା ପାଇଁ ସରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଅନୁପ୍ରବେଶକାରୀ, ଉଗ୍ରବାଦୀମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରାଯାଉଛି । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେ ଅନୁପ୍ରବେଶକାରୀ ହୁଅନ୍ତୁ ଅବା ଅନ୍ୟ କେହି, ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ରହିବ । ଖାଲି ସେତିକି ନୁହେଁ ,ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ, ତଟବର୍ତ୍ତୀ ଅଞ୍ଚଳ ପୁଲିସକୁ ସଶକ୍ତ କରାଯାଇଛି ଏବଂ କୋଷ୍ଟ ଗାର୍ଡ ନିରୀକ୍ଷଣ କରୁଛି । ଓଡିଶାର ତଟ ସମ୍ପୂର୍ଣ୍ଣ ସୁରକ୍ଷିତ । ତେବେ ଯେଉଁମାନେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି ।
ଆହୁରି ପଢ଼ନ୍ତୁ : ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ୧୩ କି.ମି ରାସ୍ତା ପାଇଁ ଭଙ୍ଗାଯିବ ୫୧୭ ଘର
ଏପଟେ ଜଗତସିଂହପୁର ପରେ ଏବେ ଭଦ୍ରକ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ଚଢାଉ କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଛି , ଏନେଇ ଏସ୍ପି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଅଟକ ରଖାଯାଇଥିବା ବାଂଲାଦେଶୀମାନଙ୍କର ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଉଛି। ଏହି ଅଭିଯାନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ କଠୋର ଆଭିମୁଖ୍ୟର ଏକ ଅଂଶବିଶେଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/18/pruthwiraj-harichandan-2025-11-18-12-18-17.jpg)