କନକ ବ୍ୟୁରୋ: ଉଚ୍ଛେଦ ହେବ ସାଲିଆ ସାହି । ଏଥିପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ହେବ ସାଲିଆ ସାହିର କିଛି ଅଞ୍ଚଳ । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରିବାକୁ ଯାଉଛି ବିଏମସି ଓ ବିଡିଏ ।
ଅଧିକ ପଢନ୍ତୁ : ଭୁବନେଶ୍ୱର ସାଲିଆ ସାହିରେ ବଡ଼ଧରଣର ଚଢ଼ାଉ: ବସ୍ତି ଭିତରେ ଘରୁ ମିଳିଲା ବିପୁଳ ଦେଶୀ ମଦ ସାମଗ୍ରୀ
ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ଉଛେଦ କରିବ ମିଳିତ ଟିମ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ରହିଛନ୍ତି । ସେପଟେ ଉଚ୍ଛେଦକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା ।
ଷ୍ଟୋରୀ ଅପଡେଟ୍ ହେଉଛି..
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/18/salia-sahi-2025-11-18-10-14-04.jpg)