କନକ ବ୍ୟୁରୋ : ଜଗତସିଂହପୁର ଜିଲା ସଦର ଥାନା ବେହେରାମପୁର ବସ୍ତିରେ ସନ୍ଦିଗ୍ଧ ବାଂଲାଦେଶୀ ରହିବା ସ୍ଥାନରେ ପୁଲିସର ଚଢ଼ାଉ । ୬ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ୧୦ ଜଣରୁ ଅଧିକ ଫେରାର ଅଛନ୍ତି । ଚଢ଼ାଉବେଳେ ଗୋଟିଏ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । ଏହା ସହିତ ବହୁ ପରିମାଣରେ ଆନ୍ଧ୍ର ଖଣ୍ଡା, କଟୁରୀ ଆଦି ମାରଣାସ୍ତ୍ର ଜବତ ହୋଇଛି । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଘର ମାଲିକ ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଛି । ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିବା ସମୟରେ ସନ୍ଦିଗ୍ଧ ବାଂଲାଦେଶୀମାନଙ୍କ ସହିତ ପୁଲିସର ଧସ୍ତାଧସ୍ତି ହୋଇଥିଲା । ଏଥିରେ ଆଡିସ୍ନାଲ ଏସ୍ପିଙ୍କ ସହ ଦୁଇ ୨ କନେଷ୍ଟବଳ ଆହତ ହୋଇଛନ୍ତି । ବସ୍ତିରେ ୩୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ଭଡ଼ା ଘରେ ରହୁଥିବାଵେଳେ ବହୁ ଲୋକଙ୍କ ଆଧାର ନଥିବା ଜଣାପଡିଛି । ଘଟଣା ସ୍ଥଳରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଆହୁରି ପଢ଼ନ୍ତୁ : Bihar News: ବିହାରରେ ନୀତୀଶ ସରକାର;ଏମାନେ ହେବେ ମନ୍ତ୍ରୀ !
ବନ୍ଦ ଘର ଗୁଡିକର ତାଲା ଭଙ୍ଗାଯାଇ ରେଡ଼ କରାଯାଇଥିଲା । ରେଡ୍ ପରେ ବେହରାମ୍ପୁର ବସ୍ତିରେ ଜେସିବି ଲଗାଇ ଘର ଭାଙ୍ଗିଲା ପ୍ରଶାସନ । ୪ ବର୍ଷ ହେଲା ଏଠାରେ ବେଆଇନ ଭାବରେ ଘର ନିର୍ମାଣ କରାଯାଇ ବାଂଲାଦେଶୀମାନଙ୍କୁ ଭଡାରେ ରଖାଯାଉଥିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ବାଂଲାଦେଶୀ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କୁ ଅଟକ ରଖାଯାଇଛି। ସେପଟେ କେନ୍ଦ୍ରାପଡ଼ାରେ ବଢ଼ିଲା ସୁରକ୍ଷା,ବାଂଲାଦେଶୀ ଥିବା ସନ୍ଦେହରେ ଗରାପୁର ଛକରେ ଚାଲିଛି ଜୋରଦାର ଚେକିଂ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/17/jagatsinghpur-2025-11-17-13-03-14.jpg)