କନକ ବ୍ୟୁରୋ: ଜଗତସିଂହପୁରରେ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଅଟକ । ସଦର ଥାନା ବେହେରାମପୁର ବସ୍ତିରେ ପୁଲିସ ଚଢ଼ାଉ କରି ଦୁଇ ସନ୍ଦିଗ୍ଧ ବାଂଲାଦେଶୀକୁ ଅଟକ ରଖିଛି । ଚଢ଼ାଉ କରି ପୁଲିସ ଗୋଟିଏ ବନ୍ଧୁକ ସହ ବହୁ ପରିମାଣରେ ଖଣ୍ଡା,କଟୁରୀ ଆଦି ମାରଣାସ୍ତ୍ର ଜବତ କରିଛି । ଘଟଣାସ୍ଥଳରୁ ଗ୍ରୁପ ଲିଡର ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଛି । 
Advertisment
ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିବା ସମୟରେ ବସ୍ତି ଲୋକମାନଙ୍କ ସହିତ ପୁଲିସର ଧସ୍ତାଧସ୍ତି ହୋଇଥିଲା । ଫଳରେ ୨ କନେଷ୍ଟବଳଙ୍କ ସହିତ ଅତିରିକ୍ତ ଏସପି ସତ୍ୟବ୍ରତ ଦାସ ଆହତ ହୋଇଥିଲେ । ଏହାର ସୁଯୋଗ ନେଇ ୧୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ଫେରାର ହୋଇଯାଇଛନ୍ତି । ବସ୍ତିରେ ୩୦ ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ଭଡା ଘରେ ରହୁଥିବା ଵେଳେ ବହୁ ଲୋକଙ୍କ ଆଧାର ନଥିବା ଜଣାଯାଇଛି । ଘଟଣାସ୍ଥଳରେ ୩ ପ୍ଲାଟୁନ ପୁଲିସ ମୁତୟନ ସହିତ ବନ୍ଦ ଘର ଗୁଡିକର ତାଲା ଭଙ୍ଗାଯାଇ ରେଡ଼ କରାଯାଉଛି ।