କନକ ବ୍ୟୁରୋ : ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପରେ ପୁଣି ଥରେ ବାଂଲାଦେଶରେ ଅଶାନ୍ତି ଦେଖାଦେଇଛି । ଅର୍ନ୍ତରାଷ୍ଟ୍ରୀୟ ଅପରାଧ କୋର୍ଟ ପୂର୍ବ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଛାତ୍ର ବିଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ଆୱାମୀ ଲିଗ୍ ସମର୍ଥକ ଓ ଅନ୍ୟ ଦଳର କର୍ମୀ ପୁଲିସ ସହ ଗଣ୍ଡଗୋଳ କରିଛନ୍ତି । ଏହି ଗଣ୍ଡଗୋଳ ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ।
ଅଫେରା ରାଇଜରେ ହ୍ୟୁମାନ୍ : ଝୁରୁଛନ୍ତି ଶ୍ରୋତା
ସେପଟେ ପ୍ରଦର୍ଶନକାରୀମାନେ ରାଜଧାନୀ ଢ଼ାକାର ଅନେକ ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି । ଏନେଇ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବାଂଲାଦେଶ ଗଣମାଧ୍ୟମ ମୁତାବକ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଲୁହବୁହା ଗ୍ୟାସ, ଲାଠି ଓ ଗ୍ରେନେଡ ବ୍ୟାବହାର କରିଛି ।
ଏନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ପୁଲିସ ପ୍ରଦର୍ଶନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛି । ଏହି କ୍ରମରେ ଧାନମଣ୍ଡି (ଯେଉଁଠି ଶେଖ୍ ହସିନାଙ୍କ ବାପା ଶେଖ୍ ମୁଜିବୁରଙ୍କ ଘର) ସେଠାରେ ମଧ୍ୟ ପ୍ରଦର୍ଶନକାରୀମାନେ ପହଂଚି ଜୋରଦାର ବିକ୍ଷୋଭ କରିଛନ୍ତି ।
ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ୧୩ କି.ମି ରାସ୍ତା ପାଇଁ ଭଙ୍ଗାଯିବ ୫୧୭ ଘର
ସୂଚନା ଥାଉ କି, ୨୦୨୪ ମସିହାରେ ସରକାର ବିରୋଧୀ ଭୂମିକା ନେଇଥିବା ଶେଖ୍ ହସିନାଙ୍କ ଆୱାମୀ ଲିଗକୁ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ବ୍ୟାନ କରିଦେଇଛନ୍ତି । ସୋମବାର ଦିନ ଆଇସିଟିର ରାୟ ଆସିବା ପୂର୍ବରୁ ଆୱାମୀ ଲିଗ୍ ତରଫରୁ ୨ ଦିନିଆ ରାଷ୍ଟ୍ରବ୍ୟାପୀ ବନ୍ଦ ଅହ୍ୱାନ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ରହିଛି କି, କୋର୍ଟ ରାଜନୈତିକ ପ୍ରଣୋଦିତ ରାୟ ଦେଇଛନ୍ତି ।
୨୦୧୨ ରିୟାଲିଟି ଶୋରୁ ଆରମ୍ଭ କରିଥିଲେ ସଙ୍ଗୀତର ଯାତ୍ରା, ୧୦ ବର୍ଷରେ ହାତେଇଥିଲେ ଅଦ୍ଭୁତପୂର୍ବ ସଫଳତା
ଅନ୍ୟପଟେ ଏସବୁ ମାମଲା ଉପରେ ଭାରତ ନଜର ରଖିଛି । କାରଣ ଶେଖ୍ ହସିନା ଏବେ ଭାରତ ଶରଣରେ ରହିଛନ୍ତି । ବିଦେଶ ମନ୍ତ୍ରଣାଳୟ କହିଛି କି, ପଡୋଶୀ ଦେଶ ହୋଇଥିବାରୁ ଭାରତ ସରକାର ବାଂଲାଦେଶର ପ୍ରତିଟି ଗତିବିଧୀ ଉପରେ ନଜର ରଖିଛି । ଭାରତ ସର୍ବଦା ବାଂଲାଦେଶ ନାଗରିକଙ୍କ ହିତ କଥା ଚିନ୍ତା କରୁଛି ।
ନଜର ପକାଇବା କ'ଣ କହିଛନ୍ତି କୋର୍ଟ ?
- ଅଭିଯୋଗ-୧: ଆନ୍ଦୋଳନ ରୋକିବା ବଦଳରେ ନିରୀହଙ୍କୁ ହତ୍ୟା ନିର୍ଦ୍ଦେଶ
- ଅଭିଯୋଗ-୨: ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର ନିର୍ଦ୍ଦେଶ
- ଅଭିଯୋଗ-୩: ହେଲିକପ୍ଟରରୁ ଛାତ୍ରଙ୍କ ଉପରେ ବୋମା ପକାଇବାକୁ ନିର୍ଦ୍ଦେଶ
- ଅଭିଯୋଗ-୪: ପ୍ରଦର୍ଶନକାରୀଙ୍କୁ ଅପହରଣ କରିବା ସହ ଶବକୁ ଜଳାଇ ପ୍ରମାଣ ନଷ୍ଟ
- ଅଭିଯୋଗ-୫: ତଦନ୍ତ ସଂସ୍ଥା ଉପରେ ଚାପ ପକାଇବା
ଆଉ ହସିନାଙ୍କ ସାଥ୍ ଦେଇଥିଲେ ପୂର୍ବତନ ଗୃହମନ୍ତ୍ରୀ ଓ ଆଇଜିପି ।କୋର୍ଟ ୮୪ଟି ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୨୪ରେ ହସିନାଙ୍କ ସରକାର ଭାଙ୍ଗିବା ପରେ ବାଂଲାଦେଶରେ ଗଠନ ହୋଇଥିଲା ଅନ୍ତରୀଣ ସରକାର । କ୍ଷମତାକୁ ଆସିବା ପରେ ହସିନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତାଙ୍କୁ ଫାଶୀ ଦେବାକୁ ମହମ୍ମଦ ୟୁନୁସ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏପଟେ କୋର୍ଟଙ୍କ ରାୟ ପରେ ହସିନା କହିଛନ୍ତି, ଏପରି ରାୟ ପକ୍ଷପାତିତା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଶୁଣାଣି ବେଳେ ତାଙ୍କ ପକ୍ଷ ଶୁଣାଯାଇନାହିଁ ।
ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ; ବାଂଲାଦେଶ ହିଂସା ମାମଲାରେ ଫାଶୀଦଣ୍ଡ
ବାଂଲାଦେଶରେ ହିଂସା ଚାଲିଥିବା ବେଳେ ରାତି ଅଧିଆ ଭାରତ ପଳାଇ ଆସିଥିଲେ ଶେଖ୍ ହସିନା । କିଛି ଦିନର ଲୁଚକାଳି ପରେ ମିତ୍ରଦେଶ ଭାରତର ସାହାଯ୍ୟ ନେଇ ଦିଲ୍ଲୀରେ ଶରଣ ନେଇଥିଲେ । ସେତେବେଳେ ସଙ୍କେତ ମିଳିଥିଲା ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି ।
Follow Us