କନକ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସମର୍ଥକଙ୍କୁ ସମ୍ବୋଧନ କରିଛନ୍ତି, ’ ତାଙ୍କ ବିରୋଧରେ ବାଂଲାଦେଶରେ ଆରମ୍ଭ ହୋଇଥିବା ବିଦ୍ରୋହ ତାଙ୍କର ହତ୍ୟା ପାଇଁ । ତାଙ୍କୁ ଓ ତାଙ୍କୁ ଭଉଣୀକୁ ହତ୍ୟା କରିବାକୁ ମୋହମ୍ମଦ ୟୁନୂସ ଯୋଜନା କରିଥିବା ସେ କହିଛନ୍ତି।
ବାଂଲାଦେଶରେ ବିଦ୍ରୋହ ତେଜିବାରେ ଲାଗିଥିବାବେଳେ ଶେଖ୍ ହସିନା ଫେସବୁକ ଲାଇଭରେ ଆବାମୀ ଲିଗ୍ ପାର୍ଟିର ସମର୍ଥକ ଓ ସାମ୍ବାଦିକଙ୍କୁ ସମ୍ବୋଧନ କରଥିଲେ । କହିଲେ, ତାଙ୍କ ବିରୋଧରେ ବାଂଲାଦେଶରେ ଆରମ୍ଭ ହୋଇଥିବା ଆନ୍ଦୋଳନ ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ହତ୍ୟା କରିବା ପାଇଁ।
ତାଙ୍କ ବିରୋଧରେ ଏତେଥର ଷଡଯନ୍ତ୍ର ପରେ ବି ସେ ବାରମ୍ବାର ମୃତ୍ୟୁକୁ ମାତ୍ ଦେଇଛନ୍ତି , ଜୀବନ ଧରିଛନ୍ତି । ଏହାର ଅର୍ଥ ତାଙ୍କ ଦ୍ବାରା ଆହୁରି କିଛି ବଡ କାମ ହେବାକୁ ବାକି ଅଛି । ବୁଧବାର ତାଙ୍କ ଆବାସ ଉପରେ ବିଦ୍ରୋହୀଙ୍କୁ ଆକ୍ରମଣକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ଶେଖ୍ ହସିନା । କହିଥିଲେ, ମୁଁ ବାଂଲାଦେଶୀଙ୍କୁ ନ୍ୟାୟ ମାଗୁଛି । ମୁଁ କ’ଣ ଦେଶ ପାଇଁ କିଛି କରିନି । ତାହେଲେ ମୋତେ ଏଭଳି ଅପମାନ କାହିଁକି?’
ବୁଧବାର ମଝି ରାତିରେ ବିଦ୍ରୋହୀମାନେ ବାଂଲାଦେଶର ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ୍ ମୁଜୀବୁର ରହମାନଙ୍କ ଧନମଣ୍ଡି-୩୨ ସ୍ଥିତି ଆବାସକରେ ନିଆଁ ଲଗାଇଦେବା ସହ ବୁଲଡୋଜରରେ ଭାଙ୍ଗି ପକାଇଥିଲେ । ଏହି ଘଟଣାକୁ ନେଇ ଭାବବିହ୍ବଳ ହୋଇଥିଲେ ହସିନାଏବଂ କହିଥିଲେ, ବିଦ୍ରୋହୀମାନେ ମୋର ଓ ମୋ ଭଉଣୀର ସନ୍ତକକୁ ଜାଳିପୋଡିଦେଲେ । ହେଲେ ଇତିହାସକୁ ପୋଡିପାରିବେନି କି ବୁଲଡୋଜରରେ ମାଟିରେ ମିଶାଇପାରିବେ ନାହିଁ । ସମୟ ଆସିବ ଇତିହାସ ପୁଣି ପ୍ରତିଶୋଧ ନେବ।
କହିରଖୁଁ, ଏବେ ବାଂଲାଦେଶରେ ବିଦ୍ରୋହ ଆହୁରି ତୀବ୍ର ହେବାରେ ଲାଗିଛି। ବିଦ୍ରୋହୀମାନେ ରାଜରାସ୍ତାରେ ନାରା ଦେବା ସହ ହସିନାଙ୍କ ଐତିହାସିକ ଆବାସରେ ନିଆଁ ଲଗାଇବା ସହ ଖୁସି ବନାଇବା ଦେଖିବାକୁ ମିଳିଛି।