କନକ ବ୍ୟୁରୋ: ଗତ ଦଶନ୍ଧି ଧରି ସେ ଥିଲେ ଓଡ଼ିଆ ସଙ୍ଗୀତଜଗତର ଶୀର୍ଷସ୍ଥାନର ତାରକା କଣ୍ଠଶିଳ୍ପୀ । ୨୦୧୫ରୁ ୨୦୨୫ ମଧ୍ୟରେ ମାତ୍ର ୧୦ବର୍ଷ ଭିତରେ ସେ ଯେଉଁଭଳି ଲୋକପ୍ରିୟତା ହାସଲ କରିଥିଲେ, ତାହା କ୍ୱଚିତ ଦେଖିବାକୁ ମିଳେ । ୨୦୧୨ରେ ଆୟୋଜିତ -ଭଏସ୍ ଅଫ୍ ଓଡ଼ିଶା ସିଜନ୍-୨ ର ବିଜେତା ହୋଇ ସେ ଲୋକଲୋଚନକୁ ଆସିଥିଲେ । ୨୦୧୪ରେ ସିନେମା ଜଗତରେ ପ୍ରବେଶ କରିଥିଲେ । ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ସିନେମା - ସମ ଥିଙ୍ଗ ସମ ଥିଙ୍ଗ-୨ ପାଇଁ ଗୀତ ଗାଇ ସେ ଓଡ଼ିଆ ସଙ୍ଗୀତ ଦୁନିଆରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଚାଲିଲେ ।
ତାଙ୍କ ଶେଷ ସିନେମା ୨୦୨୫ର ଅନୁଭବ ମହାନ୍ତି ଚାରିଧାମ ଥିଲା । ନଭେମ୍ବର ୨୫ ୧୯୯୦ରେ ହ୍ୟୁମାନ୍ ଜନ୍ମ ଗ୍ରହଣ କରିଥିଲେ । ପ୍ରାୟ ୧୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ହ୍ୟୁମାନ୍ । ଏପଟେ ହ୍ୟୁମାନ ସାଗରଙ୍କୁ ମାରି ଦିଆଯାଇଛି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ତାଙ୍କ ମାଆ ଶେଫାଳି ସୁନା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅର୍ପିତା ଚୌଧୁରୀ ଏବଂ ପପୁ ପ୍ରଶାନ୍ତଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ମୋ ପୁଅର ମୃତ୍ୟୁ ପାଇଁ ଏହି ଦୁଇଜଣ ହିଁ ଦାୟୀ ।
ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି । ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍ସରେ ଭିଡ଼ ଲଗାଇଥିଲେ। ପୂରା ଏମ୍ସ ପରିସର ସ୍ତମ୍ଭୀଭୂତ ହୋଇଯାଇଥିଲା । କାହା ମୁହଁରେ ଯେମିତି କିଛି କହିବାକୁ ଭାଷା ନଥିଲା ।
ରାତି ୯ଟା ୮ ମିନିଟରେ ପରଲୋକ ହେବା ପରେ ପ୍ରାୟ ସାଢେ ୧୧ଟା ବେଳକୁ ଏମ୍ସରୁ କଟକ ବାସଭବନ ଅଭିମୁଖେ ଯାଇଥିଲା ମୃତଦେହ । କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ହ୍ୟୁମାନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଏବଂ ଓଲିଉଡ୍ ଜଗତର ଜଣାଶୁଣା କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ମାନେ ଶେଷ ଦର୍ଶନ କରିଥିଲେ। ହ୍ୟୁମାନଙ୍କ କୁନି ଝିଅ ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଏହି ସମୟରେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/18/humane-sagar-death-2025-11-18-08-54-55.jpg)