ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ବାଗେଶ୍ବର ବାବା : ଭାଇରାଲ୍ ହେଉଛି ଆଲିଙ୍ଗନର ଭିଡିଓ

ବୁନ୍ଦେଲଖଣ୍ଡର କଥାବାଚକ ତଥା ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିବାକୁ ଏବଂ ପଦଯାତ୍ରା ପାଇଁ ନିମନ୍ତ୍ରଣ ଦେବାକୁ ବୃନ୍ଦାବନର ପରିକ୍ରମା ମାର୍ଗରେ ଥିବା ତାଙ୍କ ଆଶ୍ରମ କେଲିକୁଞ୍ଜରେ ପହଞ୍ଚିଥିଲେ । ବାବା ବାଗେଶ୍ୱର ପ୍ରେମାନନ୍ଦ ମହାରାଜଙ୍କୁ ଦଣ୍ଡବତ ପ୍ରଣାମ କରିଥିବାବେଳେ ପ୍ରେମାନନ୍ଦ ମହାରାଜ ତାଙ୍କୁ ଆଲିଙ୍ଗନ କରିଥିଲେ ।

Baba

Baba Photograph: (KanakNews)

କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ବୃନ୍ଦାବନ୍ଦର ସନ୍ଥ ପ୍ରେମାନନ୍ଦ ମହାରାଜ ବର୍ତ୍ତମାନ ନିଜ ସ୍ୱାସ୍ଥ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ସବୁ ଧର୍ମର ଲୋକେ ତାଙ୍କ ସୁସ୍ଥତା ପାଇଁ କାମନା କରୁଛନ୍ତି । ଆଉ ଏହାରି ଭିତରେ ବୁନ୍ଦେଲଖଣ୍ଡର କଥାବାଚକ ତଥା ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିବାକୁ ଏବଂ ପଦଯାତ୍ରା ପାଇଁ ନିମନ୍ତ୍ରଣ ଦେବାକୁ ବୃନ୍ଦାବନର ପରିକ୍ରମା ମାର୍ଗରେ ଥିବା ତାଙ୍କ ଆଶ୍ରମ କେଲିକୁଞ୍ଜରେ ପହଞ୍ଚିଥିଲେ । ବାବା ବାଗେଶ୍ୱର ପ୍ରେମାନନ୍ଦ ମହାରାଜଙ୍କୁ ଦଣ୍ଡବତ ପ୍ରଣାମ କରିଥିବାବେଳେ ପ୍ରେମାନନ୍ଦ ମହାରାଜ ତାଙ୍କୁ ଆଲିଙ୍ଗନ କରିଥିଲେ । ସନ୍ଥ ଓ କଥାବାଚକଙ୍କ ଆଲିଙ୍ଗନର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ବାଗେଶ୍ୱର ବାବା ହଠାତ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପାଇଁ ବୃନ୍ଦାବନରେ ପହଞ୍ଚିଥିଲେ । ସନ୍ଥ ମଧ୍ୟ କଥାବାଚକଙ୍କୁ ଦେଖି ବହୁତ ଖୁସି ହୋଇଥିଲେ । ସୂଚନା ଅନୁସାରେ ଏହା ପୂର୍ବରୁ ଦୁହେଁ ଦୁହିଁଙ୍କୁ କେବେ ଭେଟିନଥିଲେ । 

Premanad Bageswar baba
Premanad Bageswar baba Photograph: (KanakNews)

ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ବାଗେଶ୍ୱର ବାବା ସନାତନ ଏକତା ପଦଯାତ୍ରା ବାହାର କରୁଛନ୍ତି । ଯାହା ଦିଲ୍ଲୀରୁ ବୃନ୍ଦାବନ ପର୍ଯ୍ୟନ୍ତ ହେବ । ଏଥିପାଇଁ ସେ ଦେଶର ସାଧୁସନ୍ଥଙ୍କ ସମେତ ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରୁଛନ୍ତି ଏବଂ ପଦଯାତ୍ରାକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ଆଉ ଏହି ପରିପ୍ରେକ୍ଷୀରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପଦଯାତ୍ରା ପାଇଁ ନିମନ୍ତ୍ରଣ ଦେଇଥିଲେ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଏହି ସମୟରେ ସେ କହିଥିଲେ , "ମୁଁ ମୁମ୍ବାଇରେ ମାୟାଜାଲରେ ଫସି ରହିଥିଲି ।" ଏହା ଉପରେ ପ୍ରେମାନନ୍ଦ ମହାରାଜ କହିଥିଲେ,"ଭଗବାନଙ୍କ ପ୍ରଚାରକମାନେ ତ ମାୟାରୁ ମୁକ୍ତ କରିବାକୁ ଯାଆନ୍ତି । ତେଣୁ ଆପଣ ଯେଉଁଠାକୁ ବି ଯାଆନ୍ତୁ, ସେଠାରେ ଭଗବାନଙ୍କ ନାମର ଗୁଣଗାନ କରନ୍ତୁ । ଏପରି କରିବା ଦ୍ୱାରା ମାୟା ଛାଡ଼ି ଚାଲିଯିବ । କାରଣ ଭଗବାନଙ୍କ ନାମରେ ଅପାର ସାମର୍ଥ୍ୟ ଅଛି ।"

ବାବା ବାଗେଶ୍ୱର ପ୍ରେମାନନ୍ଦ ମହାରାଜଙ୍କୁ ନିଜ ସନାତନ ଏକତା ପଦଯାତ୍ରା ବିଷୟରେ ମଧ୍ୟ ବିସ୍ତାର ଭାବରେ କହିଥିଲେ । ସେ ସନ୍ଥଙ୍କୁ ଅନୁରୋଧ କରିଥିଲେ ଯେ ଏହି ଯାତ୍ରାରେ ନିଜ ଆଶୀର୍ବାଦ ଏବଂ ଭାବନାତ୍ମକ ଉପସ୍ଥିତି ମାଧ୍ୟମରେ ସାମିଲ ହୁଅନ୍ତୁ । ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ସମାଜରେ ସନାତନ ମୂଲ୍ୟବୋଧର ପୁନଃପ୍ରତିଷ୍ଠା ଏବଂ ଏକତାକୁ ଶକ୍ତିଶାଳୀ କରିବା। ତେବେ ଏନେଇ ବାଗେଶ୍ୱର ଧାମର ସେବାୟତ କହିଛନ୍ତି , "ଦୁଇ ସନ୍ଥଙ୍କ ମଧ୍ୟରେ ୧୫ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା। ମହାରାଜ ପ୍ରେମାନନ୍ଦ ଜୀଙ୍କୁ ଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଯେଉଁଥିରେ ସନ୍ଥ କହିଛନ୍ତି ଯେ, "ଆଚାର୍ଯ୍ୟ ଶାସ୍ତ୍ରୀ ସନାତନର ଯୁଗଧର୍ମ ପାଳନ କରୁଛନ୍ତି । ଆପଣ ସମାଜକୁ ସନାତନର ଦର୍ଶନ କରାଉଛନ୍ତି । ଈଶ୍ୱର ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଯାହାଫଳରେ ଧର୍ମର ପ୍ରକାଶ ପ୍ରତ୍ୟେକ ଦିଗରେ ବ୍ୟାପିବ ।"  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe