କନକ ବ୍ୟୁରୋ : ଭାରତୀୟ ମହିଳାଙ୍କ ପ୍ରଥମ ପସନ୍ଦ ବିନ୍ଦି ବା ଟିକିଲି । ଦେଶର ପ୍ରାୟତଃ ୮୭% ନାରୀ ଟିକିଲି ପିନ୍ଧିବାକୁ ଭାରି ପସନ୍ଦ କରନ୍ତି । ଖାଲି ଭାରତୀୟ କାହିଁକି ବିଦେଶୀ ମହିଳା ମଧ୍ୟ ବିନ୍ଦି ପ୍ରେମରେ ପାଗଳ । ଭାରତକୁ ଯେତେବେଳେ ବି କୌଣସି ବିଦେଶୀ ବୁଲିବାକୁ ଆସନ୍ତି ଭାରତୀୟ ସଂସ୍କୃତିକୁ ସମ୍ମାନ ଦେଇ ବିନ୍ଦିଟିଏ ଲଗାଇଥା’ନ୍ତି ।
ଦେଶର ପ୍ରତିଟି ଗଳିରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ବିଭିନ୍ନ ସେପ୍ ର ଟିକିଲି ଲଗାଇଥା’ନ୍ତି ମହିଳା । ପୂର୍ବରୁ ମା’ ମାଉସୀମାନେ କୁଙ୍କୁମ , ସିନ୍ଦୁରର ବ୍ୟବହାର ମଥାରେ କରୁଥିଲେ ଯାହାର ସ୍ଥାନ କିଛି ବର୍ଷ ହେଲା ଟିକିଲି ନେଇଛି । ତେବେ ଏହି ଟିକିଲି କେତେ ହାନିକାରକ ଆପଣ ଜାଣିଛନ୍ତି କି ? ଚେହେରାକୁ ସୁନ୍ଦର କରୁଥିବା ବିନ୍ଦି ପ୍ରତିଦିନ ଲଗାଇଲେ ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଚର୍ମ ଉପରେ ପଡ଼ିଥାଏ । ଯାହାକୁ ଡାକ୍ତରୀ ଭାଷାରେ ‘ବିନ୍ଦି ଲ୍ୟୁକୋଡର୍ମା’ ବୋଲି କୁହାଯାଏ ।
ଲିଭର ସ୍ୱାସ୍ଥ୍ୟ: ଲିଭରରୁ ବିଷାକ୍ତ ପଦାର୍ଥ ବାହାର କରୁଥିବା ୩ଟି ଫଳ, ଫ୍ୟାଟି ଲିଭର ରହିବ ଦୂର
ଅଧିକ ପଢନ୍ତୁ ......
ବାସ୍ତବରେ ବଜାରରେ ମିଳୁଥିବା ଏହି ରଙ୍ଗବେରଙ୍ଗର ବିନ୍ଦିରେ ଏକ ଫାବ୍ରିକ୍ ବା ପ୍ଲାଷ୍ଟିକ ଥାଏ ଯାହା ଟିକିଲିର ପଛରେ ଲାଗିଥାଏ । ତେବେ ଏହା କୌଣସି ସାଧାରଣ ଅଠା ନୁହେଁ ଏହା ଏକପ୍ରକାରର କ୍ୟାମିକାଲ୍ ଯାହାକୁ Para-tertiary butyl phenol (PTBP) ବୋଲି କୁହାଯାଏ । ଯାହା ଚର୍ମ ପାଇଁ ହାନିକାରକ ।
କିସ୍ମିସ୍ ଭିଜା ପାଣିର ଅନେକ ଲାଭ ; ପିଇଲେ ମିଳିବ ଏହି ସବୁ ଫାଇଦା
ଅଧିକ ପଢନ୍ତୁ .....
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଡାକ୍ତର କୁହନ୍ତି ଯେ ଏହି କ୍ୟାମିକାଲ୍ ସ୍କିନର କୋଷିକାକୁ ଧିରେ ଧିରେ ଖରାପ କରିଥାଏ । ପରିଣାମ ଏହା ହୁଏ ଯେ ଯେଉଁ ସ୍ଥାନରେ ଟିକିଲି ଲଗାଯାଏ ସେହି ସ୍ଥାନଟି ଧଳାଦାଗରେ ପରିଣତ ହୁଏ ।
ଖାସ୍ କରି ଗ୍ରୀଷ୍ମ ଏବଂ ଶୀତରେ ଏହି ସମସ୍ୟା ଅଧିକ ଦେଖାଯାଏ କାରଣ ଏହି କ୍ୟାମିକାଲର ପ୍ରଭାବ ଚର୍ମ ଉପରେ ସେତେବେଳେ ଅଧିକ ପଡ଼େ । ଯଦି ଆପଣ ପ୍ରତିଦିନ ଟିକିଲି ଲଗାନ୍ତି କିମ୍ବା ଲମ୍ବା ସମୟ ଧରି ଲଗାଉଛନ୍ତି ତେବେ ଏହା ଆପଣଙ୍କ ମୁଖ ଚର୍ମ ପାଇଁ ଆଦୌ ଠିକ୍ ନୁହେଁ ।
ଅଧିକ ପଢନ୍ତୁ .....
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ସେଲ୍ଫ ଏଡହେସିବ୍ ଟିକିଲିର ବ୍ୟବହାର ପ୍ରତିଦିନ କରିବା ଉଚିତ୍ ନୁହେଁ । ଯଦି ଆପଣଙ୍କ ଚର୍ମ ସେନ୍ସେଟିଭ୍ ଏବଂ ପୂର୍ବରୁ କେବେ ଟିକିଲି ଲଗାଇବା ସମୟରେ ଯଦି ଆଲର୍ଜିର ସାମ୍ନା କରିଛନ୍ତି ତେବେ ମାର୍କେଟରେ ମିଳୁଥିବା ବିନ୍ଦିର ପ୍ରୟୋଗ କରନ୍ତୁ ନାହିଁ । ଯଦି ଆପଣ ଟିକିଲିପ୍ରେମୀ ତେବେ କୁଙ୍କୁମ ଲଗାଇ ପାରିବେ କିମ୍ବା ଘରେ ବିନ୍ଦି ତିଆରି କରି ଲଗାଇ ପାରିବେ ।
ପୂର୍ବରୁ ମହିଳାମାନେ ହଳଦୀ , ଫୁଲ କିମ୍ବା ମିନେରାଲ୍ ଡାଇରୁ ବିନ୍ଦି ପ୍ରସ୍ତୁତ କରି ଲଗାଉଥିଲେ ଯାହା ସମ୍ପୁର୍ଣ୍ଣ ଅର୍ଗାନିକ୍ ଏବଂ ମୁଖ ଚର୍ମ ପାଇଁ ମଧ୍ୟ ଭଲ ଥିଲା । କିନ୍ତୁ ବର୍ତ୍ତମାନ ବଜାରରେ ମିଳୁଥିବା ଶସ୍ତା ଟିକିଲି ମଥାରେ ଧଳା ରଙ୍ଗର ସ୍ପଟ୍ ଛାଡ଼ିଯାଉଛି ଯେଉଁଥିରେ ଚର୍ମ ଆଲର୍ଜିର ସମ୍ମୁଖିନ ହେଉଛନ୍ତି ମହିଳା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/02/bindi-2025-11-02-12-07-22.jpg)