କନକବ୍ୟୁରୋ : ଏଣିକି ଯକ୍ଷ୍ମା ରୋଗର ଚିକିତ୍ସା ହେବ ଆହୁରି ସହଜ । କମ ଖର୍ଚ୍ଚରେ ଏବଂ ପ୍ରଭାବଶାଳୀ ଯକ୍ଷ୍ମା ପରୀକ୍ଷା ପାଇଁ ବିକଶିତ ସ୍ବଦେଶୀ କିଟ୍କୁ ଅନୁମୋଦନ କରିଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ । ତେଲେଙ୍ଗାନାର ହୁୱେଲ୍ ଲାଇଫ୍ସାଇନ୍ସ ଦ୍ୱାରା ବିକଶିତ ହୋଇଛି କ୍ୱାଣ୍ଟିପ୍ଲସ୍ ଏମଟିବି ଫାଷ୍ଟ ଡିଟେକ୍ସନ୍ କିଟ୍ ଏହା ମାଧ୍ୟମରେ ଏକକାଳୀନ ୯୬ଟି ନମୁନା ପରୀକ୍ଷା କରାଯାଇପାରିବ ବୋଲି ଦାବି କରାଯାଇଛି ।
ଏଭଳି ମଧ୍ୟ ଦାବି କରାଯାଇଛି ଯେ ଏହା ସ୍ବାସ୍ଥ୍ୟ ପରୀକ୍ଷା ଖର୍ଚ୍ଚକୁ ପ୍ରାୟ ୨୦% ହ୍ରାସ କରିବ । ଯକ୍ଷ୍ମା ଚିକିତ୍ସା ପାଇଁ ପ୍ରାରମ୍ଭିକ ଏବଂ ସଠିକ୍ ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେହେତୁ ଏହା ଏକ ସଂକ୍ରାମକ ରୋଗ, ତେଣୁ ସମ୍ପ୍ରଦାୟ ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ବ୍ୟକ୍ତିଙ୍କ ଆଖପାଖରେ ଥିବା ଲୋକଙ୍କୁ ମଧ୍ୟ ପରୀକ୍ଷା କରିବା ଆବଶ୍ୟକ । ଏହା ପରୀକ୍ଷଣର ମୂଲ୍ୟକୁ ଯଥେଷ୍ଟ ବୃଦ୍ଧି କରେ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କ୍ୱାଣ୍ଟିପ୍ଲସ୍ ଏମଟିବି ଫାଷ୍ଟ ଡିଟେକ୍ସନ୍ କିଟ୍ କୁ ଅନୁମୋଦନ କରିଛି ।
ଜାଣନ୍ତୁ ଏହି ଚିକିତ୍ସାର ସହଜ ଉପାୟ .....
କ୍ୱାଣ୍ଟିପ୍ଲସ୍ ଏମ୍ଟିବି ଫାଷ୍ଟ୍ ଡିଟେକ୍ସନ୍ କିଟ୍କୁ ଆଇସିଏମ୍ଆର୍ର ଅନୁମୋଦନ
କମ୍ ସମୟରେ, କମ୍ ଖର୍ଚ୍ଚରେ ପରୀକ୍ଷା କରିବାରେ ଏହି କିଟ୍ ହେବ ସହାୟକ
ତେଲଙ୍ଗାନାର ହୁୱେଲ୍ ଲାଇଫ୍ସାଇନ୍ସେଜ୍ ଏହାକୁ ବିକଶିତ କରିଛି
ପୂର୍ବ ଯନ୍ତ୍ରରେ ଚାଲିପାରେ ଏବଂ ନୂତନ ଯନ୍ତ୍ର କିଣିବାର ଆବଶ୍ୟକତା ନାହିଁ
ଏହି କିଟ୍ଗୁଡ଼ିକ ଆଇସିଏମ୍ଆର୍ର କଡ଼ା ଯାଞ୍ଚ ପରେ ମଞ୍ଜୁର ହୋଇଛି
ଯକ୍ଷ୍ମା ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ସହାୟକ ହେବ ଅତ୍ୟାଧୁନିକ କିଟ୍
ଭାରତରେ ଯକ୍ଷ୍ମା ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା
ବିଶ୍ୱର ମୋଟ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୭% ଭାରତରେ
ପ୍ରତିବର୍ଷ ଚିହ୍ନଟ ହୁଅନ୍ତି ପ୍ରାୟ ୨୫ ଲକ୍ଷ ନୂଆ ରୋଗୀ
ଭାରତରେ ଟିବି ଯୋଗୁ ବର୍ଷକୁ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ଯାଏ
--