କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କ ମୁହଁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା । ଦକ୍ଷିଣ କୋରିଆରେ ଆୟୋଜିତ ଏପିଇସି ସମ୍ମିଳନୀରେ ମୋଦୀଙ୍କ ଭୂରି ଭୂରି ପ୍ରଶଂସା କରିବା ସହ ଜଣେ ଖୁବଶିଘ୍ର ଭାରତ ସହ ବହୁ ପ୍ରତିକ୍ଷିତ ଟ୍ରେଡ ଡିଲ ହେବ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବେ, କାହାକୁ ଏବଂ କ’ଣ କହିବେ ତାହା ପୂର୍ବାନୁମାନ କରିବା ଅସମ୍ଭବ। ନିକଟରେ ଯେତେବେଳେ ସେ ଏପିଇସି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଦକ୍ଷିଣ କୋରିଆରେ ପହଞ୍ଚିଥିଲେ, ମଞ୍ଚ ଉପରେ ଠିଆ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖୁବ ପ୍ରଶଂସା କରିଥିଲେ ।ଭାରତ ସହିତ ଆମେରିକା ଏକ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ମୋର ବହୁତ ସମ୍ମାନ ଏବଂ ସ୍ନେହ ଅଛି । ଆମ ମଧ୍ୟରେ ମଜଭୁତ ଓ ଭଲ ସମ୍ପର୍କ ରହିଛି । ଏଥିସହ ବିଶ୍ବ ମଞ୍ଚରେ ଭାରତ ସହ ଆମେରିକାର ସମ୍ପର୍କ ଯେ କେତେ ମଜଭୁତ ସେକଥା ବଖାଣିଥିଲେ ଟ୍ରମ୍ପ । କେବଳ ସେତିକି ନୁହେଁ ମୋଦୀଙ୍କ ବ୍ୟକ୍ତିତ୍ବରେଯେ ସାରା ବିଶ୍ବ ପ୍ରଭାବିତ ସେକଥା କହିବାକୁ ମଧ୍ୟ ସେ ପଛାଇନଥିଲେ ।
ତେବେ ଏହି ପ୍ରଶଂସା ପଛର କାରଣକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । ଉଭୟ ଦେଶ ମଧ୍ୟରେ ଦୀର୍ଘଦିନ ହେବ ଟ୍ରେଡ ଡିଲ୍ ହୋଇପାରୁନି । ଭାରତ ଓ ପାକିସ୍ତାନ ଯୁଦ୍ଧକୁ ଆମେରିକା ବନ୍ଦ କରିଥିବା ଟ୍ରମ୍ପ ବାରମ୍ବାର ଦାବି କରି ଆସୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ମୋଦୀ ସରକାର । ଏହି କାରଣରୁ ଟ୍ରେଡ ଡିଲ ଅଟକିଥିବା କୁହାଯାଉଛି । ସେପଟେ ମୋଦୀଙ୍କ ପ୍ରଶଂସା କରିବା ସହ ଭାରତ ଓ ଆମେରିକା ମଧ୍ୟ ଖୁବଶୀଘ୍ର ଟ୍ରେଡ ଡିଲ ହେବ ବୋଲି ଟ୍ରମ୍ପଙ୍କ ବୟାନ ବର୍ତ୍ତମାନ ବେଶ ଚର୍ଚ୍ଚା ସାଉଁଟିଛି ।
ଭାରତ ଏବଂ ରୁଷ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଗ୍ରହଣ କରିପାରୁନାହାଁନ୍ତି ଟ୍ରମ୍ପ । ଭାରତ ଉପରେ ଅଧିକରୁ ଅଧିକ ଟାରିଫ୍ ଲଗାଇବାକୁ ଧମକ ମଧ୍ୟ ଦେଉଛନ୍ତି । ତେବେ ବର୍ତ୍ତମାନର ପ୍ରଶଂସା ଓ ସ୍ବର ବଦଳିବା ପଛର କାରଣ ଟ୍ରେଡ ଡିଲ ଥିବା ମନେ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/trump-2025-10-29-20-43-32.jpg)