କନକ ବ୍ୟୁରୋ: ପୁଣି ଥରେ ଋଷିଆ ରାଷ୍ଟ୍ରପତିଙ୍କୁ ଫୋନ୍ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଦ୍ଦେଶ୍ୟ ଥିଲା ଲଗାତାର ୩ ବର୍ଷ ଧରି ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ । କାରଣ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ଲଗାତାର ୩ ବର୍ଷ ହେଲାଣି ଋଷିଆ-ୟୁକ୍ରେନ୍ ସହ ଯୁଦ୍ଧ ଚାଲିଛି । କ୍ଷୟକ୍ଷତି ବି ଭୟଙ୍କର ଭାବରେ ବଢିବାକୁ ଲାଗିଛି । ତେଣୁ ଏ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଚାହୁଁଛନ୍ତି । ପୂର୍ବରୁ ବି ଏନେଇ ଋଷିଆ ରାଷ୍ଟ୍ରପତିଙ୍କ ସହ ଆମେରିକା ରାଷ୍ଟ୍ରପତି କଥା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ପୁଣି ଥରେ କଥା ହୋଇଥିବାରୁ ଚର୍ଚ୍ଚା ଜୋର ଧରିଛି ।
ପୁଟିନ୍ଙ୍କୁ ଫୋନ୍ କଲେ ଟ୍ରମ୍ପ
ୟୁକ୍ରେନ୍ ଯୁଦ୍ଧକୁ ନେଇ ହେଲେ କଥାବାର୍ତ୍ତା
୨୦୨୨ ମସିହା କଥା କହି…
ଟ୍ରମ୍ପ କହିଲେ ଯୁଦ୍ଧ ଦେଖିଲେ ଦୁଃଖ ଲାଗୁଛି
ବିନା ଦୋଷରେ ଯାଉଛି ଶହଶହ ସୈନ୍ୟଙ୍କ ଜୀବନ
ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ଏବେ ପୁରା ବିଶ୍ବରେ ଚର୍ଚ୍ଚା । କାରଣ ଉଭୟ ଦେଶ ଯୁଦ୍ଧକୁ ଥମାଇବାରେ ନା ନେଉନାହାନ୍ତି । ଦିନ ଯେତିକି ଯେତିକି ବଢୁଛି, ମୃତାହାତଙ୍କ ସଂଖ୍ୟା ସେତିକି ସେତିକି ବଢୁଛି । ଏହାରି ଭିତରେ ଆମେରିକାରେ ନୂଆ ରାଷ୍ଟ୍ରପତି ଟ୍ରମ୍ପ ଶାସନ କ୍ଷମତାକୁ ଆସିଛନ୍ତି । ତେଣୁ ଉଭୟ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ବନ୍ଦ କରିବାକୁ ସେ ଚାହୁଁଛନ୍ତି । ଏକ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, ମୁଁ ଯଦି ୨୦୨୨ରେ ରାଷ୍ଟ୍ରପତି ଥାଆନ୍ତି ତାହାଲେ ଏ ଦିନ ଦେଖିବାକୁ ମିଳିନଥାନ୍ତା । କେବେ ହେଲେ ଯୁଦ୍ଧ ହେବାକୁ ଦେଇ ନଥାନ୍ତି ।
ପୁଟିନ୍ଙ୍କୁ ଭଲ ବନ୍ଧୁ କହିଲେ
ବାଇଡେନ୍ଙ୍କ ଲାଗି ଆମେରିକା ଅବସ୍ଥା ଏମିତି କହି ବର୍ଷିଲେ
ଟ୍ରମ୍ପ ରାଷ୍ଟ୍ରପତି ହେବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଥିଲେ ଜୋ ବାଇଡେନ୍ । ସାକ୍ଷାତକାର ସମୟରେ ବାଇଡେନ୍ଙ୍କ ଉପରେ ପ୍ରବଳ ବର୍ଷିଥିଲେ ଟ୍ରମ୍ପ । କହିଥିଲେ, ଆମେରିକା ପାଇଁ ସେ ଯାହା କାମ କରିବାର କଥା କଲେ ନାହିଁ। ତେଣୁ ବିକାଶ ଯେଉଁପରି ଭାବରେ ହେବାର କଥା ହେଲା ନାହିଁ । ଋଷିଆ ରାଷ୍ଟ୍ରପତିଙ୍କ ସହ ମୋର ସମ୍ପର୍କ ଭଲ । ଯୁଦ୍ଧ ବନ୍ଦ କରିବାକୁ ଆମ ପାଖରେ ବଢିଆ ପ୍ଲାନ୍ ରହିଛି । ସେହି ପ୍ଲାନ ଅନୁସାରେ କାମ ହେଲେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବ ବୋଲି ଟ୍ରମ୍ପ କହିଛନ୍ତି ।
ୟୁକ୍ରେନ୍ ଖଣିଜ ସମ୍ପଦକୁ ନେଇ ରଖିଲେ ବୟାନ
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଆଗାମୀ ସପ୍ତାହରେ ଆମେରିକା ଉପ-ରାଷ୍ଟ୍ରପତିଙ୍କୁ ଭେଟିବେ ଜେଲେନସ୍କି । ଏହି ସାକ୍ଷାତକାର ସମୟରେ ଉଭୟ ଦ୍ବିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଲୋଚନା ବେଳେ ଯୁକ୍ରେନ୍ରେ ଥିବା ଖଣିଜ ପଥର ଉପରେ ଆମେରିକା ଆଲୋଚନା କରିବା ନେଇ ସୂଚନା ମିଳିଛି । କୁହାଯାଉଛି କି, ଖଣିଜ ପଥରର ବିକାଶ ଲାଗି ଆମେରିକା ୟୁକ୍ରେନ୍ରେ ପ୍ରାୟ ୫୦୦ ମିଲିୟନ ଡଲାର ନିବେଶ କରିବ । ସେପଟେ ଇରାନ୍ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ଆମେ ଯଦି ଇରାନ ସହ କୌଣସି ଅଣପରମାଣୁ ଚୁକ୍ତି କରୁଛୁ ତାହାଲେ ଇସ୍ରାଏଲ ସେ ଦେଶ ଉପରେ ଆକ୍ରମଣ କରିବ ନାହିଁ । ପୃଥିବୀର କୌଣସି ଦେଶ ବରବାଦ ହେବାକୁ ଚାହେଁ ନାହିଁ । ତେଣୁ ଇରାନ୍ ମଧ୍ୟ ନିଜକୁ ବଞ୍ଚାଇ ରଖିବାକୁ ଚାହୁଁଛି ।
ଆମେରିକା ସହ କଥା ହେବାକୁ ଋଷିଆ ରେଡି
ଆମେରିକାରେ ନୂଆ ରାଷ୍ଟ୍ରପତି ଆସିବା ପରେ ଋଷିଆ-ଆମେରିକା ସମ୍ପର୍କରେ ଅନେକ ସୁଧାର ଆସିଛି । ଏମିତିକି ଟ୍ରମ୍ପଙ୍କ ସହ ଫୋନ୍ରେ କଥା ହେବାକୁ ପୁଟିନ୍ ରାଜି ହୋଇଥିବା ଜଣାପଡ଼ିଛି । ଆସନ୍ତା ୨୪ ତାରିଖରେ ଋଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ବର୍ଷ ପୂରିବ । ଋଷିଆର ଘନଘନ ଆକ୍ରମଣରେ ଥରହର ହେଉଛି ୟୁକ୍ରେନ୍ । ଖାଲି ୟୁକ୍ରେନ୍ କାହିଁକି ବରଂ ଋଷିଆର ସ୍ଥିତି ବି ଅନେକ ସମୟରେ ସଙ୍ଗୀନ କରୁଛି ୟୁକ୍ରେନ୍ । ତେଣୁ ଏମିତି ବିଷମ ସ୍ଥିତିରେ ଋଷିଆ ଉପରେ ଏବେ ଆମେରିକାର ନଜର ରହିଛି ।