କନକ ବ୍ଯୁରୋ: ଦିଲ୍ଲୀରେ ବିଜେପିର ବଡ଼ ବିଜୟ । ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କଲା ଭାରତୀୟ ଜନତା ପାର୍ଟି । ତୃତୀୟ ଥର କ୍ଷମତାକୁ ଆସିବାର ଆପ୍‌ ଯେଉଁ ସ୍ବପ୍ନ ଦେଖୁଥିଲା ତାହା କେବଳ ସ୍ବପ୍ନରେ ହିଁ ରହିଗଲା । ୭୦ ବିଧାନସଭା ଆସନରେ ଭୋଟ୍‌ ହେବା ପରେ ସାମ୍ନାକୁ ଆସିଥିଲା ଏକଜିଟ୍‌ ପୋଲ । ଏକଜିଟ୍‌ ପୋଲରେ ଚିତ୍ର ସ୍ପଷ୍ଟ ଦିଶୁଥିଲା କି, ଏଥର ବିଜେପି ବାଜି ମାରିବ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ବି ବିଜେପି ବାଜି ମାରୁଥିବା ଚିତ୍ର ସ୍ପଷ୍ଟ ହୋଇଥିଲା । ସେପଟେ ପରାଜୟକୁ ସ୍ବୀକାର କରି କେଜ୍ରିୱାଲ କହିଛନ୍ତି ଦିଲ୍ଲୀବାସୀଙ୍କ ନିଷ୍ପତ୍ତିକୁ ଆମେ ଗ୍ରହଣ କରିଛୁ, ବିରୋଧୀ ଦଳରେ ରହି ଲୋକଙ୍କ ଲାଗି କାମ କରିବୁ । ତେବେ ବିଜେପିର ବିଜୟ ପରେ ମୋଦୀ ଟ୍ବିଟ କରି କହିଛନ୍ତି, ଦିଲ୍ଲୀବାସୀ ଆମକୁ ବିଶ୍ବାସ କରିଛନ୍ତି । ଆଗାମୀ ଦିନରେ ବିକାଶ ଆହୁରି ଅଧିକ ହେବ । 
କହି କହି ବିଜେପି ଜିତିଲା ଦିଲ୍ଲୀ
କାମ କଲା ମୋଦିଙ୍କ ଜଲୱା, ଆସ୍ଥା ହରାଇଲେ କେଜ୍ରିୱାଲ
ଏବେ ବାକି ରହିଗଲା ଗୋଟିଏ…
କଂଗ୍ରେସ ଧରାଶାୟୀ
ଗୁମୁରି ଗୁମୁରି କାନ୍ଦୁଛି ଆପ୍‌

Advertisment

ରାଜଧାନୀ ଦିଲ୍ଲୀରେ ପ୍ରାୟ ୨୭ ବର୍ଷ ପରେ କ୍ଷମତାକୁ ଆସିଛି ବିଜେପି । ଅବଶ୍ୟ ୨୦୧୪ରୁ ମୋଦୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଥିଲା । ହେଲେ ଦିଲ୍ଲୀରେ କିନ୍ତୁ ବିଜେପିର ଜଲୱା ଦେଖିବାକୁ ମିଳିଥିଲା । ୨୦୨୦ ବିଧାନସଭା ନିର୍ବାଚନରେ ବି ବିଜେପି ହାରିଥିଲା । ହେଲେ ଏଥର ଖେଳ ପୁରା ଓଲଟି ଯାଇଥିଲା। ଅର୍ଥାତ୍‌ ବିଜେପି ସପକ୍ଷରେ ଭୋଟ୍‌ ଦେଇଛନ୍ତି ଦିଲ୍ଲୀ ଜନତା । ସବୁଠୁ ବିଷମସ୍ଥିତି ଉପୁଯିଥିଲା ୨୦୧୫ରେ । କାରଣ ୭୦ ବିଧାନସଭା ଆସନରୁ ଆପ୍‌ ୬୭ ଆସନରେ ବିଜୟ ହୋଇଥିଲା । ମୋଦିଙ୍କ ଲୋକପ୍ରିୟତା ଥିବା ପରେ ବି ଦିଲ୍ଲୀ ଲୋକ ଆପ୍‌ ଉପରେ ବିଶ୍ବାସ ଜମାଇଥିଲେ । ପରେ ପରେ ରାଜ୍ୟସ୍ତରରୁ ଜାତୀୟ ସ୍ତରକୁ ନିଜ ଦଳକୁ ନେଇଥିଲେ କେଜ୍ରିୱାଲ । ୨୦୧୪ ପରେ ୨୦୧୯ରେ ବିଜେପି ଦେଶର ଅଧିକାଂଶ ଲୋକସଭା ଆସନରେ ବିଜୟ ହୋଇଥିଲା । ଏମିତିକି ଦିଲ୍ଲୀର ୭ଟି ଯାକ ଲୋକସଭା ଆସନରେ ପଦ୍ମ ଫୁଟିଥିଲା । କିନ୍ତୁ ବିଧାନସଭାରେ କରିସ୍ମା ଦେଖିବାକୁ ମିଳିନଥିଲା ବିଜେପିର । 

୨୦୨୦ରେ ବି ବିଜେପିକୁ ଚକମା ଦେଇଥିଲେ କେଜ୍ରିୱାଲ 
ମୋଦି ଜିତିପାରିନଥିଲେ ଦିଲ୍ଲୀବାସୀଙ୍କ ଆସ୍ଥା

୨୦୧୪ ପରଠାରୁ କ୍ରମାଗତ ଭାବରେ ବିଜେପି ଖାତାରେ ଅଧିକରୁ ଅଧିକ ଆସନ ଯୋଡ଼ି ହେଉଥିଲା । ଗୋଟିଏ ପରେ ଗୋଟିଏ ରାଜ୍ୟରେ ସେ ବାଜି ବି ମାରୁଥିଲେ । କିନ୍ତୁ ଦିଲ୍ଲୀରେ ସେମିତି କିଛି ହେଉନଥିଲା । କୁହାଯାଇଥିଲା କି ବିଜେପି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ସ୍ଥିର କରିନପାରିବାରୁ ଏମିତି ସ୍ଥିତି ହେଲା। କିନ୍ତୁ ଏମିତି ବି ଅନେକ ରାଜ୍ୟ ଅଛି ଯେଉଁ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ସାମ୍ନାକୁ ନଆଣି ବି ନିର୍ବାଚନ ଜିତିଛି । ହେଲେ ଦିଲ୍ଲୀରେ ସତ ଚେଷ୍ଟା ପରେ ବି ବିଜେପି ଜିତିପାରିନଥିଲା । ଯେଉଁଥି ଲାଗି ଟେନସନ୍‌ରେ ଥିଲେ ବିଜେପି ନେତୃତ୍ବ । ହେଲେ ଏଥର ମୋଦି ଓହ୍ଲାଇଥିଲେ ପ୍ରଚାର ମୈଦାନକୁ ।

ଏଥର ପ୍ରଥମରୁ ହିଁ ସିଧାସିଧା ଆକ୍ରମଣ କରିବା ସହିତ କେଜ୍ରିୱାଲଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ । ଖାଲି ଦିଲ୍ଲୀ ନୁହେଁ ବରଂ ଓଡ଼ିଶାରେ ବି ୨୪ ବର୍ଷର ସରକାରକୁ ହରାଇ ବାଜି ମାରିଥିଲା ବିଜେପି । ଅବଶ୍ୟ ପଶ୍ଚିମବଙ୍ଗଠୁ ଆରମ୍ଭ କରି ଦକ୍ଷିଣ ଭାରତରେ ବିଜେପିର ଏତେ ଦବଦବା ନାହିଁ କିନ୍ତୁ ଯେଉଁପରି ଭାବରେ ବିଜେପି ସଶକ୍ତ ହେଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ପୁରା ଭାରତରେ ବିଜେପି ଲୋକପ୍ରିୟତା ବଢିବାରେ ଲାଗିଛି । ଏବେ ଚର୍ଚ୍ଚା, ଆଗାମୀ ଦିନରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ହେବ କିଏ । ଅବଶ୍ୟ ଏନେଇ ବିଜେପିର କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେବେ କିନ୍ତୁ ଚର୍ଚ୍ଚା ଥମିବାରେ ନା ନେଉନି । ସେପଟେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି, ଦିଲ୍ଲୀରେ ଜିତିବା ପରେ ମୋଦିଙ୍କର ଆଉ କେଉଁ ରାଜ୍ୟ ଜିତିବାକୁ ଇଚ୍ଛା । ଅବଶ୍ୟ ଏନେଇ ବିଜେପି ନେତା କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିନ୍ତୁ ଆଲୋଚନା ଥମୁନି । ଆଗାମୀ ଦିନରେ ବିହାର ନିର୍ବାଚନ ହେଉଛି । ତେଣୁ ଏବେ ବିହାର ଉପରେ ପୁରା ଦେଶର ନଜର ।