କନକ ବ୍ୟୁରୋ : କଂଗ୍ରେସ କନ୍ଦଳ ଏବେ ପଦାରେ ପଡିଛି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅଣଦେଖା ଅଭିଯୋଗ ଆଣିବା ପରେ କଂଗ୍ରେସରେ କମ୍ପନ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନରସିଂହଙ୍କ ପାଇଁ ବାହାରିଥିବା ବେଳେ ଏବେ ଫୋନ୍ କଲରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଅଣ୍ଟା ଭିଡ଼ିଛନ୍ତି କଂଗ୍ରେସ ମୁଖିଆ ଭକ୍ତ ଦାସ ।
କଂଗ୍ରେସରେ ତେଜିଲା ବିଭୀଷଣ ମନ୍ତବ୍ୟ କଳି; ନିଜ ବୟାନକୁ ନେଇ ପୁଣି ମୁହଁ ଖୋଲିଲେ ଭକ୍ତ ଦାସ
ବୀଭିଷଣ ଉପାଖ୍ୟାନ ପରେ ଏବେ କଂଗ୍ରେସରେ ନରସିଂହ ଝଡ ଜୋର ଧରିଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ଭବିଷ୍ୟତକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଦଳରେ ଅଭିଜ୍ଞ, ଦକ୍ଷ ଓ ଜ୍ଞାନୀ ଲୋକଙ୍କୁ ଅଣଦେଖା କରାଯାଉଛି । ନରସିଂହ ମିଶ୍ରଙ୍କ ଉଦାହରଣ ରଖି ନାଁ ନନେଇ ପିସିସି ସଭାପତି ଭକ୍ତ ଦାସଙ୍କୁ ତେରଛା ବାଣ ମାରିଥିଲେ ନିରଞ୍ଜ ନ। ଏକତ୍ରିତ ନହେଲେ ଦଳ ଆଗକୁ ବଢ଼ିବା ମୁସ୍କିଲ । ଏହି ବୟାନକୁ ନେଇ କଂଗ୍ରେସରେ ଅନ୍ତଦ୍ୱନ୍ଦ୍ୱ ନିଆଁ କୁହୁଳିଛି । ଯାହାକୁ ବଳ ଦେଇଛି ନରସିଂହଙ୍କ ସ୍ବିକାରୋକ୍ତି । ଦଳ ପଚାରୁ ନାହିଁ କହିବା ପରେ ଭକ୍ତଙ୍କ ଫୋନ୍ ଆସିଥିବା କହିଛନ୍ତି ନରସିଂହ ।
ବନ୍ଦେ ମାତରମ୍ ନେଇ ମୁହାଁମୁହିଁ; କଂଗ୍ରେସ ଉପରେ ବର୍ଷିଲେ ମୋଦୀ
କଂଗ୍ରେସରେ ନରସିଂହଙ୍କୁ ଅଣଦେଖା ପ୍ରସଙ୍ଗ ଏବେ ନିଆଁ ଭଳି ବ୍ୟାପିଛି। ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏବେ ସାମ୍ନାକୁ ଆସିଛନ୍ତି ନିଜେ ପିସିସି ସଭାପତି। ଘର କଥା କହି କଂଗ୍ରେସରେ ଥିବା କନ୍ଦଳକୁ ଚାପିବାକୁ ଚେଷ୍ଟା କରିଛନ୍ତି ଭକ୍ତ ।
ବିଧାନସଭାରେ କଂଗ୍ରେସର ସାଂଘାତିକ ଅଭିଯୋଗ, ଅନ୍ୱେଷା ଯୋଜନାରୁ ବାଦ ଦେଇ ଶିକ୍ଷାରୁ ବଂଚିତ କରୁଛନ୍ତି ସରକାର
ପୂର୍ବରୁ ପିସିସି ସଭାପତିଙ୍କ ବିଭୀଷଣ ବୟାନକୁ ନେଇ କଂଗ୍ରେସରେ ଭୟଙ୍କର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏବେ ନରସିଂହ ଅଣଦେଖା ପ୍ରସଙ୍ଗ ଉଠାଇବା ଭକ୍ତ ନେତୃତ୍ବ ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/congress-2025-12-09-20-38-10.jpg)