କନକ ବ୍ୟୁରୋ : ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀଙ୍କ ଆଡମିସନ ହୋଇନଥିବାରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନେ ଶିକ୍ଷାରୁ ବଞ୍ଚିତ ହେବା ସରକାରଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଶୀର୍ଷକ ମୁଲତବୀ ନୋଟିସ୍ କଂଗ୍ରେସ ପକ୍ଷରୁ ବିଧାନସଭାରେ ଆଜି ଦିଆଯାଇଥିଲା । ଯେଉଁଥିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଆଲୋଚନାରେ ଭାଗନେଇ କହିଛନ୍ତି, ରାଜ୍ୟରେ ୪୦ ପ୍ରତିଶତ ଏସସି ଏସଟିଗ୍ଧ ବାସ କରୁଛନ୍ତି । ସେମାନଙ୍କ ଉନ୍ନତି ପାଇଁ ଅନ୍ୱେଷା  ଯୋଜନା ଆଣିଥିଲେ ସରକାର । ପ୍ରତି ବର୍ଷ ୧୭ଟି ଜିଲ୍ଲାକୁ ଏହି ଯୋଜନାରେ ଫୋକସ କରାଯାଇଥାଏ । ଜିଲ୍ଲା ଗୁଡ଼ିକ ପାଖାପାଖି ୨୪ ହଜାରରୁ ଅଧିକ ଆଦିବାସୀ ପିଲାଙ୍କ ଉନ୍ନତ ମାନର ପାଠ ପଢା ପାଇଁ ପ୍ରଥମ ଶ୍ରେଣୀରୁ ନାମ ଲେଖାଯାଇଥାଏ । ସେଥିପାଇଁ କୋଟି କୋଟି ଟଙ୍କାର ସ୍ଵତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଏ । କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଧୋକା ଦିଆଯାଇଛି । ଅନ୍ଵେଷା ପୋର୍ଟାଲ ଖୋଲାଗଲା ନାହିଁ କି ଆଡ଼ମିଶନ କରାଗଲା ନାହିଁ । ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ବିଭାଗୀୟ ମନ୍ତ୍ରୀ ମଧ୍ୟ ଆଦିବାସୀ । କିନ୍ତୁ ଆଦିବାସୀଙ୍କ ଦୁଃଖ ବୁଝୁନାହାନ୍ତି । ଯାହାପାଇଁ ମୁଖ୍ୟମନ୍ତ୍ରୀଙ୍କ କ୍ଷତି ହେଲା । ଆଦିବାସୀଙ୍କ ଦୁଃଖ କେହି ଶୁଣନ୍ତି ନାହିଁ । ଅଫିସର ମଧ୍ୟ ସେମାନଙ୍କ ନିକଟକୁ କେବେ ଯାଆନ୍ତି ନାହିଁ । ଆଦିବାସୀ ପିଲାଙ୍କୁ ସମ୍ବିଧାନ ଅଧିକାର ଦେଇଛି । କେହି ତାଙ୍କ ଉପରେ ଦୟା କରୁନାହାନ୍ତି । କିନ୍ତୁ ସରକାର ରାବଣ ହୋଇ ଆଦିବାସୀଙ୍କ ଉପରେ ଜୁଲମ କରୁଛନ୍ତି । ପିଲାଙ୍କ ଖାଇବା, ରହିବା ଓ ଯାତାୟାତରେ କେବେ ସଠିକ୍ ବ୍ୟବସ୍ଥା କରିନାହାନ୍ତି ସରକାର । ଯାହାଦ୍ବାରା ସରକାର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି  କରିଛନ୍ତି କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ।

Advertisment

କାଗଜ ଦେଖେଇ ପ୍ରଧାନମନ୍ତ୍ରୀ ବନିଥିଲେ ଭିପି ସିଂହ ; ରାଜୀବ ଗାନ୍ଧୀ ହାରିଥିଲେ ନିର୍ବାଚନ, ଜନ୍ମ ନେଇଥିଲା ଜନତା ଦଳ

ସେହିପରି  ବିଜେଡି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିଜେ ଉତ୍ତର ରଖିଛନ୍ତି ଯେ ଆସନ୍ତା ୫ ବର୍ଷ ଯାଏ ଅନ୍ଵେଷା ଯୋଜନା ଜାରି ରଖିବାକୁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି । ଏଥିରୁ ସ୍ପଷ୍ଟ ଯେ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ବିଭାଗୀୟ ମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର । ଅନ୍ଵେଷା ଯୋଜନା ପାଇଁ ଡ୍ରପ୍ ଆଉଟ ହାର ୩୩ରୁ ୧୮ ପ୍ରତିଶତକୁ ଖସି ଥିଲା। କିନ୍ତୁ ସେ ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି । ଏହା ଦୁର୍ଭାଗ୍ୟର କଥା ।

ସାଇବର ସିକ୍ୟୁରିଟି ନେଇ ସରକାରଙ୍କ ବଡ ପଦକ୍ଷେପ : ଏବେ ସବୁ ମୋବାଇଲରେ ହେବ ‘ସଞ୍ଚାର ସାଥୀ’

ଏହାର ଉତ୍ତରରେ ଏସଟିଏସସି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖି କହିଛନ୍ତି, ୧୧ ଟା ଜିଲ୍ଲାର ୧୬୩ ଟି ଶିକ୍ଷାନୁଷ୍ଠାନରେ ପ୍ରାୟ ୨୦ ହଜାର ଆଦିବାସୀ ଓ ଦଳିତ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ଅନ୍ୱେସା ଯୋଜନାରେ ।  ୨୦୨୫-୨୬ ବର୍ଷ ରେ ୧୫୮ କୋଟି ୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଯାବତ ଜିଲ୍ଲା ପ୍ରଶାସନ କୁ ୧୦୫ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।  ଆଗାମୀ ୫ ବର୍ଷ ପାଇଁ ଅନ୍ୱେଷା ଯୋଜନା ଚାଲୁ ରଖିବାକୁ ବିଭାଗ ପାଖରେ ପ୍ରସ୍ତାବ ବିଚାରଧୀନ ରହିଛି ବୋଲି ମନ୍ତ୍ରୀ ଗୃହ ରେ ଉତ୍ତର ରଖିଛନ୍ତି ।