କନକ ବ୍ୟୁରୋ : ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭାରେ ବିର୍ତକ ଚାଲିଛି । ଏଥିରେ ସାମିଲ୍ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ମାତରମ ପ୍ରତି କଂଗ୍ରେସ ଅନାଦର କରିଥିବା କହିଛନ୍ତି । ସେ କହିଛନ୍ତି କଂଗ୍ରେସ ମୁସଲିମ ଲିଗ୍ ସାମ୍ନାରେ ମୁଣ୍ଡ ନୁଆଁଇ ଦେଇଥିଲା ଏବଂ ବନ୍ଦେ ମାତରମକୁ ଦୁଇ ଖଣ୍ଡ କରିଦେଇଥିଲା । ଏସବୁ କେବଳ ତୃଷ୍ଟୀକରଣ ରାଜନୀତି ପାଇଁ କରିଥିଲା କଂଗ୍ରେସ । ସେପଟେ ବିତର୍କରେ ସାମିଲ ହୋଇ ଜବାବ ରଖିଛି କଂଗ୍ରେସ । କଂଗ୍ରେସ ସାଂସଦ ପ୍ରୟିଙ୍କା ଗାନ୍ଧୀ ମୋଦିଙ୍କୁ କାଉଣ୍ଟର କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ : ‘ବନ୍ଦେ ମାତରମ୍’କୁ ନେଇ ଆଜି ସଂସଦରେ ଆଲୋଚନା: ଏପଟେ SIRକୁ ନେଇ ସରକାରକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ସଂସଦର ଶୀତ ଅଧିବେଶନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଲୋକସଭାରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଶେଷ ଆଲୋଚନା ହୋଇଛି । ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଉଦ୍‌ବୋଧନ ଦେଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ବାବଦ ସୂଚନା ଦେଇ କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ଗୌରବମୟ ମୁହୂର୍ତ୍ତ ହେବ । ‘ବନ୍ଦେ ମାତରମ୍’ ଗୀତଟି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ତାଙ୍କ ବିଖ୍ୟାତ ଉପନ୍ୟାସ ‘ଆନନ୍ଦମଠ’ରେ ପ୍ରଥମେ ଲେଖିଥିଲେ । ଏହା ପ୍ରଥମ ଥର ପାଇଁ ୧୮୯୬ କଲିକତା କଂଗ୍ରେସ ଅଧିବେଶନରେ ଗାନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମରେ ଏହି ଗୀତ କୋଟି କୋଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ଜଳାଇଥିଲା ଏବଂ ଏହାକୁ ଭାରତର ଜାତୀୟ ଗାନ ଭାବେ ଗ୍ରହଣ କରାଯାଇଥିଲା ।