କନକ ବ୍ୟୁରୋ: କଂଗ୍ରେସରେ ବିଭୀଷଣ ମନ୍ତବ୍ୟକୁ ନେଇ ବିବାଦ ତେଜିବା ପରେ ସଫେଇ ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । କହିଲେ, ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ମୁଁ ଯାହା କୁହେ ଖୋଲା ଖୋଲି କୁହେ ଲୁଚିକି କୁହେ ନାହିଁ । ସବୁ କଂଗ୍ରେସ ନେତାଙ୍କୁ ଅପିଲ୍ ବାଦ ବିବାଦରୁ ବାହାରି କଂଗ୍ରେସ ଦଳକୁ ଏକାଠି କରିବାର ସମୟ ଆସିଛି । ଯଦି ମୁଁ ଶୃଙ୍ଖଳା ଭଙ୍ଗ କରିଛି ବୋଲି କିଛି ନେତା କହୁଛନ୍ତି ତାହେଲେ ମୁଁ ନିଜର ସମୀକ୍ଷା କରିବି । ଯଦି କାହାର ଅସୁବିଧା ଅଛି ମୋ ସହ ଆସି ସିଧା ଆଲୋଚନା କରନ୍ତୁ । ହେଲେ ପିସିସି ସଭାପତି କାହା ଗୁଲାମ ହୋଇ କାହା ପକେଟରେ ରହି ପାରିବିନି କାହା ଇଙ୍ଗିତରେ କାମ କରିପାରିବେନି ।
ସେପଟେ ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, କଂଗ୍ରେସରେ ବିଭୀଷଣ, ରାବଣ ଅଛନ୍ତି । ସୁଗ୍ରୀବର ବି ଆବଶ୍ୟକ ଅଛି । କଂଗ୍ରେସରେ ସବୁ ପ୍ରକାରର ଲୋକ ଅଛନ୍ତି । ଦଳର ଖୁବଶୀଘ୍ର ଏକ ବନ୍ଧୁ ମିଳନ ହେବ । ସମସ୍ତଙ୍କୁ ଏକାଠି କରିବା ପାଇଁ ଡାକିଲେ ସୁରେଶ ରାଉତରାୟ । ଦଳରେ ବିବାଦ ସୃଷ୍ଟି କରୁଥିବା ନେତାଙ୍କ ଉପରେ ବର୍ଷିଲେ ସୁର ରାଉତରାୟ । କହିଲେ, କଂଗ୍ରେସରେ ଏକତାର ଆବଶ୍ୟକତା ରହିଛି, ବିବାଦର ନୁହେଁ ।
ଆହୁରି ପଢ଼ନ୍ତୁ : କର୍ଣ୍ଣାଟକ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଉପରେ ବିରାମ : ବଦଳିବନି କ୍ୟାବିନେଟ
ସୂଚନାଯୋଗ୍ୟ ଯେ, ପିସିସି ସଭାପତି ଭକ୍ତ ଦାସଙ୍କୁ ମହଙ୍ଗା ପଡ଼ିଛି ‘ବିଭୀଷଣ’ ପ୍ରସଙ୍ଗ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ ଭକ୍ତ ବିଭୀଷଣ କଥା କହିବା ପରେ ପ୍ରଥମେ ବରିଷ୍ଠ ଆଉ ଏବେ ଯୁବ ନେତା ବିଷ ଉଗାରିଛନ୍ତି । କଂଗ୍ରେସରେ ଯଦି ବିଭୀଷଣ ଅଛନ୍ତି, ତେବେ ରାବଣ କିଏ ବୋଲି ପ୍ରଶ୍ନ କରିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ଏହି ‘ବିଭୀଷଣ’ ଉପାଖ୍ୟାନକୁ ନେଇ ଏବେ କଂଗ୍ରେସରେ ଝଡ଼ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ କିଛି ବରିଷ୍ଠ ନେତା ମୁହଁ ଖୋଲିଥିଲେ ।
ଏବେ ଯୁବ ନେତାମାନେ ଗଣମାଧ୍ୟମ ଆଗରେ ଭକ୍ତଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି । ଯଦି ଦଳରେ ବିଭୀଷଣ ଅଛନ୍ତି, ତେବେ ରାବଣ କିଏ ? ବୋଲି ପିସିସି ସଭାପତିଙ୍କୁ ପ୍ରଶ୍ନ କରି, ପରୋକ୍ଷରେ ଭକ୍ତଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ଦଳର ଯୁବ ନେତୃତ୍ବ । ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦଳୀୟ ସ୍ବାର୍ଥକୁ ପିସିସି ସଭାପତି ଜଳାଞ୍ଜଳି ଦେଉଥିବା ସିଧା ସିଧା ଅଭିଯୋଗ ଆଣିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/23/bhakta-das-2025-11-23-15-36-56.jpg)