କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଦ୍ୱାରା ଇଲେକ୍ଟୋରାଲ ବଣ୍ଡ ଉପରେ ପ୍ରତିବନ୍ଧକ ଲାଗିବାର ଗୋଟିଏ ବର୍ଷ ପରେ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି । କମ୍ପାନିମାନଙ୍କ ଦ୍ୱାରା ସମର୍ଥିତ ରାଜନୈତିକ ଦଳଙ୍କୁ ଆଖି ଖୋସି ହୋଇଗଲା ଭଳି ଚାନ୍ଦା ମିଳିଛି । ସୁପ୍ରିମକୋର୍ଟଙ୍କ ଦ୍ୱାରା ଇଲେକ୍ଟୋରାଲ ବଣ୍ଡ ବନ୍ଦ କରାଯିବା ପରେ ପ୍ରଥମ ଆର୍ଥିକ ବର୍ଷରେ ରାଜନୈତିକ ଦଳମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଚାନ୍ଦା ଦେବା ମାମଲାରେ ୩ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଇଲେକ୍ଟୋରାଲ ଟ୍ରଷ୍ଟ ମୋଟ ୩୮୧୧ କୋଟି ଟଙ୍କା ବିଭିନ୍ନ ଦଳକୁ ଚାନ୍ଦା ଆକାରରେ ମିଳିଛି । ଏଥିରେ ସବୁଠାରୁ ଅଧିକ ଚାନ୍ଦା ବିଜେପିକୁ ମିଳିଥିବା ବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସ ରହିଛି । 

Advertisment

ଅଧିକ ପଢ଼ନ୍ତୁ : ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଚେତିଲା ଏସବିଆଇ । ଇଲେକ୍ଟୋରାଲ ବଣ୍ଡ ନମ୍ବର ସମେତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କଲା ସମସ୍ତ ତଥ୍ୟ

ସୁପ୍ରିମକୋର୍ଟଙ୍କ ଦ୍ୱାରା ଇଲେକ୍ଟୋରାଲ ବଣ୍ଡ ଉପରେ ପ୍ରତିବନ୍ଧକ ଲଗାଯିବା ପରେ କର୍ପୋରେଟ୍ ସମର୍ଥିତ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ରାଜନୈତିକ ଦଳମାନେ ଭରପୂର ଚାନ୍ଦା ପାଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଚାନ୍ଦା ଆକାରରେ ୧୨୧୮ କୋଟି ଟଙ୍କା ମିଳିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଚାନ୍ଦାର ପରିମାଣ ୩୮୧୧ କୋଟିରେ ପହଂଚିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଳ କରାଯାଇଥିବା ଯୋଗଦାନ ବିବରଣୀରେ ଏହି ରାଶିର ସବୁଠାରୁ ବଡ଼ ଭାଗ ବିଜେପିକୁ ଯାଇଛି । ମୋଟ ଚାନ୍ଦାର ୮୨ ପ୍ରତିଶତ ବିଜେପିକୁ ଯାଇଥିବା କୁହାଯାଇଛି । ସେହିଭଳି କଂଗ୍ରେସକୁ ୨୯୯ କୋଟି ଅର୍ଥାତ ୮ ପ୍ରତିଶତ ମିଳିଥିବା ବେଳେ ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କୁ ମୋଟ ୧୦ ପ୍ରତିଶତ ଚାନ୍ଦା ଆକାରରେ ମିଳିଛି । 

ଅଧିକ ପଢ଼ନ୍ତୁ : ୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ପାଇଛନ୍ତି ୧୨ ଶହ କୋଟି ଟଙ୍କା । ୫୨୯ କୋଟି ସହ ଶୀର୍ଷରେ ବିଆରଏସ୍ ।

ରିପୋର୍ଟ ମୁତାବକ ଏପର୍ଯ୍ୟନ୍ତ ମୋଟ ୧୯ ଟି ଇଲେକ୍ଟୋରାଲ ଟ୍ରଷ୍ଟ ପଞ୍ଜିକୃତ ହୋଇଛନ୍ତି । ହେଲେ ଡିସେମ୍ବର ୨୦ ତାରିଖ ସୁଦ୍ଧା ୧୩ ଟି ଟ୍ରଷ୍ଟର ବିବରଣୀ ନିର୍ବାଚନ ଆୟୋଗ ୱେବସାଇଟରେ ପ୍ରକାଶ ପାଇଛି । ଏଥିରେ ୯ ଟି ଟ୍ରଷ୍ଟ ଚାନ୍ଦା ଦେବା ତାଲିକାରେ ରହିଛନ୍ତି । ହେଲେ ଅନ୍ୟ ୪ ଟି ଟ୍ରଷ୍ଟ ଚଳିତ ଆର୍ଥିକ ବର୍ଷରେ କୌଣସି ଚାନ୍ଦା ଦେଇନାହାଁନ୍ତି । ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପିକୁ ସବୁଠାରୁ ଅଧିକ ଚାନ୍ଦା ଦେଇଛି । ଏହି ଟ୍ରଷ୍ଟ ବିଜେପିକୁ ୨୧୮୦ କୋଟି ଟଙ୍କା ଚାନ୍ଦା ଦେଇଛି । ପ୍ରୁଡେଣ୍ଟ ଟ୍ରଷ୍ଟ ସହିତ  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱା, ମେଘା ଇଂଜିନିୟରିଂ, ଭାରତୀ ଏୟାରଟେଲ, ଅରୋବିନ୍ଦ ଫାର୍ମା ଓ ଟରଣ୍ଟୋ ଫାର୍ମାସ୍ୟୁଟିକାଲ ଜଡ଼ିତ ରହିଛି । ଏହି ଟ୍ରଷ୍ଟ କଂଗ୍ରେସ,ଟିଏମସି, ଆମ୍ ଆଦମୀ ପାର୍ଟି, ତେଲୁଗ ଦେଶମ୍ ପାର୍ଟିକୁ ବି ଚାନ୍ଦା ଦେଇଛି । ହେଲେ ମୋଟ ଚାନ୍ଦାର ୮୨ ପ୍ରତିଶତ ବିଜେପି ପାଖକୁ ଯାଇଛି ।

ଅଧିକ ପଢ଼ନ୍ତୁ : କେନ୍ଦ୍ରର ୨୦୧୮ ଇଲେକ୍ଟୋରାଲ ବଣ୍ଡ ମାମଲାରେ ରହିଛି ତ୍ରୁଟି । ଚାନ୍ଦା ଦେଉଥିବା ଏବଂ ନେଉଥିବା ପରସ୍ପରକୁ ଜାଣିବେ, ହେଲେ ଭୋଟର କାହିଁକି ନୁହେଁ?: ସୁପ୍ରିମକୋର୍ଟ 

ସେହିଭଳି ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟ ୨୦୨୪-୨୫ ଆର୍ଥିକ ବର୍ଷରେ ୯୧୭ କୋଟି ଟଙ୍କା ଚାନ୍ଦା ଗୋଟାଇଛି । ଏଥିରୁ ୯୧୪.୯୭ କୋଟି ଟଙ୍କା ରାଜନୈତିକ ଦଳମାନଙ୍କୁ ଯାଇଛି । ୮୦.୮୨ ପ୍ରତିଶତ ଚାନ୍ଦା ବିଜେପି ପାଖକୁ ଯାଇଛି । ଏହି ଟ୍ରଷ୍ଟକୁ  ମୁଖ୍ୟତଃ ଟାଟାଗ୍ରୁପ ଚାନ୍ଦା ଦେଇଛି ।

ସୂଚନା ଥାଉ କି, ୨୦୨୪ ମସିହାରେ ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ସୁପ୍ରିମକୋର ଅସମ୍ବିଧାନିକ ବୋଲି କହି ଏହାକୁ ସମାପ୍ତ କରିଥିଲେ । ଏହାପରେ କମ୍ପାନି କିମ୍ବା ବ୍ୟକ୍ତି ବିଶେଷ ଡିମାଣ୍ଡ ଡ୍ରାଫ୍ଟ, ୟୁପିଆଇ ଟ୍ରାନ୍ସଫର, ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଉଛନ୍ତି ।