କେନ୍ଦ୍ରର ୨୦୧୮ ଇଲେକ୍ଟୋରାଲ ବଣ୍ଡ ମାମଲାରେ ରହିଛି ତ୍ରୁଟି । ଚାନ୍ଦା ଦେଉଥିବା ଏବଂ ନେଉଥିବା ପରସ୍ପରକୁ ଜାଣିବେ, ହେଲେ ଭୋଟର କାହିଁକି ନୁହେଁ?: ସୁପ୍ରିମକୋର୍ଟ
କନକ ବ୍ୟୁରୋ: ରାଜନୈତିକ ଦଳଙ୍କୁ କିଏ ଚାନ୍ଦା ଦେଉଛି ତାହା ଭୋଟର ଜାଣିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏଭଳି ଏକ ପକ୍ଷ ରଖିଛନ୍ତି । ଯାହାକୁ ଗ୍ରହଣ କରିବା ସହଜ ନୁହେଁ ବୋଲି ସୁପ୍ରିମକୋଟ ର୍ କହିଛନ୍ତି । ଯଦି ଦେବା ଲୋକ ଓ ନେବା ଲୋକ ପରସ୍ପରକୁ ଜାଣିବେ ତାହେଲେ ଭୋଟର କାହିଁକୁ ନୁହେଁ ବୋଲି ଏବେ ପ୍ରଶ୍ନ ଉଠିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଚାନ୍ଦା ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ୨୦୧୮ରେ ନିର୍ବାଚନ ବଣ୍ଡ ଯୋଜନା ବା ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଆଣିଥିଲେ । ହେଲେ ଏହି ସ୍କିମରେ ଅନେକ ତ୍ରୁୟଟି ଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଆବଦନ ହୋଇଛି । ଯାହାକୁ ନେଇ ଏବେ ଶୁଣାଣି ଚାଲିଛି । କୋର୍ଟ କହିଛନ୍ତି, ନିର୍ବାଚନ ବଣ୍ଡ ଯୋଜନାରେ ଅନେକ ତ୍ରୁଟି ରହିଛି । ଏହି ଯୋଜନାକୁ ଆହୁରି ଭଲ କରାଯାଇପାରିବ । ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ବଣ୍ଡ ଜରିଆରେ କେତେ ଚାନ୍ଦା ପାଇଛନ୍ତି ତାର ରିପୋର୍ଟ ନିର୍ବାଚନ କମିସନଙ୍କୁ ମାଗିଛନ୍ତି ସୁପ୍ରିମକୋର୍ଟ । ଏବେ ଏହି ମାମଲାର ରାୟ ସଂରକ୍ଷିତ ରହିଛି । ଆବେଦନକାରୀ କହିଛନ୍ତି, ଏହି ଯୋଜନା ଦ୍ୱାରା ଶାସକ ଦଳ ଲାଭବାନ ହେଉଛି । ଅନ୍ୟପଟେ କେନ୍ଦ୍ର ସରକାର କହିଛନ୍ତି, ଏହା ସବୁବେଳେ ଚାଲି ଆସୁଛି । କିନ୍ତୁ ଦାତାଙ୍କ ନାମ ଯଦି ସାର୍ବଜନୀନ ହେବ ତାହେଲେ ପରବର୍ତୀ ସମୟରେ ଭିକ୍ଟିମାଇଜ ବା ଅପରାଧର ଶିକାର ହୋଇପାରନ୍ତି ।