୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ପାଇଛନ୍ତି ୧୨ ଶହ କୋଟି ଟଙ୍କା । ୫୨୯ କୋଟି ସହ ଶୀର୍ଷରେ ବିଆରଏସ୍ ।

288

କନକ ବ୍ୟୁରୋ: ୨୦୨୨-୨୩ ଆର୍ଥିକ ବର୍ଷରେ ୫ ଆଞ୍ଚଳିକ ରାଜନୈତିକ ଦଳକୁ ମିଳିଛି ଏକ ହଜାର ୨୦୦ କୋଟି ଟଙ୍କାର ନିର୍ବାଚନ ଚାନ୍ଦା । ପୂର୍ବ ବର୍ଷଠାରୁ ଏହା ସାମାନ୍ୟ କମ୍ । ୨୦୨୧-୨୨ରେ ଏକ ହଜାର ୩୩୮ କୋଟି ଟଂକା ମିଳିଥିଲା । ଚଳିତ ଆର୍ଥିକ ବର୍ଷରେ ବିଆରଏସ ୫୨୯ କୋଟି ଟଙ୍କା ସହ ସର୍ବାଧିକ ଚାନ୍ଦା ପାଇଛି । ଏହାପରେ ୩୨୫ କୋଟି ୧୦ ଲକ୍ଷ ସହ ଟିଏମସି ଦ୍ୱିତୀୟ ସ୍ଥାନରେ ରହିଛି । ତା’ପଛକୁ ରହିଛି ଡିଏମକେ ।

ତାମିଲନାଡୁର ଏହି ଶାସକ ଦଳ ୧୮୫ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ପାଇଛି । ଏହି ତାଲିକାର ଚତୁର୍ଥରେ ରହିଛି ବିଜେଡି । ଓଡିଶାରେ ୨୩ ବର୍ଷ ଧରି କ୍ଷମତାରେ ଥିବା ଏହି ଦଳ ବର୍ଷକରେ ୧୫୨ କୋଟି ଟଂକା ପାଇଛି । ଶେଷରେ ରହିଛି ଆନ୍ଧ୍ରପ୍ରଦେଶରେ ଶାସକ ଦଳ ୱାଇଏସଆର କଂଗ୍ରେସ । ଏହା ୫୨ କୋଟି ଟଂକା ଚାନ୍ଦା ଆକାରରେ ପାଇଛି । ବିଜେଡି ୨୦୨୧-୨୨ରେ ୨୯୧ କୋଟି ଟଂକା ପାଇଥିଲା । ଚଳିତ ଥର କିନ୍ତୁ ଏହା ପାଖାପାଖି ଅଧା କମିଯାଇଛି । ଏହାବାଦ୍ ଏହି ରାଜନୈତିକ ଦଳ ଗୁଡିକର ଅନ୍ୟ ଉତ୍ସରୁ ଆୟ ରହିଛି । ସେହିପରି ଆମ୍ ଆଦମୀ ପାର୍ଟି ଯଦିଓ ଏବେ ଜାତୀୟ ଦଳର ମାନ୍ୟତା ପାଇଛି । ଦଳ ୨୦୨୨-୨୩ରେ ୩୬.୫ କୋଟି ଟଂକା ଚାନ୍ଦା ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିପିଏମ୍ କୌଣସି ଚାନ୍ଦା ପାଇନାହିଁ ।