ମନେଅଛନ୍ତି ମହାକୁମ୍ଭର ମୋନାଲିସା ? ନୀଳନୟନା ମାଳା ବିକାଳୀ ମୋନାଲିସା ମହାକୁମ୍ଭ ସମୟରେ ଖୁବ୍ ଭାଇରାଲ୍ ହୋଇଥିଲେ । ନିଜ ଚକ୍ଷୁ ଯୁଗଳକୁ ନେଇ ସେତେବେଳେ ଚର୍ଚ୍ଚା ସାଉଁଟିଥିବା ଝିଅଟିକୁ ଅଭିନେତ୍ରୀ କରିବା ପାଇଁ ମଧ୍ୟ ବଲିଉଡରୁ ଅଫର୍ ଆସିଥିଲା । ତେବେ ମୋନାଲିସାଙ୍କୁ ମୁମ୍ବାଇ ଆଣି ଅଭିନେତ୍ରୀ କରିବା ପାଇଁ ପ୍ଲାନ୍ କରିଥିବା ନିର୍ଦ୍ଦେଶକ ସନୋଜ୍ ମିଶ୍ରାଙ୍କୁ ଗିରଫ କରାଯାଇଛି । ଦୁଷ୍କର୍ମ ଅଭିଯୋଗରେ ନିର୍ଦ୍ଦେଶକଙ୍କୁ ଗିରଫ କରାଯିବାର ସୂଚନା ମିଳୁଛି । ଏହି ମାମଲାରେ ପ୍ରଥମେ ଦିଲ୍ଲୀ ହାଇକୋର୍ଟ ସନୋଜ୍ ମିଶ୍ରାଙ୍କ ଜାମିନ୍ ଆବେଦନକୁ ଖାରଜ କଲେ ଏବଂ ପରେ ତାଙ୍କୁ ଗିରଫ କରାଗଲା । ଦିଲ୍ଲୀର ନୱି କରିମ୍ ଥାନା ପୁଲିସ୍ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । 

Advertisment
monamona
mona Photograph: (google)

ସନୋଜଙ୍କ ଉପରେ ସଂଗୀନ ଆରୋପ ଲାଗିଛି । ଗ୍ରାମାଞ୍ଚଳରୁ ମାୟାନଗରୀ ମୁମ୍ବାଇ ଅଭିନେତ୍ରୀ ହେବାକୁ ଆସିଥିବା ଜଣେ ଯୁବତୀଙ୍କୁ ସିନେମାରେ ଅଫର୍ ଦେବାକୁ କହି ବାରମ୍ବାର ଦୁଷ୍କର୍ମ କରିବାର ଅଭିଯୋଗ ନିର୍ଦ୍ଦେଶକଙ୍କ ଉପରେ ଲାଗିଛି । ପୀଡ଼ିତାଙ୍କ କହିବାନୁସାରେ,ସେ ଝାନସୀରୁ ମୁମ୍ବାଇ ଅଭିନେତ୍ରୀ ହେବାର ସ୍ବପ୍ନ ନେଇ ଆସିଥିଲେ । ଟିକଟକ୍ ଏବଂ ଇନଷ୍ଟାଗ୍ରାମ୍ ଜରିଆରେ ସେ ନିର୍ଦ୍ଦେଶକଙ୍କ ସହ ସଂପର୍କରେ ଆସିଲେ । କିଛି ସମୟ ଚାଟିଂ ପରେ ସେ ୨୦୨୧ ମସିହା ଜୁନ୍ ୧୭ ତାରିଖରେ ଫୋନ୍ ଜରିଆରେ କଥା ହୋଇଥିଲେ । ସନୋଜ୍ ତାଙ୍କୁ ଭେଟିବା ପାଇଁ ଇଚ୍ଛାପ୍ରକଟ କରିବାରୁ ଯୁବତୀ ଜଣକ ମନା କରିଦେଇଥିଲେ କିନ୍ତୁ ଆତ୍ମହତ୍ୟାର ଧମକ ଦେବାରୁ ବାଧ୍ୟ ହୋଇ ଯୁବତୀ ନିର୍ଦ୍ଦେଶକଙ୍କ ସହ ଦେଖା କରିଥିଲେ । ସମୟକ୍ରମେ ଦୁହିଁଙ୍କ ଭିତରେ ବନ୍ଧୁତା ନିବିଡ଼ ହେଲା ଏବଂ ପରେ ଅଭିନେତ୍ରୀ କରାଇଦେବାକୁ କହି ନିର୍ଦ୍ଦେଶକ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ ବୋଲି କହିଥିଲେ ପୀଡ଼ିତା । 

Lisa
Lisa Photograph: (google)

ତେବେ ଏହାରି ଭିତରେ ୨୮ ବର୍ଷର ଯୁବତୀ ଜଣକ ମାର୍ଚ୍ଚ ୬ ତାରିଖରେ ବାରମ୍ବାର ଦୁଷ୍କର୍ମ, ମାରପିଟ୍, ଗର୍ଭପାତ ଏବଂ ଧମକ ଦେବାକୁ ନେଇ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଅନୁସାରେ ନିର୍ଦ୍ଦେଶକ ୪ ବର୍ଷ ହେଲାଣି ଯୁବତୀଙ୍କ ସହ ଲିଭ୍-ଇନ୍ ରିଲେସନସିପରେ ଥିଲେ । ବିବାହର ପ୍ରଲୋଭନ ଦେଖାଇ ୩ ଥର ଗର୍ଭପାତ କରାଇଥିଲେ । ଯାହାକୁ ନେଇ ଯୁବତୀ ମାନସିକ ଏବଂ ଶାରୀରିକ ପୀଡ଼ାରେ ଥିଲେ । ତଦନ୍ତ ବେଳେ ମୁଜ୍ଜଫରନଗରରୁ ଗର୍ଭପାତ କରାଇବାର ମେଡିକାଲ୍ ପ୍ରମାଣ ମଧ୍ୟ ମିଳିଛି । ଯାହାକୁ ଆଧାର କରି ପୁଲିସ୍ ସନୋଜଙ୍କୁ ଗିରଫ କରିଛି ।