କନକ ବ୍ୟୁରୋ: ୨୦୨୬ ଜାନୁଆରି ପହିଲାରୁ ଲାଗୁ ହେବ ଅଷ୍ଟମ ବେତନ କମିସନ । ଏହାକୁ ନେଇ ଖୋଦ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ମାତ୍ର ୧୮ ମାସ ମଧ୍ୟରେ ଅଷ୍ଟମ ବେତନ ଆୟୋଗ ରିପୋର୍ଟ ଦାଖଲ କରିବେ । ସବୁକିଛି ସଠିକ ଢଙ୍ଗରେ ଚାଲିଲେ ୨୦୨୬ ଜାନୁଆରି ୧ ତାରିଖରୁ ଅଧିକ ଦରମା ପାଇବେ କର୍ମଚାରୀମାନେ । ଅଷ୍ଟମ ବେତନ ଆୟୋଗ ଲାଗୁ ହେଲେ ୩୦ରୁ ୫୦ପ୍ରତିଶତ ଅଧିକ ଦରମା ପାଇବେ କର୍ମଚାରୀମାନେ । ଖାଲି କେନ୍ଦ୍ର ସରକାରଙ୍କ କର୍ମଚାରୀ ନୁହନ୍ତି ଲକ୍ଷ ଲକ୍ଷ ପେନ୍ସନ୍ ଭୋଗୀମାନେ ବି ଅଷ୍ଟମ ବେତନ ଆୟୋଗର ଲାଭ ପାଇବେ । ତେବେ କେଉଁ ବର୍ଗର କର୍ମଚାରୀଙ୍କୁ ଏହାର ଅଧିକ ଲାଭ ମିଳିବ ତାହାକୁ ନେଇ ଆଲୋଚନା ହେଲାଣି ।
କମିସନ୍ର ସଦସ୍ୟମାନେ ଫିଟମେଣ୍ଟ ଫାକ୍ଟର୍ ମାଧ୍ୟମରେ ଦରମା କେତେ ବୃଦ୍ଧି ପାଇବ ତାହା ସ୍ଥିର କରିବେ । କାରଣ ଲକ୍ଷ ଲକ୍ଷ କର୍ମଚାରୀମାନେ ଅଷ୍ଟମ ବେତନ କମିସନକୁ ନେଇ ବହୁତ ଆଗ୍ରହୀ ଅଛନ୍ତି । ଅନେକ ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଅଷ୍ଟମ ବେତନ ଆୟୋଗର ଲାଭ କେଉଁ ଚାକିରିଆଙ୍କୁ ମିଳିବ । ଏଥିରେ ବିଭିନ୍ନ କ୍ଷେତ୍ରର କର୍ମଚାରୀମାନେ ଅନ୍ତର୍ଭୁକ୍ତ  କେଉଁ କର୍ମଚାରୀମାନେ ଅଷ୍ଟମ ବେତନ ଆୟୋଗର ଲାଭ ପାଇବେ ତାହା ଜାଣିବା ଜରୁରୀ ।
ଅଷ୍ଟମ ବେତନ ଆୟୋଗର ସିଧାସଳଖ ଲାଭ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳିବ । ଅର୍ଥାତ୍ ରେଳବାଇ, ଆୟକର, ଡାକ ବିଭାଗ ଏବଂ କଷ୍ଟମ୍ସରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏହି ବେତନ ଆୟୋଗର ଲାଭ ପାଇବେ । କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସାମରିକ ବାହିନୀକୁ ମଧ୍ୟ ଅଷ୍ଟମ ବେତନ ଆୟୋଗର ଲାଭ ମିଳିବ, ଯେଉଁଥିରେ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା କର୍ମଚାରୀ ସାମିଲ ଅଛନ୍ତି । ଏହା ବ୍ୟତୀତ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ମଧ୍ୟ ବେତନ ଆୟୋଗର ଲାଭ ମିଳିବ । ଅର୍ଥାତ୍ BSF, CRPF, CISF, ITBP ଏବଂ SSB ରେ ସେବା କରୁଥିବା ସମସ୍ତ ଯବାନଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ । IIT, IIM ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷା ଅନୁଷ୍ଠାନର କର୍ମଚାରୀଙ୍କୁ ମଧ୍ୟ ଅଷ୍ଟମ ବେତନ ଆୟୋଗର ଲାଭ ମିଳିବ । ଏଥିରେ AIIMS, UGC, ICAR, CSIR ପରି ସ୍ୱୟଂଶାସିତ ସଂସ୍ଥାଗୁଡ଼ିକ ବି ଅନ୍ତର୍ଭୁକ୍ତ ।
ଏହା ବି ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ଛୁଇଁପାରେ ୫୦ହଜାର .. ଅଷ୍ଟମ ବେତନ କମିଶନକୁ କେନ୍ଦ୍ରର ମଞ୍ଜୁରୀ
ଖାଲି କର୍ମଚାରୀ କାହିଁକି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମଧ୍ୟ ଅଷ୍ଟମ ବେତନ ଆୟୋଗର ଲାଭ ମିଳିବ । ଏହି କର୍ମଚାରୀଙ୍କ ପେନସନରେ ମଧ୍ୟ ବମ୍ପର ବୃଦ୍ଧି ହେବ । ଏଣୁ ଲକ୍ଷ ଲକ୍ଷ ପେନସନଧାରୀ ମଧ୍ୟ ଅଷ୍ଟମ ବେତନ ଆୟୋଗକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଅଷ୍ଟମ ବେତନ ଆୟୋଗ ଦ୍ୱାରା ଦରମା କେତେ ବୃଦ୍ଧି ପାଇବ? ପ୍ରକୃତରେ, ପ୍ରତ୍ୟେକ କର୍ମଚାରୀଙ୍କ ଗ୍ରେଡ୍ ପେ ଅଲଗା ହୋଇଥାଏ, ଏହାକୁ ମୂଳ ଦରମାରୁ ବାହାର କରାଯାଏ । ଅର୍ଥାତ୍ ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୨୦ ହଜାର ଟଙ୍କା ଥିବ ତେବେ ସେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇ ପାରନ୍ତି । ତେବେ ଏ ପୂରା ହିସାବ ଫିଟ୍ମେଣ୍ଟ ଫ୍ୟାକ୍ଟର ଉପରେ ନିର୍ଭର କରେ । 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg ) 
                                
                             Follow Us
 Follow Us/kanak/media/media_files/2025/10/31/8th-pay-employee_soubhagya-2025-10-31-09-56-24.jpg)