କନକ ବ୍ୟୁରୋ : ଦୀର୍ଘଦିନର ଦାବି ପୂରଣ କରି କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ମଞ୍ଜୁରୀ ଦେଇଛନ୍ତି  । ଖୁବଶୀଘ୍ର କମିଟି ଗଠନ ହେବ  ଓ ଆଗାମୀ ବର୍ଷ ସୁଦ୍ଧା  ଆୟୋଗ ରିପୋର୍ଟ ଦେବେ । ଆୟୋଗଙ୍କ ସୁପାରିଶ ଲାଗୁ ହେଲେ କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ଦରମା  କେତେ ହେବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, କର୍ମଚାରୀଙ୍କ ସର୍ବନିମ୍ନ ଦରମା ପାଖାପାଖି ୫୧ ହଜାର ହୋଇପାରେ ।  

Advertisment

ଦୀର୍ଘଦିନର ଦାବି ପୂରଣ କରି କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ମଞ୍ଜୁରୀ ଦେଇଛନ୍ତି  । ଖୁବଶୀଘ୍ର କମିଟି ଗଠନ ହେବ  ଓଆଗାମୀ ବର୍ଷ ସୁଦ୍ଧା  ଆୟୋଗ ରିପୋର୍ଟ ଦେବେ । ଆୟୋଗଙ୍କ ସୁପାରିଶ ଲାଗୁ ହେଲେ କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ଦରମା  କେତେ ହେବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି । 

୨୦୨୫ ବଜେଟ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ ଖୁସିଖବର ଦେଇଛନ୍ତି ମୋଦୀ ସରକାର। ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍‌ । ସରକାର ଅଷ୍ଟମ ଅଷ୍ଟମ ବେତନ ଆୟୋଗ ଗଠନ ନିଷ୍ପତ୍ତି ଏଭଳି ସମୟରେ କରିଛନ୍ତି, ଯେତେବେଳେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବଢି ୫୩ ପ୍ରତିଶତ ହେଲାଣି। ପୂର୍ବରୁ ଅଷ୍ଟମ ବେତନ ଆୟୋଗ ଗଠନ ନେଇ କେନ୍ଦ୍ର ସରକାର କୌଣସି ସଙ୍କେତ ଦେଇନଥିଲେ, ଏବେ ଅଚାନକ କ୍ୟାବିନେଟ ମଞ୍ଜୁରୀ ପରେ ଚର୍ଚ୍ଚା ବଢ଼ିଛି । ୨୦୨୬ ସୁଦ୍ଧା ଅଷ୍ଟମ ବେତନ ଆୟୋଗ ତାଙ୍କ ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରିବେ।

ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ହେଲେ ପ୍ରାୟ ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ । କର୍ମଚାରୀଙ୍କ ଦରମା, ଭତ୍ତା ଓ ପେନସନ ବାବାଦରେ ଆୟୋଗ ନିଷ୍ପତ୍ତି ନେବେ । ତେଣୁ ଜଣେ କର୍ମଚାରୀଙ୍କ ଦରମା କେତେ ହେବ ସେ ନେଇ ଉତ୍କଣ୍ଠା ବଢିଛି । 

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କହିବା ଅନୁସାରେ, ଖୁବଶୀଘ୍ର ଅଷ୍ଟମ ବେତନ ଆୟୋଗର ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟଙ୍କ ନାଁ ଘୋଷଣା ହେବ। 
ଆୟୋଗଙ୍କ କାମ 
ପ୍ରତ୍ୟେକ ୧୦ ବର୍ଷରେ ଗଠନ ହୋଇଥାଏ ବେତନ ଆୟୋଗ
ଆର୍ଥିକ ସ୍ଥିରତା, ଜୀବନଯାପନ ପ୍ରଣାଳୀ ଓ ଅନ୍ୟ ପ୍ରାସଙ୍ଗିକ କାରଣକୁ ନେଇ କର୍ମଚାରୀଙ୍କ ବେତନର ସମୀକ୍ଷା କରେ
କର୍ମଚାରୀ ସଂଘ, ସରକାରୀ ବିଭାଗ ଓ ବିଶେଷଜ୍ଞ ସହ ଆଲୋଚନା କରି ରିପୋର୍ଟ ଦିଏ 
ଶେଷରେ ଦରମା ଓ ଭତ୍ତା ବାବାଦରେ ସୁପାରିଶ କରେ 
ରିପୋର୍ଟ ଅନୁସାରେ ଅଷ୍ଟମ ବେତନ ଆୟୋଗ ଗଠନ ହେଲେ ଜଣେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୫୧ ହଜାର ୪୮୦ ଟଙ୍କା ହୋଇପାରେ

                                    ବର୍ତ୍ତମାନ                      ଅଷ୍ଟମ ବେତନ ଆୟୋଗ 
                                    ଦରମା                         କେତେ ହୋଇପାରେ?

କେନ୍ଦ୍ରୀୟ କର୍ମଚାରୀ          ୧୮ ହଜାର                               ୫୧ ହଜାର ୪୮୦
ପେନସନଭୋଗୀ             ୯ ହଜାର                           ୨୫ ହଜାର ୭୪୦

ବର୍ତ୍ତମାନ ସର୍ବନିମ୍ନ ଦରମା ୧୮ ହଜାର ରହିଛି । ପେନସନଧାରୀଙ୍କ ଦରମା ସର୍ବନିମ୍ନ ୨୫ ହଜାର ୭୪୦ ଟଙ୍କା ହୋଇପାରେ । ବର୍ତ୍ତମାନ ପେନସନଧାରୀଙ୍କ ସର୍ବନିମ୍ନ ଦରମା ୯ ହଜାର ହୋଇପାରେ।

୨୦୧୬ରେ  ମୋଦି ସରକାର ସପ୍ତମ ବେତୟନ ଆୟୋଗ ଗଠନ କରିଥିଲେ । ଏବେ ଅଷ୍ଟମ ବେତନ ଆୟୋଗ କି ସୁପାରିଶ କରିବେ ଓ କେନ୍ଦ୍ର କର୍ମଚାରୀ କେତେ ଦରମା ପାଇବେ ସେ ନେଇ ବଢିଛି ଉତ୍କଣ୍ଠା ।